Advertisement
Photo Details/zeeodisha/odisha2140742
photoDetails0hindi

Today Horoscope: ଏହି ସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 5 March 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ  ୫ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ: ଆଜି ଆପଣଙ୍କୁ କିଛି କାମରେ ସଫଳତା ମିଳିବା ଯୋଗୁ ବହୁତ ଖୁସି ରହିବେ । ଅଫିସ୍‌ରେ ଭଲ କାମ କରିବା ଯୋଗୁ ବରିଷ୍ଠ ଅଧିକାରୀମାନେ ପ୍ରଂଶସାରେ ପୋତି ପକାଇବେ। ବିଶେଷ କରି ନିଜ ପରିବାର ପାଇଁ କିଛି ଭଲ କାମ କରିବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ । ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ। 

2/12

ବୃଷ:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।  କଳା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଆଜି ଦିନଟି ଭଲ ରହିବ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।  ଆର୍ଥିକ ଲାଭ ପାଇଁ ଅନେକ ସୁଯୋଗ ପାଇବେ । ଯାହା ପରେ ଆପଣ ଅନେକ ଲାଭ କରିପାରିବେ। ଦୂରଯାତ୍ରା କରିପାରନ୍ତି। 

 

3/12

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରରେ ଚାଲିଥିବା ମତଭେଦ ଯୋଗୁଁ ଛାତ୍ରମାନେ ଆଜି ପାଠ ପଢା ପ୍ରତି ଧ୍ୟାନ ଦେବେ ନାହିଁ । କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ, ନଚେତ୍ ପାରସ୍ପରିକ ସଂପର୍କରେ ମତଭେଦ ସୃଷ୍ଟି ହୋଇପାରେ ।  ଦୀର୍ଘ ବିଚାରାଧୀନ କାର୍ଯ୍ୟଗୁଡିକ ପ୍ରତି ଧ୍ୟାନ ଦେବେ ଏବଂ ସେଗୁଡିକ ସମ୍ପୂର୍ଣ୍ଣ କରିବାକୁ କଠିନ ପରିଶ୍ରମ କରିବେ। 

 

4/12

କର୍କଟ:   ଆଜି କର୍ମକ୍ଷେତ୍ରରେ କିଛି ଜଟିଳତା ଆଣିପାରେ । ଶତ୍ରୁମାନଙ୍କ ପ୍ରତି ସାବଧାନ ହେବା ଆବଶ୍ୟକ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ସରକାରୀ ଚାକିରି କରୁଥିବା ଲୋକେ ଆଜି ଆର୍ଥିକ ଲାଭ ପାଇପାରିବେ । କାହା ସହ ଝଗଡା ଥିଲେ ଠିକ୍‌ ହୋଇଯିବ । ଜୀବନ ସାଥୀଙ୍କ ସହ ସମୟ ବିତେଇବା। 

 

5/12

ସିଂହ :  ଯଦି ଆପଣର ପାରିବାରିକ ଜୀବନରେ କିଛି ସମସ୍ୟା ଅଛି, ତାହା ଆଜି ଦୂର ହୋଇଯିବ । ଆର୍ଥିକ ସ୍ଥିତି ଠିକ୍‌ ରହିବ, ଯେଉଁ କାରଣରୁ ଖୁସି ରହିବେ । ଅଫିସ୍‌ କାମକୁ ନେଇ ଚିନ୍ତିତ ରହିବେ। ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ, ନଚେତ ଆପଣଙ୍କ ପାଇଁ ସମସ୍ୟା ବଢିପାରେ।

 

6/12

କନ୍ୟା :  ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଆଜି ଠିକ୍‌ ହୋଇଯିବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଅଧିକ ଖର୍ଚ୍ଚ ଯୋଗୁ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ଠିକ୍‌ ରହିବ । ପରିବାର ସହ ଭଲ ସମୟ କଟିବ ।  ଯଦି ଆପଣ ଆଜି ଚିନ୍ତା ନକରି ନିଜ ଟଙ୍କା କୌଣସି କ୍ଷେତ୍ରରେ ବିନିଯୋଗ କରନ୍ତି, ତେବେ ଆପଣ ଟଙ୍କା ଅଟକି ଯାଇପାରେ । 

 

7/12

ତୁଳା :  ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବ। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଲାଭବାନ ହୋଇପାରନ୍ତି । ଆକସ୍ମିତ ଧନ ଲାଭର ଯୋଗ ରହିଛି। ପରିଶ୍ରମର ଫଳ ଆପଣଙ୍କୁ ମିଳିବ। କୌଣସି ବଡ଼ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବରିଷ୍ଠ ଲୋକଙ୍କ ପରାମର୍ଶ ନିଅନ୍ତୁ। 

8/12

ବିଛା:  ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଚାଲିଥିବା ସମସ୍ୟା ଶେଷ ହେବ । କିନ୍ତୁ ଯେଉଁମାନେ ବ୍ୟବସାୟ କରନ୍ତି ସେମାନଙ୍କ ପାଇଁ ଆଜି ଅଡୁଆ ବଢିପାରେ। ବ୍ୟବସାୟରେ ପାର୍ଟନର ସିପ୍ କୁ ନେଇ ସମସ୍ୟା ଦେଖାଦେଇପାରେ। ଛାତ୍ରଛାତ୍ରୀଙ୍କ ପାଠ ପଢାରେ କିଛି ଅସୁବିଧା ଦେଖାଦେଇପାରେ ।

9/12

ଧନୁ :  ଆର୍ଥିକ ଲାଭ ହେବା ଯୋଗୁ ବହୁତ ଖୁସି ରହିବେ । ଅଫିସ୍‌ରେ ବସ୍‌ଙ୍କ ସହ ଠିକ୍‌ ଭାବେ କଥା ହେବା ଉଚିତ । ନଚେତ କିଛି ଅସୁବିଧା ହୋଇପାରେ । ପରିବାର ସଦସ୍ୟା ଆଜି ପିକନିକ୍ କରିବାକୁ ଯୋଜନା କରିପାରିବେ । ଯେଉଁଥି ପାଇଁ ବାହାରକୁ ଯାଇ ପାରନ୍ତି । 

10/12

ମକର : ଆଜି ଆପଣ ମାନସିକ ଶାନ୍ତି ଅନୁଭବ କରିବେ ।  ଆଜି ଆପଣ କିଛି ନୂତନ ଯୋଜନାରେ ଟଙ୍କା ବିନିଯୋଗ କରିପାରନ୍ତି । ଯାହା ଭବିଷ୍ୟତରେ ଆପଣଙ୍କୁ ଭଲ ଲାଭ ଦେବ । ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ କାର୍ଯ୍ୟକଳାପ ଆଡକୁ ଯିବ । କିଛି ନୂଆ ବ୍ୟାବସାୟ କରିପାରନ୍ତି । ଯଦି ଆପଣ ପିତାଙ୍କ ପରାମର୍ଶ ସହିତ କୌଣସି ନିଷ୍ପତ୍ତି ନିଅନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ହେବ ନିଶ୍ଚୟ।

 

11/12

କୁମ୍ଭ:  ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି।   ଖର୍ଚ୍ଚ ବୃଦ୍ଧି ପାଇବ। ବୃଥା ଅପଚୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ମାନସିକ ସ୍ତରରେ, ଆପଣ ଯନ୍ତ୍ରଣା ଏବଂ ଅସ୍ଥିରତା ଅନୁଭବ କରିପାରନ୍ତି। 

12/12

ମୀନ:  ଆଜି ଆପଣଙ୍କ ଦିନଟି ଭଲ କଟିବ। ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ନିଜର ବୁଦ୍ଧିବଳ ଉପରେ ନିର୍ଭର କଲେ ଅନେକ ସମସ୍ୟାରୁ ମୁକ୍ତି ପାଇବେ। ଘରେ ଖୁସିର ପରିବେଶ ରହିବ। ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ।