Advertisement
Photo Details/zeeodisha/odisha1853568
photoDetails0hindi

Jawan Cast Fees: ଯବାନ ଫିଲ୍ମ ପାଇଁ ଶାହାରୁଖ-ବିଜୟ-ନୟନତାରା ନେଇଛନ୍ତି ଏତିକି ଟଙ୍କା...

Jawan Cast Fees: ଶାହାରୁଖ୍ ଖାନଙ୍କ (shah rukh khan ) ଅଭିନୀତ ଫିଲ୍ମ 'ଯବାନ' (Jawan ) ଚଳିତ ମାସ ୭ ତାରିଖରେ ରିଲିଜ୍ ହେବ । ଯାହାକୁ ନେଇ କିଙ୍ଗ୍ ଖାନ୍ ବର୍ତ୍ତମାନ୍ ଲାଇମ୍ ଲାଇଟରେ ଅଛନ୍ତି । ପ୍ରଥମ ଥର ପାଇଁ ଲୋକପ୍ରିୟ ନିର୍ଦ୍ଦେଶକ ଅଟଲିଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଶାହାରୁଖ ଖାନ୍ । ତେବେ, ଏହି ଫିଲ୍ମଟି କିଙ୍ଗ୍ ଖାନ ଅଭିନୀତ ଫିଲ୍ମ 'ପଠାନ୍' ଠାରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି। ତେବେ, ଏହି ଫିଲ୍ମଟି ୩୦୦ କୋଟିରେ ନିର୍ମାଣ ହୋଇଛି । ତେବେ, ଏହି ଫିଲ୍ମରେ ଅଭିନୟ ପାଇଁ କିଏ କେତେ ଟଙ୍କା ନେଇଛନ୍ତି ଆସନ୍ତୁ ଜାଣିବା ।

1/6

 ତେବେ, ଏହି ଫିଲ୍ମରେ ଲିଡ୍ ରୋଲରେ ଶାହାରୁକ୍ ଖାନ୍ ନଜର ଆସିବେ। ଏହି ଫିଲ୍ମରେ ସେ ଅଭିନୟ କରିବା ପାଇଁ ପାଖାପାଖି ୧୦୦ କୋଟି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଫିଲ୍ମଟିର ନିର୍ମାତା ଅଛନ୍ତି କିଙ୍ଗ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଓ ଗୌରବ ବର୍ମା।  ଫିଲ୍ମ ଶାହାରୁଖ୍ ଖାନଙ୍କ ନିଜସ୍ବ ପ୍ରଡକ୍ସନ୍ ହାଉସରେ ନିର୍ମାଣ ହୋଇଛି । 

 

2/6

ସାଉଥ ଷ୍ଚାର ବିଜୟ ସେତୁପତି, ସେ ମଧ୍ୟ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ । ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ୨୧ କୋଟି ଟଙ୍କା ନେଇଛନ୍ତି।

 

3/6

ସେହିପରି ଫିଲ୍ମର ସାଉଥ୍ ଅଭିନେତ୍ରୀ ନୟନତାରାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପୋଲିସ୍ ଭୂମିକାରେ ନଜର ଆସିବେ ସେ । ଖବର ଅନୁଯାୟୀ, ନୟନତାରା ଏହି ଫିଲ୍ମ ପାଇଁ ୧୧ କୋଟି ନେଇଛନ୍ତି । 

4/6

ଏହି  ଫିଲ୍ମରେ ଅଭିନେତ୍ରୀ ସାନିଆ ମଲହୋତ୍ରା ମଧ୍ୟ ନଜର ଆସିବେ। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଅଭିନେତ୍ରୀ ଯବାନଙ୍କ ପାଇଁ ୨  କୋଟି ଟଙ୍କା ପାଇଛନ୍ତି।

 

5/6

ସୁନୀଲ ଗ୍ରୋଭର, କମେଡି ସୋରୁ କ୍ୟାରିୟର ଆରମ୍ଭ କରିଥିବା ସୁନୀଲ ଗ୍ରୋଭର ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଖବର ଅନୁଯାୟୀ ସୁନୀଲ ଗ୍ରୋଭରଙ୍କୁ  ଏହି ଫିଲ୍ମ ପାଇଁ ପ୍ରାୟ ୭୫ ଲକ୍ଷ ନେଇଛନ୍ତି। 

 

6/6

ଏହି ଫିଲ୍ମରେ ଦୀପିକା ପାଦୁକୋନ ଏକ କେମୋ ଭୂମିକାରେ ନଜର ଆସିବେ । ତଥାପି, ସେ ନିର୍ମାତାଙ୍କ ଠାରୁ ମୋଟା ଅଙ୍କର ଫି ନେଇଛନ୍ତି । ଖବର ଅନୁଯାୟୀ ଦୀପିକାଙ୍କ ୧୫ ରୁ ୩୦ କୋଟି ନେଇଥିବା ଚର୍ଚ୍ଚା ହେଉଛି।