First Car Collection : ପ୍ରଥମ କାର୍ ହେଉ କିମ୍ବା ବାଇକ୍ ସମସ୍ତଙ୍କ ପାଇଁ ବେଶ ଖାସ୍ ହୋଇଥାଏ। ତେବେ ଆପଣ ସାଧାରଣ ନାଗରିକ ହୁଅନ୍ତୁ ବା ସେଲିବ୍ରିଟି । ବର୍ତ୍ତମାନର ସମୟରେ ଅଧିକାଂଶ ଭାରତୀୟ ବିଦେଶୀ ବ୍ରାଣ୍ଡର କାର୍ ସହ ନଜର ଆସୁଛନ୍ତି। ଭାରତୀୟ ଖେଳାଳିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଶାନଦାର କଲେକ୍ସନ କାର୍ ସହ ନଜର ଆସିଥାନ୍ତି । ଆଉ ଏହି କାର୍ କିଣିବା ପାଇଁ ଏମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିଙ୍କ ପ୍ରଥମ କାର ବିଷୟରେ କିଛି ଖାସ୍ କଥା...
ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ଗ୍ୟାରେଜ ଆଜି ପୋର୍ସେ ଏବଂ ବିଏମଡବ୍ଲୁ ପରି ମହଙ୍ଗା ବିଳାସପୂର୍ଣ୍ଣ କାରରେ ପରିପୂର୍ଣ୍ଣ । କିନ୍ତୁ, "ମାଷ୍ଟର ବ୍ଲାଷ୍ଟର" ଅଧିକାଂଶ ଭାରତୀୟଙ୍କ ପରି ପ୍ରଥମେ ମାରୁତି ୮୦୦ କାରରେ ନିଜର ସଫର ଆରମ୍ଭ କରିଥିଲେ।
ଜଣାଶୁଣା ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ପାଖରେ ମହଙ୍ଗା କାର୍ ରହିଛି ହେଲେ ଇମତିଆଜ ପ୍ରଥମେ ନିଜ ପାଇଁ ମାରୁତି ଏସଏସ 80 କିଣିଥିଲେ। ଯାହାର ଏକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି।
ବଲିଉଡ ଅଭିନେତ୍ରୀ କାଜୋଲ ବର୍ତ୍ତମାନ ଏକ BMW X7 ର ମାଲିକାଣୀ ଅଟନ୍ତି । ପ୍ରାୟତଃ ତାଙ୍କ ପରିବାର ସହିତ ଏହି SUV ରେ ଯାତ୍ରା କରୁଥିବା ଦେଖାଯାଏ । ତେବେ ତାଙ୍କର ପ୍ରଥମ କାର ଥିଲା ମାରୁତି 1000, ଯାହାକି ଭାରତରେ କମ୍ପାନୀର ପ୍ରଥମ ସେଡାନ ଥିଲା ।୧୯୯୦ ଦଶକରେ ଏହାର ମୂଲ୍ୟ ପ୍ରାୟ ଚାରି ଲକ୍ଷ ଟଙ୍କା ଥିଲା।
ସାରା ଅଲ୍ଲୀ ଖାନ ସାଧାରଣତଃ ଭାବେ ଏକ ଧଳାରଙ୍ଗର ପୁରୁଣା ପୀଢିର Honda CR-V ରେ ବୁଲିବାର ଅନେକ ସମୟରେ ସ୍ପଟ୍ କରାଯାଇଛି। ଯାହା ୨.୪ ଲିଟର ପେଟ୍ରୋଲ ଇଞ୍ଜିନ୍ ସହିତ ଆସିଥାଏ। ହେଲେ ନିକଟରେ ସେ ଓଲ ନ୍ୟୁ ଜିପ୍ କମ୍ପାସ ନେଇଛନ୍ତି ଯେଉଁଥିରେ ସେ ଯାତ୍ରା କରୁଛନ୍ତି।
ଦୀପିକା ପାଦୁକୋଣଙ୍କ ପାଖରେ ଏବେ ମର୍ସିଡିଜ୍ ମେ ବ୍ୟାକ ବି ଅଛି । ହେଲେ ସେ ପ୍ରାୟତଃ ନିଜ କାର୍ ଅଡି କ୍ୟୁ 7 ରୁ ଯାତ୍ରା ଆରମ୍ଭ କରିଥିଲେ।ଯାହାକୁ ସେ ୨୦୧୧ ରେ କିଣିଥିଲେ । ଏବେ ସେ ବିଭିନ୍ନ କାର ବ୍ୟବହାର କରୁଥିବା ନେଇ ନଜରକୁ ଆସିଛନ୍ତି। ତାଙ୍କ ପାଖରେ ବହୁ ଦାମୀ କାର୍ ମଧ୍ୟ ରହିଛି।
ଶ୍ରଦ୍ଧା କପୁରଙ୍କ ପ୍ରଥମ କାର୍ ଥିଲା ମର୍ସିଡିଜ୍ ବେଞ୍ଜ ଏମଏଲ କ୍ଲାସ।
ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରଥମ କାର୍ ଥିଲା ଅଡି କ୍ୟୁ 7
ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପ୍ରଥମ କାର୍ ଥିଲା BMW 7 Series
ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ କାର୍ ଥିଲା ମର୍ସିଡିଜ୍ ବେଞ୍ଜ ଏସ୍ କ୍ଲାସ୍
ଅନ୍ୟପଟେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଙ୍କ ପ୍ରଥମ କାର୍ ଅଡି କ୍ୟୁ 7 ରହିଥିଲା।
ट्रेन्डिंग फोटोज़