Advertisement
Photo Details/zeeodisha/odisha1752640
photoDetails0hindi

Horoscope Today 25 June 2023: ଏହି ୩ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ! ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି (Aries): ଆଜି ଆଖପାଖରେ ମଧୁର ବାତାବରଣ ରହିବ। କୌଣସି ସ୍ଥାନରୁ ଖୁସି ଖବର ମଳିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେବା ସହ କୌଣସି କାରଣରୁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମାଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ।

2/12

ବୃଷ ରାଶି (Taurus): ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁଁ କାର୍ଯ୍ୟ ସାଧନ କରିପାରିବେ। ବ୍ୟବସାୟିକ ସଫଳତା, କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ଝଡ଼ ଉଠିବ।

3/12

ମିଥୁନ (Gemini): ଆଜି କାର୍ଯ୍ୟ ବ୍ୟସ୍ତତା ଭିତରେ କାର୍ଯ୍ୟ ସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ଲାଗି ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ।  ନିଜ ଲୋକଙ୍କ ସହ ମତାନ୍ତର ହୋଇପାରେ ।

4/12

କର୍କଟ (Cancer): ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷା କରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ,ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ଭାବନା ରହିଛି।

5/12

ସିଂହ (Leo): ଉଚ୍ଚ ପଦସ୍ଥବ୍ୟକ୍ତିଙ୍କଠାରୁ ଅନୁକମ୍ପା, ସମ୍ମାନଜନକ ପଦବୀ ବା ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭ କରି ଖୁସୀ ହେବେ। ଜମିଜମା କାରବାର ଲାଗି ଦିନଟି ଆଦୌ ଶୁଭ ନୁହେଁ ।

6/12

କନ୍ୟା (Virgo): ଆଜିର ଦିନ ନୂତନ କାର୍ଯ୍ୟାରମ୍ଭ ଲାଗି ବେଶ ଶୁଭଦାୟୀ ଅଟେ । ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ କଥାରୁ ମୁକୁରି ପାରନ୍ତି ।

7/12

ତୁଳା (Libra): ଦୀର୍ଘ ଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ଲାଭଦାୟୀ ରହିବ। ଜନମଙ୍ଗଳ କାର୍ଯ୍ୟ କିମ୍ବା ସଭା ସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ। କିନ୍ତୁ ଶାରୀରିକ ଅସୁସ୍ଥା ଯୋଗୁଁ ମନୋବଳ କମି ଯାଇପାରେ।

8/12

ବିଛା (Scorpio): ବନ୍ଧୁଙ୍କ ଗ୍ରହଣରେ ଏକ ଜରୁରୀ କାର୍ଯ୍ୟାରମ୍ଭ କରି ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମି ଜମା କ୍ରୟ ନେଇ ଯୋଗ ରହିଛି । ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।

9/12

ଧନୁ (Sagittarius): ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।

10/12

ମକର (Capricorn): ବନ୍ଧୁ ପରିଜନଙ୍କ ଠାରୁ ଉପହାର ମିଳିପାରେ। କୌଣସି ଶୁଭ ସମାଚାର ପାଇ ମନ ଉଲ୍ଲସିତ ହେବ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାମ ସଫଳତାର ସହ ଶେଷ ହେବ। ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିବ । ଉତ୍ତମ ଭୋଜନ ଲାଗି ମନ ପ୍ରଫୁଲ୍ଲିତ ରହିବ ।

11/12

କୁମ୍ଭ (Aquarius):  ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବ୍ୟାପାରରେ ବାଧା ବିଘ୍ନ ଦେଖା ଦେଇପାରେ କିନ୍ତୁ ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ଦାମ୍ପତ୍ୟ ଜୀବନକୁ ନେଇ ସୁଖୀ ରହବେ । ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।

12/12

ମୀନ(Pisces): ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ଥିବା ପ୍ରତିବନ୍ଧକ ଦୂରେଇ ଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ତ୍ରୁଟି ଖୋଜିପାରନ୍ତି।