Advertisement
photoDetails0hindi

Today Horoscope: ଅଯଥା ବିବାଦରେ ଫସି ପାରନ୍ତି ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

Horoscope Today 18 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୮ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ:  ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ। ଅସହାୟ ଲୋକଙ୍କ ସାହାରା ପାଲଟିବେ।  ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେବ। କିନ୍ତୁ କୌଶଳକ୍ରମେ ତାର ସମାଧାନ କରିବେ। ବ୍ୟବସାୟ କ୍ଷେତ୍ରରେ ଅନେକ ପ୍ରକାର ସୁବିଧା ପାଇବେ। 

 

2/12

ବୃଷ:  ସୁଖଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଗୃହରେ ଭାତୃ ବିବାଦ, ପଡ଼ୋଶୀ କଳହ,  ଜମି ପାଇଁ ମାଲିମକଦ୍ଦମାର ଅବସାନ ଘଟିବ। ଦିର୍ଘ ଦିନ ଧରି ଲାଗି ଥିବା ସମସ୍ୟାର ସମାଧାନ ହେବ। 

 

3/12

ମିଥୁନ:  ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିବେ। ନିଜ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ କରିବାରେ ସଫଳ ହେବେ।  ଶ୍ରମିକ-କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ ପ୍ରଗତିର ବେଗ ତ୍ଵରାନ୍ୱିତ ହେବ। ଦୂର ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

 

4/12

କର୍କଟ:  କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ବୈବାହିକ ଜୀବନ ସୁଖମୟ ହେବ। ବିଶେଷକରି, କଳା ଓ ସାହିତ୍ୟ କ୍ଷେତ୍ରରେ ଜଡ଼ିତ ଥିବା ଲୋକେ ପ୍ରଶଂସିତ ହେବେ। ରାଜନୈତିକ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ସଭା, ସମିତିରେ ଯୋଗ ଦେଇପାରନ୍ତି।

5/12

ସିଂହ:  ଦେହ ଓ ମନ ଭଲ ରହିଲେ ମଧ୍ୟ ପାରିବାରିକ କଳହ ଦେଖାଦେବ। ଯାହାକୁ ନେଇ ଚାପରେ ରହିବ। କର୍ମକ୍ଷେତ୍ରରୁ କୌଣସି ଖୁସି ଖବର ପାଇପାରନ୍ତି। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବାର ସମ୍ଭାବନା ରହିଛି। 

 

6/12

କନ୍ୟା:  ଆକସ୍ମିକ ଧନଲାଭର ଯୋଗ ରହିଛି। ଆଶା କରୁଥିବା ଦିଗରୁ ସଫଳତା ପାଇବେ। ନିଜ ବନ୍ଧୁଙ୍କ ସହ ଭେଟ ହୋଇପାରେ। ନିଜ ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ଆର୍ଥିକ ସଙ୍କଟ ଦୂରେଇ ଯିବ। ଦିର୍ଘ ଦିନରୁ ଆଣିଥିବା ଋଣ ପରିଶୋଧ କରିବେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ଓ ପ୍ରେରଣାରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଦରମା ବୃଦ୍ଧି ହେବ।

7/12

ତୁଳା:  ଆଜିକା ଦିନରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ କିନ୍ତୁ ପଛରେ ରହି ଷଡଯନ୍ତ୍ର ରଚିବେ। ତେଣୁ ଆପଣଙ୍କୁ ଜଗିରଖି ଚଳିବାକୁ ପଡି଼ବ। ବ୍ୟବସାୟରେ ଭଲ ଲାଭ ପାଇବେ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ।

8/12

ବିଛା:  ଦିନ ଆରମ୍ଭରୁ କୌଣସି ଖୁସି ଖବର ପାଇ ପାରନ୍ତି। ବିଶେଷ କରି, କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇପାରନ୍ତି। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ପେଟ ସମସ୍ୟା ଦେଖାଦେଇପାରେ। ବନ୍ଧୁମିଳନ ହେତୁ ମନଖୁସି ରହିବ।

 

9/12

ଧନୁ: ଆୟ ବ୍ୟୟ ସମାନ ରହିବ। ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। କାର୍ଯ୍ୟାଳୟରେ ନିଜ ସହକର୍ମୀ ଆପଣଙ୍କୁ ଈର୍ଷା କରିପାରନ୍ତି। ନିଜ କଥାବର୍ତ୍ତ ବେଳେ ସଂଜମତା ରକ୍ଷା କରନ୍ତୁ । ନଚେତ୍ ଅଯଥା ବିବାଦରେ ଫସିବାର ସମ୍ଭାବନା ରହିଛି। 

 

10/12

ମକର:  ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଅନ୍ୟର ପ୍ରରୋଚନାରେ ପଡି଼ ନିଜ ଘରେ ଅଯଥା ଅଶାନ୍ତି ସୃଷ୍ଟି କରିପାରନ୍ତି। ନିଜ ବୁଦ୍ଧି ବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। 

 

11/12

କୁମ୍ଭ: ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ ରହିଛି। ଆମଦାନୀ ଓ ରପ୍ତାନୀରେ ଜଡି଼ତ ଥିବା ବ୍ୟବସାୟୀମାନେ ଭଲ ଲାଭ ପାଇବେ। ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ ଅତି ସହଜରେ ହୋଇଯିବ। କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। 

 

12/12

ମୀନ:  ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ। ଜାଗା, ଜମି ଓ ଦାମୀ ଗାଡ଼ି ଆଦି କ୍ରୟ କରିପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ।