Advertisement
photoDetails0hindi

South Actress Qualification: ମେଡ଼ିକାଲ ପାଠ ଛାଡ଼ି ଅଭିନୟ ବାଛିଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କେତେ ଶିକ୍ଷିତ ସାଉଥ ଇଣ୍ତଷ୍ଟ୍ରି ହିରୋଇନ୍

South Actress Qualification: ଦର୍ଶକ ବଲିଉଡ଼ ସହ ସାଉଥ ଫିଲ୍ମକୁ ମଧ୍ଯ ବେଶ ପସନ୍ଦ କରୁଛନ୍ତି । ବର୍ତ୍ତମାନ ବଲିଉଡ଼ ଅପେକ୍ଷା ସାଉଥ ଫିଲ୍ମର କ୍ରେଜ ଅଧିକ ବଢିବାରେ ଲାଗିଛି । ସାଉଥ ଇଣ୍ତଷ୍ଟ୍ରିର ଅଭିନେତ୍ରୀମାନଙ୍କୁ ମଧ୍ୟ ବେଶ ପସନ୍ଦ କରିଥାଆନ୍ତି ଫ୍ୟାନ୍ସ । ଅଭିନୟଠାରୁ ଆରମ୍ଭ କରି ଲୁକ୍ସ ଓ ଜୀବନଶୈଳୀରେ ଏହି ଅଭିନେତ୍ରୀ ମାନେ କୌଣସି ଗୁଣରେ ମଧ୍ଯ କମ୍ ନୁହଁନ୍ତି । ତେବେ ଆସନ୍ତୁ ଜାଣିବା କେତେ ଶିକ୍ଷିତ ସାଉଥର ଏହି ସବୁ ସୁନ୍ଦରୀ।

1/5

ସାମନ୍ଥା ରୁଥ ପ୍ରଭୁ(Samantha Ruth Prabhu )- ସାମନ୍ଥା ପ୍ରଭୁ ସାଉଥର ବେଶ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି । ସେ ‘ଦି ଫ୍ୟାମିଲି ମ୍ୟାନ୍’ ୱେବ୍ ସିରିଜରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା। ସାମନ୍ଥା ଚେନ୍ନାଇର ଏସଏମସି କଲେଜରୁ ବି.କମ(Bcom) କରିଛନ୍ତି ।

2/5

ପୂଜା ହେଗଡ଼େ(Pooja Hegde )- ଅଭିନେତ୍ରୀ ପୂଜା ହେଗଡ଼େ ମୁମ୍ବାଇର ମିଠିବାଇ କଲେଜରୁ ବାଣିଜ୍ୟରେ ସ୍ନାତକ ଡ଼ିଗ୍ରୀ ହାସଲ କରିଛନ୍ତି ।

3/5

ରଶ୍ମିକା ମଦାନା (Rashmika Mandanna)- ନ୍ୟାସନାଲ କ୍ରସ ରଶ୍ମିକା ମଦାନାଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରିଥାଆନ୍ତି । ରଶ୍ମିକାଙ୍କ ଏମଏସ ରାମାୟା କଲେଜରୁ ସାଇକୋଲୋଜି ଓ ସାମ୍ବାଦିକତା ଅଧ୍ୟୟନ କରିଛନ୍ତି।

4/5

ସାଇ ପାଲ୍ଲବୀ (Sai Pallavi)- ନିଜର ସରଳତା ପାଇଁ ଦର୍ଶକ ନିକଟରେ ବେଶ ପ୍ରସିଦ୍ଧ ସାଇ ପାଲ୍ଲବୀ । ସାଇ ଇଣ୍ଡଷ୍ଟ୍ରିରେ ସବୁଠାରୁ ଶିକ୍ଷିତ ଅଭିନେତ୍ରୀ ଅଟନ୍ତି । ସେ ଏମବିବିଏସ୍ କରିଥିବା ବେଳେ ମେଡି଼କାଲ ଲାଇନ ଛାଡ଼ି ସେ ଫିଲ୍ମ ଇଣ୍ତଷ୍ଟ୍ରିରେ ପାଦ ଦେଇଥିଲେ।

5/5

ଅନୁଷ୍କା ଶେଟ୍ଟୀ(Anuka sethhy)-ବାହୁବଲୀଙ୍କ ଦେବସେନା ଅର୍ଥାତ୍ ଅନୁଷ୍କା ଶେଟ୍ଟୀଙ୍କୁ କିଏ ବା ନ ଜାଣେ । ବାହୁବଲୀ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଅନୁଷ୍କା ବାଙ୍ଗାଲୋର ମାଉଣ୍ଟ କାର୍ମେଲ କଲେଜରୁ ବିସିଏ ଅଧ୍ୟୟନ କରିଛନ୍ତି ।