Advertisement
photoDetails0hindi

Sunday Remedies: ରବିବାର କରନ୍ତୁ ଏହି ୫ଟି ଉପାୟ, ହେବ ବିଗିଡି ଯାଇଥିବା କାମ, ଧନର ବର୍ଷା କରିବେ ମାଆ ଲକ୍ଷ୍ମୀ!

Sunday Remedies: ହିନ୍ଦୁ ଧର୍ମରେ ପ୍ରତ୍ୟକ ଦିନ କୌଣସି ନା କୌଣସି ଦେବାଦେବୀଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ। ସେହିପରି ଆଜି ରବିବାର(Sunday ) । ଏହି ଦିନ ଭଗବାନ ସୂର୍ଯ୍ୟଦେବଙ୍କ (Surya dev) ଲାଗି ଉତ୍ସର୍ଗ କରାଯାଇଛି। ଯଦି ଆପଣ ନିଜ ଜୀବନରେ କୌଣସି ବି ସମସ୍ୟା ଦେଇ ଗତି କରୁଛନ୍ତି । ବା ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ଅଛି , ତେବେ ଆପଣ ରବିବାର ଦିନ କିଛି ବିଶେଷ ଉପାୟ ଗ୍ରହଣ କରନ୍ତୁ ।

1/5

ଯଦି ଆପଣ ବ୍ୟବସାୟରେ ଘାଟା, ଚାକିରି ଜନିତ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ତେବେ ଆପଣ ରବିବାର ଦିନ ସଂନ୍ଧ୍ୟାରେ ସଫା ପୋଷାକ ପରିଧାନ କରି  ଓସ୍ତ ଗଛ ପାଖକୁ ଯାଆନ୍ତୁ । ସେଠାରେ ଆପଣ,ଓସ୍ତ ଗଛ ମୂଳରେ ସୋରିଷ ତେଲରେ ଏକ ଦୀପ ଜାଳନ୍ତୁ ଓ ପୂଜା କରନ୍ତୁ । ଏପରି ସାତୋଟି ରବିବାର କରନ୍ତୁ । ଏବଂ ଏହା ପରେ ଦେଖନ୍ତୁ ଚମକ୍କାର। ଆପଣଙ୍କର ବ୍ୟବସାୟରେ ଲାଭ ହେବା ସହ ଚାକିରି ଜନିତ ସମସ୍ୟାରୁ ମୁକ୍ତି ପାଇବେ।

2/5

ସେହିପରି ରବିବାର ଦିନ ଆପଣ ରୂପା ଗ୍ଲାସରେ ପାଣି ପିଅନ୍ତୁ । ଯଦି ଆପଣଙ୍କ ପାଖର ରୂପା ଗ୍ଲାସ୍ ନାହିଁ, ତେବେ, ଆପଣ କୌଣସି ଧାତୁର ଏକ ଗ୍ଲାସରେ ରୂପା ମୁଦି ପକାଇ ପାଣି ପିଅନ୍ତୁ ଏହା କରିବା ଦ୍ବାରା , ଆପଣଙ୍କ ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ । ଏବଂ ଘରେ ଧନ ସମୃଦ୍ଧି ବୃଦ୍ଧି ପାଇବ । 

 

3/5

ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟଦେବ ଦୁର୍ବଳ ଅଛନ୍ତି , ତେବେ ଆପଣ ରବିବାର ଦିନ ରାତିରେ ଏକ ଗ୍ଲାସ କ୍ଷୀର ନିଜ ଶୋଇବା ଘରେ ରଖନ୍ତୁ । ଏବଂ ପରଦିନ ସକାଳେ ସ୍ନାନ ପରେ ସଫା ପୋଷାକ ପିନ୍ଧି ବରଗଛ ନିକଟରେ ସେହି କ୍ଷୀରକୁ ସମର୍ପଣ କରନ୍ତୁ । ଏହା କରିବା ଦ୍ବାରା ଆପଣ ଅଘଟଣ ବା ଦୁର୍ଘଟଣା ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ। 

4/5

ସେହିପରି ରବିବାର ଦିନ ଚନ୍ଦନ ବା ତିଲକ୍ ଆପଣ ଲଗାନ୍ତୁ । ଏହା କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ। ଯଦି ଆପଣ କୌଣସି ମାନସିକ ଚାପରେ ଅଛନ୍ତି ,ତେବେ ଆପଣ ରବିବାର ଦିନ କ୍ଷୀରକୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତ । ଦେଖିବେ ଆପଣଙ୍କ ଜୀବନରେ ସମସ୍ୟାର ଅନ୍ତ ଘଟିବ ।  

 

5/5

ଯଦି ଆପଣ କୌଣସି ଶାରିରୀକ ପିଡାରେ ପୀଡି଼ତ ଅଛନ୍ତି। ତେବେ, ଆପଣ ରବିବାର ଦିନ ଶିବ ମନ୍ଦିର ଯାଇ ମହାଦେବଙ୍କୁ କ୍ଷୀର ଅର୍ପଣ କରନ୍ତୁ । ଏବଂ ମୃତ୍ୟୁଞ୍ଚୟ ମନ୍ତ୍ର ପାଠ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଶୁଭ ଫଳାଫଳ ମିଳିଥାଏ ଏବଂ ଶରୀର ପିଡାରୁ ମୁକ୍ତି  ମିଳିଥାଏ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)