Advertisement
Photo Details/zeeodisha/odisha1540920
photoDetails0hindi

Prakruti Mishra: ପ୍ରକୃତି ମିଶ୍ରଙ୍କୁ ନେଇ ଆସିଲା ବଡ ଅପଡେଟ୍, ଆସୁଛି ଏହି ଫିଲ୍ମ

Prakruti Mishra: ଅଭିନେତ୍ରୀ ପ୍ରକୃତି ମିଶ୍ର । ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ପ୍ରକୃତି ଆଜି ଓଲିଉଡର ଜଣ ଆଗଧାଢିର ନାୟିକା । ଦୂରଦର୍ଶନରେ ପ୍ରସାରିତ ଏସଆଇଇଟି (ଏକ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ) ଏବଂ ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପକ ଥିଲେ । ତୁଳସୀ ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସାବତ ମା' କଥାଚିତ୍ରରୁ ରୂପେଲି ପରଦାରେ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପ୍ରକୃତି।

1/5

ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିକଟରେ‘କଫିସପ ପ୍ରେମର ଆରମ୍ଭ’ ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । ଏହି ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ପ୍ରକୃତି ମିଶ୍ର । ଏବଂ ତାଙ୍କ ବିପକ୍ଷରେ ନାୟକ ସାଜିବେ ଅଭିଶେକ ଗିରି ।   

2/5

ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ । ପ୍ରଯୋଜକ ଅଛନ୍ତି ଆଶିଷ କୁମାର ସିହ୍ନା ।  ଫିଲ୍ମର ସ୍ୱର ସଂଯୋଜନା ଦାୟିତ୍ବ  ନେଇଛନ୍ତି ଅଭିଜିତ ମଜୁମଦାର ।

3/5

କଫି ସପରୁ କିଭଳି ପ୍ରେମ ଆରମ୍ଭ ହୁଏ ,ସେନେଇ କାହାଣୀ ଗତିଶୀଳ ହୋଇଛି । ତେବେ  ଏହି ଫିଲ୍ମକୁ ନେଇ ପ୍ରକୃତି ମିଶ୍ର କହିଛନ୍ତି ଯେ, ଫିଲ୍ମର କିଛି ସିନ୍ ଏପରି ରହିଛି ଯାହା ତାଙ୍କ ଜୀବନ ସହ ଜଡିତ ।

 

4/5

ତେବେ, ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ତେବେ ଫିଲ୍ମଟି କେବେ ପରଦାକୁ ଆସିବ ସେନେଇ କୌଣସି ଅପଡେଟ ସାମ୍ନାକୁ ଆସିନାହିଁ ।

5/5

ତେବେ ନିଜ ଅଭିନୟ  ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକୃତି କିଛି ଦିନ ତଳେ ବିବାଦୀୟ ହୋଇପଡ଼ିଥିଲେ।  ଓଲିଉଡ୍ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ୍‌ ରାସ୍ତାରେ ଧକ୍କା ଓ ଗାଳି ଖାଇବା ପରେ ତାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।