Advertisement
Photo Details/zeeodisha/odisha2482532
photoDetails0hindi

Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

 
Horoscope Today 22 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୨୨ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ:  ଆଜିର ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ। ସକାଳୁ ସକାଳୁ ଦେବ ଦର୍ଶନର ଯୋଗ ରହିଛି।  ଆପଣ ଘର ପରିବାରରେ ଲୋକଙ୍କ ବିଶ୍ୱାସ ଜିତିବାକୁ ସକ୍ଷମ ହେବେ । ଜୀବନସାଥୀଙ୍କ ସହ ଆପଣ ପିଲାମାନଙ୍କ ଭବିଷ୍ୟତ ସମ୍ବନ୍ଧୀୟ କିଛି ଯୋଜନାରେ ନିବେଶ କରିବା ବିଷୟରେ କଥା ହୋଇପାରନ୍ତି । ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। 

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ଶୁଭ ରହିବ ନୂଆ ସପ୍ତାହ , କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବ୍ୟବସାୟୀଙ୍କର ବଢିବ ଲାଭ!

ALSO READ: Diwali 2024: ଦୀପାବଳିରେ ଗଜକେଶରୀ ରାଜଯୋଗ, ଧନବାନ୍ ହେବେ ଏହିସବୁ ରାଶି! କିଣିବେ ନୂଆ ଗାଡି ସହ...

 

2/12
  ବୃଷ: ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିପାରନ୍ତି । କର୍ମକ୍ଷେତ୍ରରେ ଦିନଟି ଅନୁକୂଳ ରହିବ।  ଆପଣଙ୍କୁ ହଠାତ୍ ଲାଭ ମିଳିବା ଦ୍ୱାରା ଆପଣ ମନ ପ୍ରଫୁଲ୍ଲ ରହିବ । ବିଭିନ୍ନ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଏହା ସହିତ ପୂଜାପାଠ ଏବଂ ଭଜନ କୀର୍ତ୍ତନ ପ୍ରତି ଆପଣଙ୍କ ଆଗ୍ରହ ଜନ୍ମିତ ହେବ ।

3/12

ମିଥୁନ:  ଆଜି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବ । ଯଦି ଆପଣ ପୂର୍ବରୁ କାହାକୁ ଟଙ୍କା ଉଧାର ଦେଇଥିଲେ, ତା’ ହେଲେ ସେହି ଟଙ୍କା ଆପଣ ଫେରି ପାଇବାର ସମ୍ଭାବନା ଅଧିକ ରହିଛି । ଯଦି ଆପଣଙ୍କ କ୍ୟାରିୟରକୁ ନେଇ କିଛି ସମସ୍ୟା ଚାଲିଛି, ତା’ ହେଲେ ତାହା ଦୂର ହୋଇଯିବ । ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ  ଲାଭ ପାଇବେ। 

4/12
  କର୍କଟ:  ଏହି ରାଶିଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଉତ୍ତମ ରହିବ। ଆଜି ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ। ସେତେବେଳେ ଆପଣ ସଫଳତା ପାଇବାକୁ ସମର୍ଥ ହେବେ । ଆପଣ ଡେଲି ରୁଟିନ୍‌ରେ ଯୋଗ ବ୍ୟାୟାମ କରି ଶାରୀରିକ କଷ୍ଟକୁ ଦୂର କରିପାରିବେ ।

5/12
  ସିଂହ: ଆଜିର ଦିନ ଆପଣଙ୍କ ପାଇଁ ବେଶ୍ ଶୁଭ ରହିବ। ଜନ କଲ୍ୟାଣ କାର୍ଯ୍ୟରେ ଜଡିତ ହୋଇ ଆପଣ ଭଲ ନାମ କମାଇବେ । ଯେଉଁମାନେ ନେଟୱାର୍କିଂ କ୍ଷେତ୍ର ସହିତ ଜଡିତ ସେମାନଙ୍କୁ ଆଜି ଭଲ ଲାଭ ମିଳିପାରେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଥିବା ଲୋକେ ଅଧିକ ଲାଭ ପାଇବେ। 

6/12

କନ୍ୟା: ସକାଳୁ ଦେବ ଦର୍ଶନ ର ଯୋଗ ରହିଛି । ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ପାଇପାରନ୍ତି। ଚାକିରିରେ କାମ କରୁଥିବା ଲୋକେ ଭଲ ପ୍ରଦର୍ଶନ କରି ନିଜ ଅଧିକାରୀଙ୍କ କଥାକୁ ପୂର୍ଣ୍ଣ ସମ୍ମାନ ଦେବେ । ଆପଣଙ୍କ ଭିତରେ ସ୍ଥାୟିତ୍ୱର ଭାବନା ବଜାୟ ରହିବ । ଆୟ-ବ୍ୟୟ ସମାନ ରହିବ। 

7/12
ତୁଳା: ଆଜି ଆପଣ ଏକରୁ ଅଧିକ ସ୍ରୋତରୁ ଟଙ୍କା ରୋଜଗାର କରିବେ । ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟକୁ ଦାୟିତ୍ୱର ସହିତ ପୂରଣ କରିବାକୁ ହେବ । ଆପଣଙ୍କ ସନ୍ତାନର ଚାକିରି ସହ ଜଡିତ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ । କର୍ମକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମ ଆଜି ଫଳପ୍ରଦ ହେବ । କିନ୍ତୁ ଆପଣ ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ବ୍ୟବସାୟ କରୁଥିବା ଲୋକ ସାବଧାନ ରୁହନ୍ତୁ ।

8/12

ବିଛା: ଆଜିର ଦିନ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ କିଛି ନୂଆ ଉପଲବ୍ଧି ନେଇ ଆସିବ । ଯଦି ପାରିବାରିକ ସମ୍ପର୍କରେ କିଛି ମତଭେଦ ଚାଲିଛି, ତା’ ହେଲେ ତାହାକୁ ଆପଣ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ସମର୍ଥ ହେବେ । ନିବେଶ ସମ୍ବନ୍ଧୀୟ ଯୋଜନାରେ ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ ।

9/12

ଧନୁ: ଆଜି ଆପଣଙ୍କୁ ଭାବିଚିନ୍ତି ଖର୍ଚ୍ଚ କରିବାକୁ ପଡ଼ିବ । ଦେଖାଣିଆ ଭାବେ ଅତ୍ୟଧିକ ଧନ ବ୍ୟୟ କରନ୍ତୁ ନାହିଁ। ଆପଣ ଘରେ ଏବଂ ବାହାରେ ଲୋକମାନଙ୍କ ସହିତ ସମ୍ପର୍କ ରଖିବାରେ ସକ୍ଷମ ହେବେ । ଆଜି ଆପଣ ସୃଜନଶୀଳ କାର୍ଯ୍ୟ କରିବେ । ଶିକ୍ଷାରେ ଆସୁଥିବା ସମସ୍ୟାଗୁଡ଼ିକ କାରଣରୁ ଆଜି ବିଦ୍ୟାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହେବେ ।

10/12
ମକର: ଆଜି ଆପଣଙ୍କ ସୁଖ, ସମୃଦ୍ଧିରେ ବୃଦ୍ଧି ହେବ । ଆପଣ ନିଜ ସୁଖ, ସୁବିଧାର କିଛି ଜିନିଷ କିଣିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିପାରନ୍ତି । ଆପଣଙ୍କୁ ନିଜର ଅଟକି ରହିଥିବା କାମକୁ ସମୟ ଅନୁସାରେ ପୂରା କରିବାକୁ ପଡ଼ିବ, ନଚେତ୍ ସମସ୍ୟା ହୋଇପାରେ । ସରକାରୀ ଚାକିରି ସହ ଜଡିତ ଲୋକଙ୍କୁ ପ୍ରମୋସନ ମିଳିବା ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିପାରେ ।

11/12

କୁମ୍ଭ: ଆଜି ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ । ବିଦ୍ୟାର୍ଥୀମାନେ ମାନସିକ ଚାପରୁ ମୁକ୍ତି ପାଇବେ । ଆପଣଙ୍କର କିଛି ବନ୍ଧୁ ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଆପଣଙ୍କର ନିବିଡ଼ତା ବୃଦ୍ଧି ପାଇବ । ପ୍ରେମ ଜୀବନ ଜିଉଁଥିବା ଲୋକମାନେ ସାଥୀଙ୍କ ସହିତ କୌଣସି ଲମ୍ବା ଡ୍ରାଇଭରେ ଯାଇପାରନ୍ତି ।

12/12

ମୀନ: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରହିବ । କୌଣସି ନୂଆ ଗାଡ଼ି କିଣିବାର ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ । ଆପଣଙ୍କୁ କୌଣସି ବରିଷ୍ଠ ସଦସ୍ୟଙ୍କ ସହିତ କଥାବାର୍ତ୍ତା ସମୟରେ ସ୍ୱଭାବରେ ନରମ ହେବାକୁ ପଡିବ । କାର୍ଯ୍ୟ ସନ୍ଧାନରେ ଏଠିସେଠି ବୁଲୁଥିବା ଲୋକମାନଙ୍କୁ କିଛି ଭଲ ଖବର ଶୁଣିବାକୁ ମିଳିପାରେ ।