Advertisement
photoDetails0hindi

Today Horoscope: ସାବଧାନ୍ ରୁହନ୍ତୁ ମକର ସହ ଏହି ସବୁ ରାଶି ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 30 March 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ  ୩୦ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ:  ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ଯାହା ଦ୍ବାରା ଖୁସିରେ ଆପଣଙ୍କ ଦିନଟି କଟିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ବାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ। 

 

2/12

ବୃଷ: ଆଜି ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢିବ। ପାରିବାରିକ ଜୀବନ ସୁଖମୟ ହେବ।  ପ୍ରତ୍ୟେକ କ୍ଷେତ୍ରରେ ଆପଣ ଶୁଭଫଳ ପାଇବେ। 

3/12

ମିଥୁନ: କର୍ମକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ଆପଣଙ୍କ ମନରେ ଭୟ ସୃଷ୍ଟି କରିବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ଗାଡି ଚଳାଇବା ସମୟରେ ଆପଣ ସତର୍କ ରୁହନ୍ତୁ।

4/12

କର୍କଟ:   ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେଇପାରେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ତେଣୁ ଦୂର ଯାତ୍ରାରୁ ଆପଣ ନିବୃତ୍ତ ରହିବା ଭଲ। 

5/12

ସିଂହ:  ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବେ। ପ୍ରାଇଭେଟ୍ ଚାକିରି କରିଥିବା ବ୍ୟକ୍ତିମାନେ ଉଚ୍ଚ ଅଧିକାରୀଙ୍କ କ୍ରୋଧର ଶିକାର ହେବେ।  କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ।

6/12

କନ୍ୟା:  ଆଜି ପରିବାରରେ ସୁଖଶାନ୍ତି ବଜାୟ ରହିବ। ଅର୍ଥଲାଭ ଅଧିକ ହେବ। ସ୍ୱାସ୍ଥ୍ୟ ସମସ୍ୟାରେ ସାମାନ୍ୟ ସୁଧାର ଆସିବ। କିଛି ଛୋଟ କଥାକୁ ନେଇ ମନରେ ଟିକେ ଦ୍ୱନ୍ଦ୍ୱ ଉପୁଜିବ। ସାଙ୍ଗ ମାନଙ୍କ ସହ ଦୂର ଯାତ୍ରା କରିପାରନ୍ତି।  

 

7/12

ତୁଳା: ଏହି ରାଶିର ଲୋକେ ଆଜି ଟିକେ ସାବଧାନ୍ ସହକାରେ ଚଳିବାକୁ ପଡି଼ବ।  ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ହେବେ। ଆର୍ଥିକ ଚିନ୍ତା ଲାଗି ରହିବ। ଧାର କରଜ କରିପାରନ୍ତି।  ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। 

 

8/12

ବିଛା: ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଆଶା ମୁତାବକ ଲାଭ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।

9/12

ଧନୁ: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟଟିକୁ ସଂପନ୍ନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବକେୟା ଅର୍ଥ ପ୍ରାପ୍ତି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। 

 

10/12

ମକର:  ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହେବେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ କଷ୍ଟ ଦେଇପାରେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଅଫିସରେ ମଧ୍ୟ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। 

11/12

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ସୁସ୍ୱାଦୁ ଭୋଜନ, ବସ୍ତ୍ର ଓ ଆଭୂଷଣ ଆଦି ପାଇବା ଯୋଗ ରହିଛି। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। 

 

12/12

ମୀନ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ସରକାରୀ ଚାକିରି କରିଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିଛି । ପ୍ରମୋସନ ମଧ୍ୟ ପାଇ ପାରନ୍ତି।