Advertisement
Photo Details/zeeodisha/odisha2121890
photoDetails0hindi

Rakul Jackky Wedding: ସାମ୍ନାକୁ ଆସିଲା ରକୁଲ ପ୍ରୀତ ସିଂ-ଜ୍ୟାକି ଭାଗନାନୀଙ୍କ ବିବାହ ଫଟୋ, ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ...

Rakul Preet Singh Jackky Bhagnani Marriage Photos: ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହ ସମାପ୍ତ ହୋଇଛି। ବିବାହ ପରେ ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

 

1/5

Rakul Preet Singh Jackky Bhagnani Marriage: ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୧ ଫେବ୍ରୁଆରୀରେ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ। ଏବେ ବିବାହ ପରେ ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି। ହଁ ଆଜ୍ଞା, ଅପେକ୍ଷା ସମାପ୍ତ ହୋଇଛି। ରାକୁଲ ନିଜେ ସୋସିଆଲ ମିଡିଆରେ ନିଜର ତଥା ଜ୍ୟାକିଙ୍କ ଫଟୋ ସେୟାର କରିଛନ୍ତି।

 

2/5

ଫଟୋ ସେୟାର କରିବାବେଳେ ରକୁଲ ଲେଖିଛନ୍ତି, 'ଏ ଆଜି ଏବଂ ସବୁଦିନ ପାଇଁ ମୋର। ୨୧-୦୨-୨୦୨୪ ହ୍ୟାସଟ୍ୟାଗ୍ ବର୍ତ୍ତମାନ ଉଭୟ ଭାଗନା-ନି। ସେଲିବ୍ରେଟି ମାନେ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ରକୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

3/5

ନବ ବିବାହିତ କନିଁଆ ରକୁଲ ଏବଂ ବର ଜ୍ୟାକି ଭାଗନାନୀ ବିବାହ ଫଟୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ରକୁଲ ପ୍ରୀତ ସିଂ ନିଜ ପାଇଁ ଗୋଲାପୀ ରଙ୍ଗର ଲେହେଙ୍ଗା ବାଛିଥିଲେ। ଏହି ସମୟରେ ନବ ବିବାହିତ ବର ମଧ୍ୟ ତାଙ୍କ ହାତରେ ମେଳ ଖାଉଥିବା ଜୋଡ୍ ପିନ୍ଧିଥିବାର ନଜର ଆସିଥିଲେ। 

 

4/5

ଅଭିନେତ୍ରୀ ଭାରି ଅଳଙ୍କାର ସହିତ ତାଙ୍କ ଲୁକ୍କୁ ପୂରା କରିଥିଲେ। ଦମ୍ପତିଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋଗୁଡ଼ିକରେ ଜ୍ୟାକି ଭାଗନାନୀ ରାକୁଲ ପ୍ରୀତଙ୍କ କ୍ୟାମେଷ୍ଟ୍ରି ନଜର ଆସୁଛ୍ ଓ ଦୁହେଁ ପରସ୍ପରକୁ ସ୍ନେହପୂର୍ଣ୍ଣ ଆଖିରେ ଦେଖୁଥିବାର ନଜର ଆସିଛନ୍ତି।

 

5/5

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ବିବାହର ଏହି ଫଟୋ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଶଂସକମାନେ ଏହି ସୁନ୍ଦର ଦମ୍ପତିଙ୍କୁ ବହୁତ ଭଲପାଇବା ଦେଉଛନ୍ତି ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।