Advertisement
photoDetails0hindi

Gadar 2: ‘ଗଦ୍ଦର-୨’ ନିର୍ମାଣ ପାଇଁ କାହିଁକି ଲାଗିଲା ୨୨ ବର୍ଷ, କାରଣ କହିଲେ ନିର୍ଦ୍ଦେଶକ..

Gadar 2: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅମୀଶା ପଟେଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଗଦ୍ଦର ୨'  ଅଗଷ୍ଟ ୧୧ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ଦ୍ୱିତୀୟ ଭାଗ ନିର୍ମାଣ ଲାଗି ୨୨ ବର୍ଷ ସମୟ ଲାଗିଥିଲେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ।

1/5

'ଗଦ୍ଦର' ରିଲିଜ୍ ହେବାର ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୨୨ ବର୍ଷ ପରେ ରିଲିଜ ହେବାକୁ ଯାଉଛି 'ଗଦ୍ଦର ୨' । ତେବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ବାରମ୍ବାର ଆସୁଥିବା ନିଶ୍ଚୟ ଯେ, ଏହାର ଦ୍ବିତୀୟ ଭାଗ ନିର୍ମାଣ ଲାଗି ଏତେ ସମୟ କାହିଁକି ଲାଗିଲା ।

2/5

ନିକଟରେ ଫିଲ୍ମ ନିର୍ଦ୍ଦେଶକ ଅନିଲ ଶର୍ମା ଏହା ଉପରୁ ପରଦା ହଟାଇନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅନିଲ କହିଛନ୍ତି, ଗତ ୨୨ ବର୍ଷ ମଧ୍ୟରେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ନିକଟକୁ ଅନେକ କାହାଣୀ ଆସିଥିଲା ​​।

3/5

କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସି କାହାଣୀ ତାଙ୍କୁ ପସନ୍ଦ ଆସିନଥିଲା । ଏହି କାରଣରୁ ସେ ଫିଲ୍ମ ଲାଗି ପ୍ରାୟ ୫୦ଟି କାହାଣୀକୁ ରିଜେକ୍ଟ ମଧ୍ଯ କରିଥିଲେ । ଶେଷରେ ନିଜ ପାଖରେ ଥିବା କାହାଣୀ ତାଙ୍କୁ ପସନ୍ଦ ଆସିଥିଲା । ଏହି କାରଣ ଯୋଗୁଁ ଚଳଚ୍ଚିତ୍ର ନିର୍ମାଣ ପାଇଁ ୨୨ ବର୍ଷ ସମୟ ଲାଗିଛି ।

4/5

ପ୍ରକାଶ ଥାଉ କି, ଫିଲ୍ମର ପ୍ରଥମ ପାର୍ଟ ୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା ​​। ଏଥିରେ ସନି ଦେଓଲ, ତାରା ସିଂ ଓ ଅମୀଷା ପଟେଲ ନଜର ଆସିଥିଲେ। ସନି ଓ ଅମୀଷାଙ୍କ ଯୋଡ଼ିକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।

5/5

ନିକଟରେ ରିଲିଜ ହୋଇଥିବା 'ଗଦ୍ଦର ୨'ର ଟ୍ରେଲରକୁ ମଧ୍ଯ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି । ତେବେ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଅନେକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।