Advertisement
photoDetails0hindi

Shikhar Dhawan: ପତ୍ନୀଙ୍କ ସହ ଛାଡପତ୍ରକୁ ନେଇ ନୀରବତା ଭାଙ୍ଗିଲେ ଶିଖର ଧାୱନ; କହିଲେ- 'ଯେତେବେଳେ ମୁଁ ପ୍ରେମରେ ପଡ଼ିଥିଲି...'

Shikhar Dhawan: ଆଇପିଏଲ-୧୬ ଆରମ୍ଭ ହେବା ପୂର୍ବରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି ଭାରତୀୟ ଦଳର ଷ୍ଟାର କ୍ରିକଟର ଶିଖର ଧାୱ । ଏହି କ୍ରିକେଟର ନିଜ ପୂର୍ବ ପତ୍ନୀଙ୍କ ସହ ଛାଡ଼ପତ୍ର ଓ ପୁନର୍ବାର ବିବାହ ନେଇ ସୂଚନା ଦେଇଛନ୍ତି ।

1/5

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ଛାଡ଼ପତ୍ରକୁ ଇତି ମଧ୍ଯରେ ଦୀର୍ଘ ସମୟ ବିତିଛି । ପତ୍ନୀଙ୍କ ସହ ଛାଡ଼ପତ୍ରକୁ ନେଇ କେବେ ମୁହଁ ଖେଲିନଥିଲି ଏହି କ୍ରିକେଟର । କିନ୍ତୁ ନିକଟରେ ଶିଖର ଧାୱନ ଏହି ପ୍ରସଙ୍ଗ ଉପରେ ନିଜ ମତ ଦେଇଛନ୍ତି। ଏକ ସାକ୍ଷାତକାରେ, ଶିଖର ଧାୱନ ପତ୍ନୀଙ୍କ ଠାରୁ ଅଲଗା ହେବାର ଅନୁଭୂତି ସହ ଆଜିକାଲିର ଯୁବପୀଢି ମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ।

2/5

ଏହ ଇଣ୍ଟଭ୍ୟୟୁରେ ଶିଖର ଧାୱନ ସ୍ବୀକାର କରିଥିଲେ ଯେ ସେ ବିବାହରେ ଫେଲ ହୋଇଛନ୍ତି । କିନ୍ତୁ ଏଥିଲାଗି ସେ କାହାକୁ ଦାୟୀ କରିନାହାଁନ୍ତି । ସେ କହିଛନ୍ତି ଯେ, 'ଏହା ତାଙ୍କ ନିଷ୍ପତ୍ତି ଥିଲା ।  ଶିଖର ଧାୱନ ଆଉ ମଧ୍ଯ କହିଥିଲେ ଯେ, ମୁଁ ବିବାହରେ ବିଫଳ ହୋଇଛି କାରଣ ଚୂଡ଼ାନ୍ତ ନିଷ୍ପତ୍ତି ବ୍ୟକ୍ତିଙ୍କର ହିଁ ହୋଇଥାଏ। ମୁଁ ଅନ୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରେ ନାହିଁ । ମୁଁ ବିଫଳ ହେଲି କାରଣ ମୋର ସେହି କ୍ଷେତ୍ରରେ ଜ୍ଞାନ ନଥିଲା । ଆଜି ମୁଁ କ୍ରିକେଟ୍ ବିଷୟରେ ଯାହା ବି ଜାଣିଛି ୨୦ ବର୍ଷ ପୂର୍ବରୁ ସେ ବିଷୟରେ ଜାଣି ନଥିଲି । ଏହା ଅଭିଜ୍ଞତା ସହିତ ଆସେ' ।

3/5

ଭାରତର ଏହି ଓପନିଂ ବ୍ୟାଟ୍ସମ୍ୟାନ କହିଥିଲେ ଯେ, "ବର୍ତ୍ତମାନ ମୋର ଛାଡପତ୍ର ମାମଲା ଚାଲିଛି। ଯଦି ମୁଁ ପୁନର୍ବାର ବିବାହ କରିବି ତେବେ ମୁଁ ସେହି କ୍ଷେତ୍ରରେ ଅଧିକ ଅଭିଜ୍ଞ ହୋଇଯିବି। ମୁଁ ଜାଣି ପାରିବି କି ମୁଁ କେଉଁ ପ୍ରକାର ଝିଅ ଚାହୁଁଛି ଓ କାହା ସହିତ ମୁଁ ମୋ ଜୀବନ ବିତାଇ ପାରିବି। ଯେତେବେଳେ ମୋତେ ୨୬-୨୭ ବର୍ଷ ବୟସ ହୋଇଥିଲା ସେ ସମୟରେ ମୁଁ ଖେଳୁଥିଲି ।  ସେତେବେଳେ ମୁଁ କୌଣସି ସମ୍ପର୍କରେ ନଥିଲି । ମୁଁ ଖାଲି ମଜା କରୁଥିଲି" ।

4/5

"ସେଥିପାଇଁ ମୁଁ ଯେତେବେଳେ ପ୍ରେମରେ ପଡିଥିଲି, ସେତେବେଳେ ମୁଁ ବିପଦ ବିଷୟରେ ଜାଣିପାରିନଥିଲି । କିନ୍ତୁ, ଯଦି ମୁଁ ପୁଣି କେବେ ପ୍ରେମରେ ପଡ଼େ, ତେବେ ମୁଁ  ସଜାଗ ରହିବା ସହ ସେହି ସମ୍ପର୍କରୁ ବାହାରକୁ ଯିବି। ଯଦି ସବୁ ଠିକ୍ ରୁହେ ତାହାଲେ ଯଦି ସଂପର୍କ ଆଗକୁ ବଢିବ"।

5/5

ସେ ଆହୁରି କହିଛନ୍ତି, “ଏହା ମଧ୍ୟ ଏକ ମ୍ୟାଚ୍ ଭଳି । କେତେ ଜଣ ୪-୫ଟି ସମ୍ପର୍କ ଆବଶ୍ୟକ କରିପାରନ୍ତି, ଅନ୍ୟମାନେ ଜିନିଷ ଜାଣିବା ପାଇଁ ୮-୯ ନେଇପାରନ୍ତି । ଏଥିରେ କିଛି ଭୁଲ୍ ନାହିଁ । ଆପଣ ଏଥିରୁ ଶିଖିବେ ଓ ଯେତେବେଳେ ଆପଣ ବିବାହ କରିବାକୁ ନିଷ୍ପତ୍ତି ନେବେ ସେତେବେଳେ ଆପଣଙ୍କର ଏ ନେଇ ଅଭିଜ୍ଞତା ରହିବ"। ଆୟେଶା ଶିଖର ଧାୱନଙ୍କଠାରୁ ୧୦ ବର୍ଷ ବଡ଼ ଥିଲେ। ଶିଖର ଧାୱନ ଓ ଆୟେଶା ମୁଖାର୍ଜୀଙ୍କ ଏକ ପୁଅ ମଧ୍ଯ ଅଛନ୍ତି।