Advertisement
photoDetails0hindi

Surya Gochar 2023: ରାଶି ବଦଳାଇଲେ ସୂର୍ଯ୍ୟ, ସଙ୍କଟରେ ପଡ଼ିପାରନ୍ତି ଏହି ୪ଟି ରାଶି!

Surya Gochar 2023: ଶୁକ୍ରବାର ଅର୍ଥାତ୍ ଏପ୍ରିଲ ମାସ ୧୪ ତାରିଖରୁ ସୂର୍ଯ୍ୟ ଗୋଟିଏ ରାଶିକୁ ଅନ୍ୟ ଏକ ରାଶିକୁ ଗୋଚର କରିଛନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବାକୁ ଥିବାବେଳେ ମୁଖ୍ୟତଃ ଏହି ୪ଟି ରାଶଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିବ।

1/5

ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ । ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗମନ କଲେ ଏହାକୁ ସୂର୍ଯ୍ୟ ଗୋଚର ବୋଲି କୁହାଯାଏ । ଏପ୍ରିଲ ୧୪ ତାରିଖ ୨:୪୨ ମିନିଟରେ ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗୋଚର କରୁଛନ୍ତି । ଏହି ସୂର୍ଯ୍ୟ ଗୋଚର ସମୟରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ ।

2/5

ମେଷ ରାଶି-  ମେଷ ରାଶିର ଚତୁର୍ଥ ଘରେ ଆଜି ସୂର୍ଯ୍ୟ ଆଗମନ କରିଛନ୍ତି। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଏହି ସମୟରେ କୌଣସି ବିନିଯୋଗ କରନ୍ତୁ ନାହିଁ ନଚେତ୍ କ୍ଷତିରେ ପଡ଼ିପାରନ୍ତି । ପରିବାରରେ ସମସ୍ୟା ଦେଖାଦେଇପାରେ ।

3/5

କନ୍ୟା ରାଶି- କନ୍ୟା ରାଶିର ଅଷ୍ଟମ ଘରେ ସୂର୍ଯ୍ୟଙ୍କ ଗୋଚର ହେବ। ଏହି ସମୟରେ ଖର୍ଚ୍ଚ ଓ ମାନସିକ ଚାପ ବୃଦ୍ଧି ପାଇପାରେ । ଚାକିରୀ କ୍ଷେତ୍ରରେ ସମସ୍ୟା ଦେଖା ଦେବ। ବୈବାହିକ ଜୀବନରେ ଅଶାନ୍ତି ବଢିପାରେ । ଦୁର୍ଘଟଣା ନେଇ ଯୋଗ ରହିଛି ।

4/5

କର୍କଟ ରାଶି- କର୍କଟ ରାଶିର ଦଶମ ଘରେ ସୂର୍ଯ୍ୟଙ୍କ ଗୋଚର କରିବେ । ଏହି ସମୟରୁ ବିବାଦରୁ ଦୂରରେ ରୁହନ୍ତୁ ।  ଆର୍ଥିକ କ୍ଷେତ୍ର ହୋଇପାରେ ।

5/5

ବୃଷ ରାଶି- ବୃଷ ରାଶିର ଦ୍ବାଦଶ ଘରେ ସୂର୍ଯ୍ୟଙ୍କ ଗୋଚର କରିବେ। ଏଭଳି ପରିସ୍ଥିତିରେ ଆର୍ଥିକ କ୍ଷତି ହୋଇପାରେ। ରାଶିରେ ରାହୁ ଥିବାରୁ  ସମସ୍ୟା ଅଧିକ ବଢିପାରେ ।

 

 (ପ୍ରତ୍ୟାଖ୍ୟାନ- ଏହି ଆର୍ଟିକିଲ୍ ସାଧାରଣ ସୂଚନା ଉପରେ ଆଧାରିତ, ଯାହା ଜି ମିଡିଆ ଦ୍ୱାରା ନିଶ୍ଚିତ ହୋଇନାହିଁ)