Advertisement
Photo Details/zeeodisha/odisha1880732
photoDetails0hindi

Today Horoscope: ଖର୍ଚ୍ଚ ବଢିବା ସହ ଦେଖାଦେବ ବିବାଦ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Horoscope Today Sep 21: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । 

 

1/12

ମେଷ ରାଶି: ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ ।  ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।

2/12

ବୃଷ ରାଶି: ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚପସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ । ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି । ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।

3/12

ମିଥୁନ ରାଶି: ଆଜି ପରିବାର ସହ ସୁଖ-ଶାନ୍ତିରେ ସମୟ କାଟିବେ । ଅର୍ଥପ୍ରାପ୍ତି ହେବ ନେଇ ଯୋଗ।  ଅଯଥା କଥାରେ ରାଗନ୍ତୁ ନାହିଁ; ନଚେତ୍ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ । ନୂତନ ଯୋଜନାକୁ କାର୍ଯ୍ୟକାରୀ କଲେ ଲାଭବାନ ହେବେ ।

4/12

କର୍କଟ ରାଶି: ସନ୍ତାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ । କଟୁ କଥା ଯୋଗୁଁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ଅଯଥା ଖର୍ଚ୍ଚ ଯୋଗୁଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ । ବ୍ୟାପାରରେ ନୂତନ ନିବେଶ ଠାରୁ ଦୂରେଇ ରୁହନ୍ତୁ |

5/12

ସିଂହ ରାଶି: ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରିୟଜନଙ୍କ ସହ କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃ ସମ୍ବାଦ ମିଳିପାରେ । କର୍ମକ୍ଷେତ୍ରରେ ସାଧାରଣ ଘଟଣାକୁ କେନ୍ଦ୍ର କରି ଓ ବିତର୍କ ବଢୁପାରେ ।

6/12

କନ୍ୟା ରାଶି: ଶତ୍ରୁ ପରାଜିତ ହେବେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ଆଧ୍ୟାମିକ ଦିଗରେ ସମୟ ନିୟୋଜିତ କରିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ । ବ୍ୟାପାରରେ ଲାଭବାନ ହେବେ । ପରିବାରରେ ସୁଖରେ ସମୟ ବିତିବ।

7/12

ତୁଳା ରାଶି: ଜିଦିଖୋର ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ବ୍ୟାପାରରେ ହାନୀ । ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ । ଆଜି କୌଣସି ଜରୁରୀ କାର୍ଯ୍ୟ ନେଇ ନିର୍ଣ୍ଣୟ ନିଅନ୍ତୁ ନାହିଁ ।

8/12

ବିଛା ରାଶି: ବନ୍ଧୁ ପରିଜନଙ୍କ ଠାରୁ ଉପହାର ମିଳିପାରେ । ଶୁଭ ସମାଚାର ପାଇ ମନ ଉଲ୍ଲସିତ ହେବ।  କର୍ମ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାର୍ଯ୍ୟ ସଫଳ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ  ମାନସିକ ଶାନ୍ତି ମିଳିପାରେ । ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବ ।

9/12

ଧନୁ ରାଶି: ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନ ଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ୍ ବାଦ ବିବାଦ ପଡ଼ିପାରନ୍ତି । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।

10/12

ମକର ରାଶି: ସାମାଜିକ ମାନ-ସମ୍ମାନ ମିଳିପାରେ।  ମିତ୍ରଙ୍କ ସହ ଭ୍ରମଣରେ ଯୋଗ ରହିଛି । କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀଙ୍କ ସହଯୋଗ ମିଳିବ । ବ୍ୟାପାରରେ ନୂତନ ନିବେଶ ଯୋଗୁଁ ଲାଭବାନ ହେବେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।

11/12

କୁମ୍ଭ ରାଶି: ଆଜି ପ୍ରତି କ୍ଷେତ୍ରରେ ସଫଳତା ସହ ଧନବୃଦ୍ଧି ନେଇ ଯୋଗ ରହିଛି । ଦୀର୍ଘଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ।  ଗୁରୁଜନଙ୍କ ଆଶୀର୍ବାଦ ମିଳିବ ।  କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି । ବ୍ୟାପାରରେ ନିବେଶ ଶୁଭ ରହିବ । ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ ।

12/12

ମୀନ ରାଶି: ଆଳସ୍ୟ ଓ ଥକ୍କା ଅନୁଭବ କରିବେ । କର୍ମ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ । ବ୍ୟାପାରରେ ବାଧ୍ୟା ଆସିପାରେ । ପରିବାରରେ ହଠାତ୍ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ ।