Advertisement
Photo Details/zeeodisha/odisha1796904
photoDetails0hindi

Heavy Rain: ଦେଶ ସାରା ପ୍ରବଳ ବର୍ଷା! ଏହିସବୁ ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କଲେ ସରକାର

Heavy Rain: ମୌସୁମୀ ପ୍ରଭାବରେ ସାରା ଦେଶରେ ବର୍ଷା ଲାଗିଛି । କେତେକ ସ୍ଥାନରେ କମ୍ ତ ଆଉ କେତେକ ସ୍ଥାନରେ ବର୍ଷାର ପରିମାଣ ବେଶ ଅଧିକ ଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ବର୍ଷା ଯୋଗୁଁ ଯମୁନା ନଦୀ ଜଳସ୍ତର ବଢିବା ସହ ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି ।

1/7

କେବଳ ଦିଲ୍ଲୀ ନୁହେଁ ଉତ୍ତରପ୍ରଦେଶ, ପଞ୍ଜାବ, ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ ଆଦି ସ୍ଥାନରେ ବର୍ଷା ଯୋଗୁଁ ବନ୍ୟାସ୍ଥିତି ଲୋକଙ୍କ ସମସ୍ୟା ବଢାଇଛି । ବନ୍ୟା ଫଳରେ ଅନେକ ସ୍ଥାନରେ ବଡ଼ ବଡ଼ କୋଠା, ଗାଡି ମଟର ଓ ବିଲବାଡ଼ି ଆଦି ବୁଡିଯାଉଥିବା ଦେଖିବାକୁ ମିଳିଛି ।

2/7

କର୍ଣ୍ଣାଟକ ହାଭେରୀରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିପରି ଉତ୍ତରପ୍ରଦେଶ ନୋଏଡ଼ାରେ ମଧ୍ୟ ବନ୍ୟା ପରିସ୍ଥିତି ଯୋଗୁଁ ପାଖାପାଖି ୫ ଶହ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ତେବେ ପ୍ରବଳ ବର୍ଷା ନେଇ କେତେକ ଜିଲ୍ଲାରେ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରିଛନ୍ତି ସରକାର ।

3/7

ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ବର୍ଷା କାରଣରୁ ୨୦ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ପଞ୍ଜାବରେ ପ୍ରବଳ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବଦ୍ରିନାଥ ଏନଏଚ ଅଂଚଳରେ ଅତଡ଼ା ଖସି ରାସ୍ତା ଜାମ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

4/7

ତେଲାଙ୍ଗାନା (Telangana)- ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତେଲେଙ୍ଗାନ ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦ୍ର ରେଡ୍ଡୀ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଦୁଇ ଦିନିଆ (୨୬ ଓ ୨୭) ଛୁଟି ଘୋଷଣା କରିଛନ୍ତି।

5/7

କର୍ଣ୍ଣାଟକ (Karnataka)- ଡେପୁଟି କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ କର୍ଣ୍ଣାଟକର ଡାକସିନା କନ୍ନଡସ୍ଥିତ ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକ ଜୁଲାଇ ୨୬ ତାରିଖରେ ଛୁଟି ଘୋଷଣା କରାଯାଇଛି।

6/7

ମହାରାଷ୍ଟ୍ର(Maharashtra)- ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ରାୟଗଡ଼ ଜିଲ୍ଲାର ସ୍କୁଲ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ପ୍ରଶାସନ ଛୁଟି ଘୋଷଣା କରିଛନ୍ତି।

7/7

ନୋଏଡ଼ା (Noida)- ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ବୁଧବାର ଦିନ ନୋଏଡା ଓ ଗ୍ରେଟର ନୋଏଡାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି।