Advertisement
Photo Details/zeeodisha/odisha1645864
photoDetails0hindi

Shani Dev: ଆଜିଠୁ ଏହି ୩ ରାଶି ଉପରେ ବର୍ଷିବ ଶନି ଦେବଙ୍କ କୃପା, ଶୁଭ ଦଶମୀ ଦୃଷ୍ଟି କରିଦେବ ଆପଣଙ୍କୁ ମାଲାମାଲ୍!

Shani Drishti Prabhav: ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ସୂର୍ଯ୍ୟ ପୂତ୍ର ଶନି ଦେବ ମଣିଷକୁ ସେମାନଙ୍କ କର୍ମ ଆଧାରରେ ଫଳ ପ୍ରଦାନ କରନ୍ତି । ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ଅଛନ୍ତି । ଏଠାରୁ ତାଙ୍କର ଦଶମୀ ଦୃଷ୍ଟି ବିଛା ରାଶି ଉପରେ ପଡୁଛି । ବିଛା ରାଶି ଉପରେ ଶୁକ୍ର ଗ୍ରହର ସପ୍ତମ ଦୃଷ୍ଟି ରହିଛି । ଏହି କାରଣରୁ ମାଲ୍ୟା ଓ ଶାଶ ରାଜ ଯୋଗ ସୃଷ୍ଟି ହେଉଛି ।

1/5

Shani Drishti Prabhav: ମଣିଷର କର୍ମ ଅନୁସାରେ ଶନି ଦେବ (Shani Dev) ଫଳ ପ୍ରଦାନ କରିଥାଏ । ଶନି ଦେବଙ୍କୁ ଗ୍ରହ ଜଗତରେ ନ୍ୟାୟର ଦେବତା ମାନ୍ୟତା ଦିଆଯାଇଛି । କୌଣସି ବ୍ୟକ୍ତି ସୂର୍ଯ୍ୟ ପୁତ୍ର ଶନି ଦେବଙ୍କୁ କ୍ରୋଧିତ କରିବାକୁ ସାହସ କରିବେ ନାହିଁ । ଭଗବାନ ଶିବ (Shiva) ଙ୍କ ଠାରୁ ତାଙ୍କୁ ନ୍ୟାୟ କରିବା ଓ ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ ଆଶୀର୍ବାଦ ମିଳିଛି ।

2/5

ଜାନୁଆରୀ ୧୭ରେ ଶନି ଦେବ କୁମ୍ଭରେ ଗୋଚର  (Shani Gochar 2023) କରିଥିଲେ । ବର୍ତ୍ତମାନ ଶନିଦେବ ଏହି ରାଶିରେ ଅଛନ୍ତି । ଏଠାରୁ ତାଙ୍କର ଦଶମୀ ଦୃଷ୍ଟି ବିଛା ରାଶି ଉପରେ ପଡୁଛି । ବିଛା ରାଶି ଉପରେ ଶୁକ୍ର ଗ୍ରହର ସପ୍ତମ ଦୃଷ୍ଟି ରହିଛି । ଏହି କାରଣରୁ ମାଲ୍ୟା ଓ ଶାଶ ରାଜ ଯୋଗ ସୃଷ୍ଟି ହେଉଛି । ବିଛା ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ । ସୋମବାର ଅର୍ଥାତ୍ ଏପ୍ରିଲ ୧୦ରୁ ଶନିଙ୍କ ଦଶମୀ ଦୃଷ୍ଟିର ୩ଟି ରାଶିର ଲୋକଙ୍କୁ ଶୁଭ ଲାଭ ମିଳିବ । ଆସନ୍ତୁ ଆପଣଙ୍କୁ କହୁଛୁ ଏହି ତିନୋଟି ରାଶି ବିଷୟରେ...

 

୧. କୁମ୍ଭ ରାଶି

3/5
୧. କୁମ୍ଭ ରାଶି

କୁମ୍ଭ ରାଶିର ଲୋକଙ୍କ ପାଇଁ ଶନିଙ୍କ ଦଶମୀ ଦୃଷ୍ଟୀ ଅତ୍ୟନ୍ତ ଶୁଭ ହେବ । କୁମ୍ଭ ରାଶିରେ ଶନି ଦେବ ଶାଶ ରାଜ ଯୋଗ ଓ ଶୁକ୍ରଙ୍କ ଗୋଚର କାରଣରୁ ମାଲ୍ୟା ରାଜ ଯୋଗ ସୃଷ୍ଟି କରିଛନ୍ତି । ଏହି କାରଣରୁ କୁମ୍ଭ ରାଶିର ଲୋକମାନେ ବ୍ୟବସାୟରେ ଲାଭ ପାଇବେ । ଚାକିରି ଖୋଜୁଥିବା ଲୋକଙ୍କ ଅପେକ୍ଷା ଶେଷ ହୋଇପାରେ । ଯେଉଁମାନେ ଚାକିରି କରୁଛନ୍ତି, ପଦୋନ୍ନତି କିମ୍ବା ଇନକ୍ରିମେଣ୍ଟ ହେବାର ସମ୍ଭାବନା ଅଛି ।

୨. ସିଂହ ରାଶି

4/5
୨. ସିଂହ ରାଶି

ସିଂହ ରାଶିର ଲୋକମାନେ ମଧ୍ୟ ଶନିଙ୍କ ଦଶମୀ ଦୃଷ୍ଟିର ଲାଭ ପାଇବେ । ଏହି ଅବଧି ମଧ୍ୟରେ ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ବ୍ୟବସାୟରେ ଆର୍ଥିକ ଲାଭ ମଧ୍ୟ ପାଇବେ । କଳା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହି ସମୟ ବହୁତ ଭଲ ହେବ ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା

ଅଧିକ ପଢ଼ନ୍ତୁ-ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି

ଅଧିକ ପଢ଼ନ୍ତୁ-ଏପ୍ରିଲରେ ବୁଡ଼ିଯିବ ଏହି ୪ଟି ରାଶିର ଭାଗ୍ୟର ତାରା, ଚାକିରି-ବ୍ୟବସାୟରେ ହେବ ବହୁତ କ୍ଷତି!

୩. ବୃଷ ରାଶି

5/5
୩. ବୃଷ ରାଶି

ଶନି ବୃଷର କର୍ମ ଘରେ ଗୋଚର କରୁଛନ୍ତି । ତାଙ୍କର ଦୃଷ୍ଟି ସପ୍ତମ ଘରେ ଅଛି । ଆପଣ ମଧ୍ୟ ଦଶମୀ ଦୃଷ୍ଟିର ଶୁଭ ଫଳାଫଳ ପାଇବେ । ଦାମ୍ପତ୍ୟ ଜୀବନ ସୁଖୀ ହେବ । ଭାଗିଦାରୀରେ ମଧ୍ୟ ଲାଭ ହେବ । କ୍ୟାରିୟରରେ ପ୍ରଗତିର ସମ୍ଭାବନା ଅଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।