Advertisement
photoDetails0hindi

Rishi Sunak: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ମିଳିବ ସଜ୍ଜା, ଏହି ମାମଲାରେ ତଦନ୍ତ କରୁଛି ପୋଲିସ୍

Rishi Sunak: ବ୍ରିଟେନରେ କାରରେ ବସିବା କିମ୍ବା ଚଳାଇବା ବେଳେ ସିଟ୍ ବେଲ୍ଟ ନ ପିନ୍ଧି ୧୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଥାଏ, ଯାହାର ମାମଲା କୋର୍ଟକୁ ଗଲେ ୫୦୦ ପାଉଣ୍ଡକୁ ପର୍ଯ୍ୟନ୍ତ ଜରିମାନା ଟଙ୍କା ବୃଦ୍ଧି ପାଇଥାଏ ।

1/5

Rishi Sunak: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ବର୍ତ୍ତମାନ ଖବରର ହେଡଲାଇନରେ ରହିଛନ୍ତି । ଅନେକ ଥର ସେ ନିଜର ଭଲ ନିଷ୍ପତ୍ତି ଯୋଗୁଁ ହେଡଲାଇନ୍ ରହିଥାନ୍ତି, କିନ୍ତୁ ଏଥର ମାମଲା ଟିକିଏ ଅଲଗା । ବାସ୍ତବରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ଏକ ଭିଡିଓରେ କାର ଭିତରେ ସିଟ୍ ବେଲ୍ଟ ପିନ୍ଧି ନଥିବା ଦେଖିବାକୁ ମିଳିଛି । ଯାହା ଉପରେ ତାଙ୍କୁ କ୍ଷମା ମାଗିବାକୁ ପଡିଛି ।

2/5

ବାସ୍ତବରେ ଏକ ଚଳନ୍ତା କାରରେ ବସିଥିବା ସମୟରେ ସିଟ୍ ବେଲ୍ଟ ପିନ୍ଧି ନ ବାରୁ ସୁନକ କ୍ଷମା ମାଗିଛନ୍ତି ଓ ସିଟ୍ ବେଲ୍ଟ ନ ପିନ୍ଧି ସେ ଭୁଲ୍ କରିଥିବା କହିଛନ୍ତି ଓ ସେ ଏହାକୁ ସ୍ୱୀକାର କରିଛନ୍ତି । କହିରଖୁଛୁ ଯେ ବ୍ରିଟେନରେ କାରରେ ବସିବା କିମ୍ବା ଚଳାଇବା ବେଳେ ସିଟ୍ ବେଲ୍ଟ ନ ପିନ୍ଧି ୧୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଥାଏ, ଯାହାର ମାମଲା କୋର୍ଟକୁ ଗଲେ ୫୦୦ ପାଉଣ୍ଡକୁ ପର୍ଯ୍ୟନ୍ତ ଜରିମାନା ଟଙ୍କା ବୃଦ୍ଧି ପାଇଥାଏ ।

3/5

ଏହି ପ୍ରସଙ୍ଗରେ ସୁନୁକଙ୍କ ଡାଉନିଂ ଷ୍ଟ୍ରିଟ୍ ମୁଖପାତ୍ର କହିଛନ୍ତି ଯେ ଇଂଲଣ୍ଡର ଉତ୍ତର ଗସ୍ତ ସମୟରେ ସେ ତାଙ୍କ ସିଟ୍ ବେଲ୍ଟକୁ କିଛି ସମୟ ପାଇଁ କାଢି ଦେଇଥିଲେ । ଯେତେବେଳେ ସାମ୍ବାଦିକମାନେ ପଚାରିଲେ ଯେ ସୁନକଙ୍କୁ ସରକାରୀ କାରରେ ବସିବାକୁ କିଛି ଖାସ ଅନୁମତି ଦିଆଯାଇଛି କି? ଏହା ଉପରେ ମୁଖପାତ୍ର କହିଛନ୍ତି ଯେ ଏହା ନୁହେଁ । ସେ ନିଜ ଭୁଲକୁ ଅନୁଭବ କରି ଏହାକୁ ସ୍ୱୀକାର କରିଛନ୍ତି ଓ କ୍ଷମା ମାଗିଛନ୍ତି ।

4/5

ଏସବୁ ସତ୍ତ୍ଵେ ମାମଲାଟି ଜଟିଳ ହୋଇପଡୁଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ତାଙ୍କ ଭୁଲ ପାଇଁ କ୍ଷମା ମାଗିଥିଲେ ମଧ୍ୟ ବିରୋଧୀ ଏହି ପ୍ରସଙ୍ଗରେ ହାଲ୍ଲାବୋଲ କରିବାରେ ଲାଗିଛନ୍ତି । ପଲିଟିକୋ ରିପୋର୍ଟ ଅନୁଯାୟୀ ବିରୋଧୀ ଲେବର ପାର୍ଟି ଏହି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭୁଲକୁ ନେଇ ଟାର୍ଗେଟ କରିଛି ।

5/5

କହିରଖୁଛୁ ଯେ ସୁନକଙ୍କ ଏହି ଭିଡିଓ ସେତେବେଳର ଥିଲା ଯେତେବେଳେ ସେ ସାରା ଦେଶରେ ୧୦୦ ରୁ ଅଧିକ ପ୍ରକଳ୍ପକୁ ପାଣ୍ଠି ଯୋଗାଇବା ପାଇଁ ଲିଭିଙ୍ଗ ଅପ୍ ପାଣ୍ଠି ଘୋଷଣା କରିଥିଲେ । ଏହି ସମୟରେ ତାଙ୍କ ଏହି ଚଳନ୍ତା କାରର ଏକ ଭିଡିଓ ସୁଟ କରାଯାଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ସିଟ୍ ବେଲ୍ଟ ପିନ୍ଧି ନଥିଲେ ।