Advertisement
Photo Details/zeeodisha/odisha1841149
photoDetails0hindi

Gadar 2: ନୂଆ ସଂସଦରେ 'ଗଦ୍ଦର ୨', ସନ୍ନି ଦେଓଲଙ୍କ ଫିଲ୍ମ ଦେଖିବେ ୫୪୩ ସଦସ୍ୟ

Gadar 2 To Be Screened In New Parliament Building: ଗଦ୍ଦର ୨ ସନ୍ନି ଦେଓଲଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ଫିଲ୍ମ ବୋଲି ପ୍ରମାଣିତ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି । ଖବର ମୁତାବକ ଏହି ଫିଲ୍ମଟି ବର୍ତ୍ତମାନ ସଂସଦର ୫୪୩ ଜଣ ସଦସ୍ୟଙ୍କୁ ଦେଖାଯିବ ।

1/6

Gadar 2: ସନ୍ନି ଦେଓଲଙ୍କ ଫିଲ୍ମ କମାଲ କରୁଛି, ଯାହା ନିର୍ମାତାମାନେ ମଧ୍ଯ କେବେ ଆଶା କରିନଥିଲେ । 'ଗଦ୍ଦର ୨' ୨୦୦୧ ଫିଲ୍ମ 'ଗଦ୍ଦର ଏକ ପ୍ରେମ କଥା'ର ଏକ ସିକ୍ୱେଲ ଅଟେ । ଏହି ଫିଲ୍ମଟି ଚଳିତ ବର୍ଷର ଦ୍ୱିତୀୟ ଫିଲ୍ମ ହୋଇପାରିଛି, ଯାହାର କଲେକ୍ସନ ୪୦୦ କୋଟି ଟଙ୍କା ଅତିକ୍ରମ କରିଛି । ଫିଲ୍ମର କାହାଣୀ ସହିତ ଲୋକମାନେ ଫିଲ୍ମର ଡାଇଲଗ୍ ଓ ଗୀତକୁ ବହୁତ ପସନ୍ଦ କରୁଛନ୍ତି । ଏବେ ଖବର ଆସିଛି ଯେ ସନ୍ନି ଦେଓଲ ଓ ଅମିଶା ପଟେଲଙ୍କ ଏହି ଫିଲ୍ମକୁ ସାଂସଦମାନେ ମଧ୍ୟ ଦେଖିବେ ।

 

2/6

ଗଦ୍ଦର ୨ ସନ୍ନି ଦେଓଲଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ଫିଲ୍ମ ବୋଲି ପ୍ରମାଣିତ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି । ଖବର ମୁତାବକ, ଏହି ଫିଲ୍ମଟି ବର୍ତ୍ତମାନ ୩ ଦିନ ପାଇଁ ୫୪୩ ଜଣ ସାଂସଦଙ୍କୁ ଦେଖାଯିବ ।

 

3/6

ବାସ୍ତବରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆଜି ଅର୍ଥାତ ୨୫ ଅଗଷ୍ଟରୁ ତିନି ଦିନ ଧରି ସଂସଦର ନୂଆ ଭବନରେ ପ୍ରଦର୍ଶିତ ହେବ । ଫିଲ୍ମର ନିର୍ମାତା କମ୍ପାନୀ ଜି ଷ୍ଟୁଡିଓ ଏହି ଖବରକୁ ନିଶ୍ଚିତ କରିଛି, କିନ୍ତୁ ଏହା ବ୍ୟତୀତ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ ।

 

4/6

ସଂସଦ ଗୃହରେ 'ଗଦ୍ଦର ୨'ର ସ୍କ୍ରିନିଂ ବିଷୟରେ ଇଟିମସ୍ ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ମାତା ଅନିଲ ଶର୍ମା କହିଛନ୍ତି ଯେ ଫିଲ୍ମର ସ୍କ୍ରିନିଂ ପାଇଁ ଆମେ ସଂସଦରୁ ଏକ ମେଲ୍ ପାଇଛୁ । ମୁଁ ପ୍ରକୃତରେ ସମ୍ମାନିତ ଅନୁଭବ କରୁଛି ।

 

5/6

ଯେତେବେଳେ ତାଙ୍କୁ ତିନି ଦିନିଆ ଶୋ’ରେ ଯୋଗଦେବେ ବୋଲି ପଚରାଗଲା? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, 'ଦିଲ୍ଲୀ ଯିବା ମୋ ପାଇଁ କଷ୍ଟକର ହେବ, କିନ୍ତୁ ମୁଁ କାଲି ସେଠାକୁ ଯାଇପାରେ । ମୋତେ କୁହାଯାଇଛି ଯେ ଉପରାଷ୍ଟ୍ରପତି ମଧ୍ୟ ଫିଲ୍ମ ଦେଖିବାର ସମ୍ଭାବନା ରହିଛି ।

 

6/6

କହିରଖୁଛୁ ଯେ ୧୧ ଅଗଷ୍ଟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ୪୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି । ବକ୍ସ ଅଫିସରେ ଫିଲ୍ମର ସଂଗ୍ରହ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସନ୍ନି ଦେଓଲ୍ ଏକ ଭିଡିଓ ସେୟାର କରିଥିଲେ ଓ ଫିଲ୍ମ ପାଇଥିବା ପ୍ରେମ ପାଇଁ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ ।