Advertisement
photoDetails0hindi

Vastu Shastra: ସିନ୍ଦୁରରେ କରନ୍ତୁ ଏହି ସବୁ ଉପାୟ, ଦୂର ହୋଇଥାଏ ଘରର ବାସ୍ତୁ ଦୋଷ ଓ ଆର୍ଥିକ ସମସ୍ୟା!

Vastu Upay: ବାସ୍ତୁ ଦୋଷ ଫଳରେ ମଣିଷ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଯଦି ଘରେ ବାସ୍ତୁ ଦୋଷ ଥାଏ ତାହାଲେ ଜଣେ ବ୍ୟକ୍ତି ଯେତେ ଚେଷ୍ଟା କଲେ ମଧ୍ଯ ଜୀବନରେ ସଫଳତା ହାସଲ କରିପାରେ ନାହିଁ। ତେବେ ବାସ୍ତୁ ଦୋଷ ଫଳରେ ବିଭିନ୍ନ ସମସ୍ୟା ଲାଗି ରହିଥାଏ । ଯଦି ଆପଣ ଆର୍ଥିକ ସ୍ଥିତି ଲାଗି ଚିନ୍ତିତ ରହୁଛନ୍ତି ତାହାଲେ ଆପଣଙ୍କ ଘରେ ଥିବା ସିନ୍ଦୁର ବ୍ୟବହାର କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

1/5

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବୁଧବାର ଦିନ ପୂଜା ସମୟରେ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁର ଲଗାନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଘରେ ସୁଖ, ଶାନ୍ତି ସମୃଦ୍ଧି ବୃଦ୍ଧି ପାଇବା ସହ ରୋଜଗାର ଓ ବ୍ୟବସାୟରେ ଅଗ୍ରଗତି ହୋଇଥାଏ ।  

2/5

ଆର୍ଥିକ ସମସ୍ୟା ନେଇ ଚିନ୍ତିତ ଥିଲେ ପ୍ରତିଦିନ ଗାଧୋଇବା ପରେ ପାଣିରେ ଏକ ଚାମଚ ସିନ୍ଦୁର ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ବାରା ସୂର୍ଯ୍ୟଙ୍କ ଆଶୀର୍ବାଦ ଲାଭ ହେବା ସହ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ ।

3/5

ଶାତ୍ସ ଅନୁଯାୟୀ, ବିନା ସିନ୍ଦୁରରେ ଦେବୀ ଦେବତାଙ୍କ ପୂଜାର୍ଚ୍ଚନା ସଂପୂର୍ଣ୍ଣ ହୋଇନଥାଏ । ଏଥିପାଇଁ, ଘରେ ପୂଜା କରିବା ସମୟରେ ସିନ୍ଦୁର ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଘରେ ସୁଖ ଓ ଶାନ୍ତି ବୃଦ୍ଧି ପାଇଥାଏ ।

4/5

ଯଦି ଘରର କୌଣସି ସଦସ୍ୟ ସବୁବେଳେ ରୋଗାଗ୍ରସ୍ତ ରହୁଛନ୍ତି ତାହାଲେ ପାଣିରେ ସିନ୍ଦୁର ମିଶାଇ ତାଙ୍କୁ ଗାଧେଇ ଦିଅନ୍ତୁ । ଏପରି କରିବା ଦ୍ବାରା ବ୍ୟକ୍ତି ସୁସ୍ଥ ଅନୁଭବ କରିଥାଏ । କଳା ଯାଦୁ ପ୍ରଭାବକୁ ମଧ୍ୟ ସିନ୍ଦୁର ପ୍ରତିହିତ କରିଥାଏ ।

5/5

ବିବାହିତା ନାରୀମାନେ ଗାଧେଇବା ପରେ ମାଆ ପାର୍ବତୀଙ୍କୁ ସିନ୍ଦୁର ଅର୍ପଣ କରିବା ଉଚିତ୍ । ଏପରି କରିବା ଦ୍ବାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।