Relationship Tips: ଏହି ଝଗଡ଼ାକୁ ଆବଶ୍ୟକତା ଠାରୁ ଅଧିକ ପ୍ରଶୟ ଦେବା ଉଚିତ୍ ନୁହେଁ । ଅନେକ କପଲ୍ସ ଝଗଡ଼ା ଶେଷ ହେବା ପରେ ମଧ୍ୟ ପୁରୁଣା କଥାକୁ ନେଇ ଚର୍ଚ୍ଚା ଜାରି ରଖନ୍ତି । ଆସନ୍ତୁ ଜାଣିବା ଯଦି ପାର୍ଟନର ସହିତ ଝଗଡ଼ା ହୁଏ, ତେବେ ପରେ କ'ଣ କରିବା ଉଚିତ୍ ନୁହେଁ ।
ନୂଆଦିଲ୍ଲୀ: Relationship Tips: ଯେତେବେଳେ ଆପଣ କାହା ସହିତ ରିଲେଶନଶିପରେ ଅଛନ୍ତି ତ ପ୍ରାୟ ଦିନ ଝଗଡ଼ା ହେବା ସ୍ୱାଭାବିକ କଥା । ପ୍ରାୟତଃ ଏକାଠି ରହୁଥିବା ଲୋକଙ୍କ ମଧ୍ୟରେ ଝଗଡା ଏଥିପାଇଁ ହୋଇଥାଏ କାରଣ ୨ ଜଣଙ୍କ ମଧ୍ୟରେ ମତଭେଦ ରହିଥାଏ । ତେଣୁ ଏହି ଝଗଡ଼ାକୁ ଆବଶ୍ୟକତା ଠାରୁ ଅଧିକ ପ୍ରଶୟ ଦେବା ଉଚିତ୍ ନୁହେଁ । ଅନେକ କପଲ୍ସ ଝଗଡ଼ା ଶେଷ ହେବା ପରେ ମଧ୍ୟ ପୁରୁଣା କଥାକୁ ନେଇ ଚର୍ଚ୍ଚା ଜାରି ରଖନ୍ତି । ଆସନ୍ତୁ ଜାଣିବା ଯଦି ପାର୍ଟନର ସହିତ ଝଗଡ଼ା ହୁଏ, ତେବେ ପରେ କ'ଣ କରିବା ଉଚିତ୍ ନୁହେଁ ।
ପାର୍ଟନର ସହ ଝଗଡ଼ା ପରେ କରନ୍ତୁ ନାହିଁ ଏସବୁ କାମ
ଝଗଡ଼ା ଶେଷ ହେବା ପରେ ମଧ୍ୟ କିଛି ଲୋକ ଅପଶବ୍ଦ ବ୍ୟବହାର କରନ୍ତି, ଯାହା ସାଥୀଙ୍କ ହୃଦୟକୁ ଭାଙ୍ଗିପାରେ । ଯଦି କୌଣସି କଥା ମନକୁ ଲାଗିଯାଏ ତେବେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରହିଯାଏ । ଏହାକୁ ଭୁଲିଯିବା ଏତେ ସହଜ ହେବ ନାହିଁ । ପ୍ରାୟତଃ କପଲ୍ସ ଝଗଡ଼ା ପରେ ବହୁତ ବ୍ୟକ୍ତିଗତ ମନ୍ତବ୍ୟ କରନ୍ତି ଓ ପରିବାର ସଦସ୍ୟଙ୍କୁ ଖରାପ କଥା କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଏହିପରି ବ୍ୟବହାର ଆପଣ ସମ୍ପର୍କରେ ମତଭେଦ ସୃଷ୍ଟି କରିପାରେ ।
ଯେତେବେଳେ ଆପଣଙ୍କର ସାଥୀ ଅଭିମାନ କରି ବସନ୍ତି ପରେ ତାଙ୍କୁ ବୁଝାସୁଝା କରି ମନାଇବା ଉଚିତ୍ । ମନେରଖନ୍ତୁ ଯେ ଯେତେବେଳେ ଆପଣ ଆପୋଷ ବୁଝାମଣା କରୁଛନ୍ତି, ଏହି କାମକୁ କେବଳ ଦେଖାଣିଆ ପାଇଁ କରନ୍ତୁ ନାହିଁ, ବରଂ ଏହାକୁ ହୃଦୟରୁ ମଧ୍ୟ ଗ୍ରହଣ କରନ୍ତୁ । ଯଦି ଆପଣ ମିଛର ସାହାରା ନେଉଛନ୍ତି ତେବେ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ରହିବ ନାହିଁ ।
ଅଧିକ ପଢ଼ନ୍ତୁ:-ପୁଟିନଙ୍କ ପରେ ନାଟୋ ବି ଦେଲା ପରମାଣୁ ଯୁଦ୍ଧର ଧମକ, ଦୁନିଆ ଦେଖିବ ଆଉ ଏକ ବିଶ୍ୱଯୁଦ୍ଧ!
କିଛି ଲୋକ ଶୀଘ୍ର ବିବାଦର ସମାଧାନ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଯଦି ଆପଣଙ୍କର ପାର୍ଟନର ରାଗିକି ଅଛନ୍ତି ହୁଅନ୍ତି ତେବେ ଏହି ପ୍ରୟାସ ନିଶ୍ଚିତ ଭାବରେ ବୃଥା ହେବ । ଆପଣ ତାଙ୍କ ମୁଡ୍ ଠିକ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ, କାରଣ ଶୀଘ୍ରତା ସଇତାନର କାମ ହୋଇଥାଏ । ତାଙ୍କୁ ମଧ୍ୟ ଶାନ୍ତ ମନ ସହିତ ନିଷ୍ପତ୍ତି ନେବା ସହଜ ହେବ ।
ଏହି ଭୁଲ ଅନେକ ସମୟରେ ଅନେକ କପଲ୍ସଙ୍କ ଦ୍ୱାରା କରାଯାଇଥାଏ, ପୁରୁଣା କଥାକୁ ବାରମ୍ବାର ମନେ ପକାଇ ସମ୍ପର୍କକୁ ଆହୁରି ଖରାପ କରିପାରେ । କୁହାଯାଏ ଯେ "Learn To Forget" ଅର୍ଥାତ ଅତୀତର କଥା ଭୁଲିଯିବା ଶିଖନ୍ତୁ । ପଜିଟିଭ କଥା କୁହନ୍ତୁ ଓ ଜୀବନରେ ଆଗକୁ ବଢ଼ିବା ଶିଖନ୍ତୁ । ଏହି କଥାକୁ ମନେରଖନ୍ତୁ ଯେ ପୁରୁଣା କଥାକୁ ମନେ କରି କେବଳ ଜୀବନରେ ଦୁଃଖ ଡାକି ଆଣିବା, ଜୀବନକୁ ସୁଖମୟ କରନ୍ତୁ ।
ट्रेन्डिंग फोटोज़