Advertisement
photoDetails0hindi

ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!

ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କେଉଁ କାମ କରିବାରୁ ଦୂରେଇ ରଖିବା ଆବଶ୍ୟକ ।

1/6

ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କିଛି କାମ କରିବାକୁ ନିଷେଧ କରାଯାଇଛି । କୁହାଯାଏ ଯେ ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କେଉଁ କାମ କରିବାରୁ ଦୂରେଇ ରଖିବା ଆବଶ୍ୟକ ।

୧. କେଶ, ଦାଢ଼ ଏବଂ ନଖ କାଟିବା

2/6
୧. କେଶ, ଦାଢ଼ ଏବଂ ନଖ କାଟିବା

ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କେଶ, ନଖ ଏବଂ ଦାଢ଼ି କାଟିବା ନିଷେଧ କରାଯାଇଛି । ବାସ୍ତୁ ଅନୁସାରେ ଏହା ବ୍ୟକ୍ତିଙ୍କ ଉପରେ ଋଣ ବୋଝ ଆଣିପାରେ । ଏପରି ପରିସ୍ଥିତିରେ ଅର୍ଥର ଅଭାବ ହୋଇପାରେ ।

୨. ଅନ୍ତିମ ସଂସ୍କାର

3/6
୨. ଅନ୍ତିମ ସଂସ୍କାର

ଗରୁଡ ପୁରାଣ ଅନୁସାରେ, ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରିବା ନିଷେଧ କରାଯାଇଛି । ମନେ କରାଯାଏ ଯେ ଏହି ସମୟରେ ଅନ୍ତିମ ସଂସ୍କାର କରିବାରୁ ମୃତ ବ୍ୟକ୍ତିଙ୍କୁ ପରଲୋକରେ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । ଏହା ବ୍ୟତୀତ ପରବର୍ତ୍ତୀ ଜନ୍ମରେ ସେମାନଙ୍କର ଶରୀରର କୌଣସି ଅଙ୍ଗରେ ତ୍ରୁଟି ରହିପାରେ । ତେଣୁ ସୂର୍ଯ୍ୟ ଅସ୍ତ ହେବା ପରେ ଶବଦାହ କରିବା ଉଚିତ ନୁହେଁ ।

୩. ଗଛ ଲତାକୁ ପାଣି ଦେବା କିମ୍ବା ପତ୍ର ଭାଙ୍ଗିବା

4/6
୩. ଗଛ ଲତାକୁ ପାଣି ଦେବା କିମ୍ବା ପତ୍ର ଭାଙ୍ଗିବା

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଗଛ ଲତାକୁ ଜଳ ଦେବା ଓ ପତ୍ର କାଟିବା ଠାରୁ ଦୂରେଇ ରହିବା ଉଚିତ୍ । କୁହାଯାଏ ସନ୍ଧ୍ୟା ସମୟରେ ଉଦ୍ଭିଦ  ଶୋଇବାକୁ ଯାଆନ୍ତି । ତେଣୁ ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଗଛରେ ହାତ ଲଗାଇବା ଉଚିତ୍ ନୁହେଁ ।

୪. ସ୍ନାନ କରିବା

5/6
୪. ସ୍ନାନ କରିବା

ଅନେକ ଲୋକଙ୍କର ସକାଳ ଓ ସନ୍ଧ୍ୟାରେ ଦୁଇଥର ଗାଧୋଇବାର ଅଭ୍ୟାସ ଅଛି । କିନ୍ତୁ ଏପରି କରିବା ଉଚିତ୍ ନୁହେଁ । ଏହା ଜୀବନରେ ଦୁର୍ଭାଗ୍ୟ ଆଣିପାରେ । ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସନ୍ଧ୍ୟାରେ ଗାଧୋଉଛନ୍ତି, ତେବେ କପାଳରେ ତିଲକ ଲଗାଇବା ଉଚିତ୍ ନୁହେଁ ।

ଏହା ବି ପଢ଼ନ୍ତୁ:-ମଦ୍ୟପଙ୍କ ପାଇଁ ଖୁସି ଖବର! ପୁଣି ଶସ୍ତା ହେବ ମଦ

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ଯିବେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା! ଅମିତ ଶାହଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ମୋଦି ଓ ସୋନିଆଙ୍କ ମଧ୍ୟରେ କିଏ ଭଲ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

 

୫. ଦହିର ସେବନ

6/6
୫. ଦହିର ସେବନ

ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ ଦହି ଖାଇବା ନିଷେଧ କରାଯାଇଛି । ବାସ୍ତବରେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହା ସହିତ ସୂର୍ଯ୍ୟାସ୍ତ ପରେ କାହାକୁ ଦହି ଦେବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ ।