Advertisement
Photo Details/zeeodisha/odisha1848401
photoDetails0hindi

Space Mission: କେବେ ISRO ଠାରୁ ଆଗରେ ରହିଥିଲା SUPARCO; ବଜେଟ ଶୁଣିଲେ ଉଡ଼ିଯିବ ହୋସ

Pakistan Space Agency: ଭାରତୀୟ ମହକାଶ ଗବେଷଣା ସଂସ୍ଥା ISRO ଭଳି ପାକିସ୍ତାନ ପାଖରେ ନିଜସ୍ୱ ଏକ ସ୍ପେଶ ଏଜେନ୍ସି ରହିଛି। ଯାହାର ନାଁ ହେଉଛି SUPARCO। ହେଲେ ତଥାପି SUPARCO, ମହାକାଶ ଅଭିଯାନ କ୍ଷେତ୍ରରେ ISRO ଭଳି ସେପରି କୌଣସି ଉଲ୍ଲେଖନୀୟ ସଫଳତା ହାସଲ କରିପାରି ନାହିଁ। ଯଦି ଆପଣ ପାକିସ୍ତାନ ସ୍ପେଶ ଏଜେନ୍ସି SUPARCO ବଜେଟ କଥା ଶୁଣନ୍ତି ତାହେଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

1/6

୧୯୬୧ ମସିହା ସେପ୍ଟମ୍ବର ୧୬ ତାରିଖରେ ପାକିସ୍ତାନ "Space and Upper Atmosphere Research Organization" ନାମରେ ଏକ ସଙ୍ଗଠନ ସୃଷ୍ଟି କରିଥିଲା। ଯାହା ବର୍ତ୍ତମାନ SUPARCO ନାମରେ ସମଗ୍ର ବିଶ୍ୱରେ ଜଣାଶୁଣା। ଭାରତୀୟ ମହକାଶ ଗବେଷଣା ସଂସ୍ଥା ISRO ୧୯୬୯ ମସିହାରେ ଗଠିତ ହୋଇଥିଲା। ଆପଣ  ଜାଣି ଆଶ୍ଚର୍ଯ୍ୟ ହେବେ ଯେ ISRO ଗଠନ ହେବାର ୮ ବର୍ଷ ପୂର୍ବରୁ SUPARCO ଗଠିତ ହୋଇଥିଲା।  

2/6

SUPARCO ପ୍ରାରମ୍ଭରେ ମହାକାଶ ଅଭିଯାନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିଲା। ୧୯୬୦ ଦଶକରେ ମହାକାଶ ଗବେଷଣା କ୍ଷେତ୍ରରେ ପାକିସ୍ତାନ, ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ ପାଇବାରେ ଲାଗିଥିଲା। 

 

3/6

୧୯୬୦ ଦଶକରେ ଚନ୍ଦ୍ର ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଲା। ମହକାଶ ଯାନ ଉତକ୍ଷେପଣ ପାଇଁ ଭାରତ ମହାସାଗର ସବୁଠାରୁ ଉପଯୁକ୍ତ ସ୍ଥାନ ଭାବରେ ପରିଗଣିତ ହେଉଥିଲା। ଏହି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନ ନିକଟତର ହୋଇଥିଲା।

 

4/6

 

ଯୁକ୍ତରାଷ୍ଟ୍ର ଆମେରିକା ସହାୟତାରେ ପାକିସ୍ତାନ ୧୯୬୨ ମସିହାରେ Rehbar-1 ନାମରେ ମହାକାଶକୁ ଏହାର ପ୍ରଥମ ରକେଟ୍ ଉତକ୍ଷେପଣ କରିଥିଲା। ରକେଟ ଉତକ୍ଷେପଣ କରିବାରେ ପାକିସ୍ତାନ ବିଶ୍ୱର ଦଶମ ଦେଶ ହୋଇଥିଲା। Rehbar-1 ଏକ ଦୁଇ ପର୍ଯ୍ୟାୟ ବିଶିଷ୍ଟ ରକେଟ୍ ରହିଥିଲା। ଯାହାର ମୁଖ୍ୟ ଲକ୍ଷ୍ୟ ପୃଥିବୀର ଉପର ବାୟୁମଣ୍ଡଳ ବିଷୟରେ ଅଧ୍ୟୟନ କରିବା ରହିଥିଲା।

5/6

ମହାକାଶ ଅଭିଯାନରେ ପ୍ରାରମ୍ଭିକ ସଫଳତା ପରେ ପାକିସ୍ତାନ କ୍ଷେପଣାସ୍ତ୍ର ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲା। ୧୯୮୦ ଦଶକର ଶେଷ ଭାଗରେ Hatf Programme ପ୍ରସ୍ତୁତ କରାଯାଇଥିଲା। ଯାହା ମାଧ୍ୟମରେ ବାଲିଷ୍ଟିକ୍ ମିସାଇଲ ନିର୍ମାଣ କରିଥିଲା ପାକିସ୍ତାନ।

 

6/6

ପାକିସ୍ତାନ ଏ ପର୍ଯ୍ୟନ୍ତ ମହାକାଶକୁ ପାଞ୍ଚଟି ଉପଗ୍ରହ ପଠାଇ ପାରିଛି। ଯାହା ମଧ୍ୟରେ ରହିଛି Badr-1, Badr-B, Paksat-1R, Paksat-1, ICube-1, Remote Sensing Satellite। ପାକିସ୍ତାନର ସ୍ପେସ୍ ଏଜେନ୍ସି ବର୍ତ୍ତମାନ ପର୍ଯ୍ୟନ୍ତ ସେ ପରି କୌଣସି ବଡ଼ ଧରଣର ମହକାଶ ଅଭିଯାନ କାର୍ଯ୍ୟକାରୀ କରିନାହିଁ। ବିଗତ ୬୨ ବର୍ଷ ମଧ୍ୟରେ ପାକିସ୍ତାନ କେବଳ ପାଞ୍ଚଟି ଉପଗ୍ରହ ଉତକ୍ଷେପଣ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ସ୍ପେଶ ଏଜେନ୍ସି SUPARCO ବଜେଟ ରାଶି ଭାବରେ ଏଥର ମାତ୍ର ୨୦୦ କୋଟି ଟଙ୍କା ପାଇଛି।