Advertisement
photoDetails0hindi

The Sargasso Sea: ବିଶ୍ୱର ଏକମାତ୍ର ସମୁଦ୍ର; ଯାହାର ନାହିଁ ଉପକୂଳ

Sea Without Coastline: ବିଶ୍ୱରେ ଏପରି ଏକ ସମୁଦ୍ର ରହିଛି ଯିଏ ବିଶ୍ୱର କୌଣସି ସ୍ଥାନରେ ସ୍ଥଳ ଭାଗକୁ ସ୍ପର୍ଶ କରିନଥାଏ। 

1/5

ଆଟଲାଣ୍ଟିକ୍ ମହାସାଗରରେ ସାରଗାସୋ ସାଗର ନାମରେ ଏକ ସମୁଦ୍ର ରହିଛି। ଯାହାର କୌଣସି ଉପକୂଳ ନାହିଁ। ସମଗ୍ର ବିଶ୍ୱର ସାରଗାସୋ ହେଉଛି ଏକମାତ୍ର ସାଗର ଯାହାର କୌଣସି ଉପକୂଳ ନାହିଁ। ଭୌଗୋଳିକ ମାନଚିତ୍ରର ଏହି ସାଗର ବିଶ୍ୱର କୌଣସି ସ୍ଥାନରେ ସ୍ଥଳ ଭାଗକୁ ସ୍ପର୍ଶ କରେନାହିଁ।

2/5

ସାରଗାସୋ ସାଗର ଉତ୍ତର ଆଟଲାଣ୍ଟିକ୍ ମହାସାଗରର ଗଲ୍ଫ୍ ଷ୍ଟ୍ରିମ ପଶ୍ଚିମରେ ଏବଂ କାନାରି କରେଣ୍ଟ୍ର ପୂର୍ବ ଦିଗରେ ଅବସ୍ଥିତ ରହିଛି। ଏଠାକୁ ଯିବା ବିପଦ ମୁକ୍ତ ନୁହେଁ। କାରଣ ସାରଗାସୋ ସାଗର ଦ୍ୱୀପ ରହସ୍ୟମୟ ବର୍ମୁଡା ତ୍ରିକୋଣର ଅତି ନିକଟରେ ଅବସ୍ଥିତ।

3/5

ଆଟଲାଣ୍ଟିକ୍ ମହାସାଗର ବର୍ମୁଡା ହେଉଛି ଏକ ତ୍ରିକୋଣୀୟ ସାମୁଦ୍ରିକ ଅଞ୍ଚଳ। ଯେଉଁଠାରୁ ବଡ଼ ଜାହାଜ ଏବଂ ବିମାନ ଯାତ୍ରା ବେଳେ ଅଦୃଶ୍ୟ ହୋଇଯାଇଛନ୍ତି। ଏହାକୁ ନେଇ ଅନେକ ରହସ୍ୟମୟ ଲୋକକଥା ମଧ୍ୟ ରହିଛି। ହେଲେ ବର୍ମୁଡା ତ୍ରିକୋଣ ପଛରେ ରହିଥିବା ରହସ୍ୟର ପର୍ଦ୍ଦାଫାଶ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ହୋଇ ପାରିନାହିଁ।

4/5

କୌଣସି ଉପକୂଳ ନଥିବା ବ୍ୟତୀତ ସାରଗାସୋ ସାଗରର ଅନ୍ୟ ଏକ ବିଶେଷତ୍ୱ ରହିଛି। ତାହା ​​ହେଉଛି ଏହି ସାଗରରେ ସାରଗାସୋ ଘାସ ବହୁଳ ପରିମାଣରେ ବଢିଥାଏ। ସାରଗାସୋ ଘାସର ନାମ ଅନୁସାରେ ଏହାର ନାମ ସାରଗାସୋ ସାଗର ରଖାଯାଇଛି। ଏହି ଘାସ ସମୁଦ୍ର ପୃଷ୍ଠରେ ଭାସୁଥିବା ଦେଖିବାକୁ ମିଳେ।

5/5

ଏହି ଘାସ ମଧ୍ୟ ଏଠାରେ ଥିବା ଜଳଜୀବଙ୍କ ପାଇଁ ହେଉଛି ଖାଦ୍ୟର ମୁଖ୍ୟ ଉତ୍ସ। ସାରଗାସୋ ଘାସରେ ବିଭିନ୍ନ ପ୍ରକାରର ମାଛ, କଙ୍କଡା ଏବଂ କଇଁଛ ମଧ୍ୟ ବସବାସ କରିଥାନ୍ତି। ଆଟଲାଣ୍ଟିକ୍  ମହାସାଗରରେ ପ୍ରବଳ ଥଣ୍ଡା ସତ୍ତ୍ୱେ ସାରଗାସୋ ସାଗରର ଜଳ ଗରମ ରହିଥାଏ।