Advertisement
Photo Details/zeeodisha/odisha1665110
photoDetails0hindi

Shehnaaz Gill: ଫଟୋସୁଟରେ କେବେ ସୁଖୀ ତ କେବେ ଦୁଃଖୀ, ଜାଣନ୍ତୁ ଏମିତି ଫଟୋସୁଟର କାରଣ

Shehnaaz Gill: ଟେଲିଭିଜନର ରିୟାଲିଟି ସୋ ବିଗ୍ ବସ୍ ୧୩ ତମ ସିଜିନ ପରେ, ଶେହନାଜ୍ ଗିଲ୍ ବେଶ ଚର୍ଚ୍ଚାକୁ ଆସିଥିଲେ। ସେ ବର୍ତ୍ତମାନ ବଲିଉଡରେ ମଧ୍ୟ ପ୍ରବେଶ କରିଛନ୍ତି। ସେ ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'ରେ ଡେବ୍ୟୁ କରିଛନ୍ତି। ଏହି ଚଳଚ୍ଚିତ୍ର ନିକଟରେ ରିଲିଜ ହୋଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ ବି କରୁଛନ୍ତି । ଏହା ସହିତ, ଶେହନାଜ ଗିଲ ଅନେକ ସମୟରେ ପାର୍ଟି ଏବଂ ଇଭେଣ୍ଟରେ ନଜର ଆସିଥାନ୍ତି ଯେଉଁଠାରେ ଲୋକମାନେ ତାଙ୍କ ଫ୍ୟାଶନ ଏବଂ ଷ୍ଟାଇଲ ଦେଖିବା ପରେ ବହୁତ ଭଲ ରେସପନ୍ସ କରନ୍ତି।

1/5

ଶେହନାଜ ଗିଲ ଇଦ୍‌ରେ ତାଙ୍କ ଇନଷ୍ଟାରେ ଅନେକ ଫଟୋ ସେୟାର କରିଛନ୍ତି। ଏକ ଭାରୀ ଶାରାରା ସୁଟରେ ଶେହନାଜ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କୁ ଦେଖି ପ୍ରଶଂସକମାନେ ତାଙ୍କୁଖୁବ ଭଲ ପାଇବା ଦେଇଛନ୍ତି।

2/5

ଏହି ଫଟୋସୁଟରେ ଶେହନାଜ ଗିଲ ଅନେକ ଏକ୍ସପ୍ରେସନ ଦେଇଥିଲେ । ଅନେକ ଫଟୋରେ ତାଙ୍କ ମୁହଁରେ ନିରାଶା ଦେଖିବାକୁ ମିଳିଥିଲା, ଯାହା ଦେଖି ପ୍ରଶଂସକମାନେ ମନଦୁଃଖ କରିଥିଲେ ଓ ଟେନସନ ବି ହୋଇଥିଲେ । ଲୋକମାନେ ଏହି ଅଭିନେତ୍ରୀଙ୍କ ଅତ୍ୟାଧୁନିକ ଫଟୋ ବିଷୟରେ ବହୁତ ଆଲୋଚନା ବି କରୁଛନ୍ତି। 

 

3/5

ଏହି ଫଟୋଗୁଡ଼ିକରେ ଶେହନାଜ ଗିଲ ଜଣେ ରାଣୀଙ୍କଠାରୁ କମ୍ ଦିଶୁ ନାହାଁନ୍ତି । ସମସ୍ତେ ଗିଲ୍ ଙ୍କୁ ଦେଖି ହୃଦୟ ହରାଇଛନ୍ତି। ଇଦ ରେ ସେୟାର ହୋଇଥିବା ଏହି ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହୋଇଛି ଏବଂ ତାଙ୍କ ଫ୍ୟାନ୍ସ ଫଲୋଅର୍ସ ମାନ ଏହାକୁ ଖୁବମାତ୍ରାରେ ସେୟାର କରୁଛନ୍ତି। 

4/5

ସଲମାନ ଖାନଙ୍କ ମଲ୍ଟିଷ୍ଟାର୍ ର ଫିଲ୍ମ 'କିସି କା ଭାଇ କିସି କି ଜାନ'ରେ ମଧ୍ୟ ଶେହନାଜ ଗିଲ ନଜର ଆସିଥିଲେ। ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରାଯାଉଛି । ଏହା ହେଉଛି ତାଙ୍କର ବଲିଉଡର ଡେବ୍ୟୁ ଫିଲ୍ମ । ଏଥିରେ ଶେହନାଜ ସୁକୁନ ଚରିତ୍ରରେ ଅଭିନୟ କରିଛନ୍ତି।

5/5

ତେବେ ବିଗବସରେ ଶେହନାଜଙ୍କ ପିଲାଳିଆମି ଓ କ୍ୟୁଟ କଥାବାର୍ତ୍ତା ସହ ଅନ୍ଦାଜକୁ ସମସ୍ତେ ବେଶ ପସନ୍ଦ କରନ୍ତି । ତେବେ ବହୁତ ସମୟରେ ଶେହନାଜ ଗିଲ୍ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି।