Advertisement
Photo Details/zeeodisha/odisha1569634
photoDetails0hindi

Rahul Gandhi-Varun Gandhi Total Net Worth: ରାହୁଲ ଗାନ୍ଧୀ ଓ ବରୁଣ ଗାନ୍ଧୀଙ୍କ ମଧ୍ୟରେ କାହା ପାଖରେ ଅଛି ଅଧିକ ସମ୍ପତ୍ତି? ଜାଣି ଚକିତ ହେବେ ଆପଣ

Rahul Gandhi-Varun Gandhi Total Net Worth: କେତେବେଳେ ବରୁଣ ଗାନ୍ଧୀଙ୍କର କଂଗ୍ରେସରେ ଯୋଗଦେବା କଥା ତ କେତେବେଳେ ବରୁଣ ଗାନ୍ଧୀ ସମାଜବାଦୀ ପାର୍ଟିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି । ଏହି ସମୟରେ ବରୁଣ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଉପରେ ଚର୍ଚ୍ଚା ଜୋରାଦର ହେଉଛି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ଦୁଇ ଭାଇଙ୍କ ମଧ୍ୟରେ କିଏ ଅଧିକ ଧନୀ ଓ କାହା ପାଖରେ ଅଧିକ ସମ୍ପତ୍ତି ଅଛି...

1/6

Rahul Gandhi-Varun Gandhi Total Net Worth: ଉତ୍ତରପ୍ରଦେଶର ପିଲିଭିତରୁ ବିଜେପି ସାଂସଦ (BJP MP) ବରୁଣ ଗାନ୍ଧୀ (Varun Gandhi) ଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ନୂଆ କଳ୍ପନାଜଳ୍ପନା ଚାଲିଛି । କେତେବେଳେ ତାଙ୍କର କଂଗ୍ରେସ (Congress) ରେ ଯୋଗଦେବା କଥା ତ କେତେବେଳେ ବରୁଣ ଗାନ୍ଧୀ ସମାଜବାଦୀ ପାର୍ଟି (Samajwadi Party) ରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି । ଏହି ସମୟରେ ବରୁଣ ଗାନ୍ଧୀ ଓ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଉପରେ ଚର୍ଚ୍ଚା ଜୋରାଦର ହେଉଛି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ଦୁଇ ଭାଇଙ୍କ ମଧ୍ୟରେ କିଏ ଅଧିକ ଧନୀ ଓ କାହା ପାଖରେ ଅଧିକ ସମ୍ପତ୍ତି ଅଛି...

2/6

୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟ୍‌ରେ ବରୁଣ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ପାଖରେ ମୋଟ ୬୦.୩୨ କୋଟିର ସମ୍ପତ୍ତି  (Varun Gandhi Total Net Worth) ଅଛି । ଏହା ସହ ତାଙ୍କ ଉପର ୨.୮୯ କୋଟି ଟଙ୍କାର ଋଣ ରହିଛି । ଅନ୍ୟପକ୍ଷରେ, ୨୦୧୯ ନିର୍ବାଚନରେ ​​ରାହୁଲ ଗାନ୍ଧୀ ଦେଇଥିବା ଆଫିଡେଭିଟ୍ ଅନୁଯାୟୀ, ତାଙ୍କ ପାଖରେ ମୋଟ ସମ୍ପତ୍ତି (Rahul Gandhi Total Net Worth) ୧୫.୮୮ କୋଟି ଟଙ୍କାର ଥିବାବେଳେ ତାଙ୍କ ଉପରେ ୭୨ ଲକ୍ଷ ଟଙ୍କାର ଋଣ ରହିଛି ।

3/6

୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦିଆଯାଇଥିବା ଆଫିଡେଭିଟ୍ ଅନୁଯାୟୀ, ବରୁଣ ଗାନ୍ଧୀ (Varun Gandhi) ଙ୍କ ମୋଟ ସମ୍ପତ୍ତି ୩୫.୭୩ କୋଟି ଟଙ୍କା ଥିଲା । ଏହାସହ ତାଙ୍କ ଉପରେର ୧.୮୧ କୋଟି ଟଙ୍କାର ଋଣ ଥିଲା । ୨୦୦୯ ମସିହାରେ ବରୁଣ ଗାନ୍ଧୀଙ୍କ ସମ୍ପତ୍ତି ୪.୯୨ କୋଟି ଥିଲା, ଯାହା ୧୦ ବର୍ଷରେ ୬୦.୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୧୪ ଆଫିଡେଭିଟ୍ ଅନୁଯାୟୀ, ରାହୁଲ ଗାନ୍ଧୀ (Rahul Gandhi) ଙ୍କ ମୋଟ ସମ୍ପତ୍ତି ୯.୪ କୋଟି ଟଙ୍କା ଥିଲା । ଏହାସହ ତାଙ୍କ ଉପରେ ୧୮ ଲକ୍ଷ ଟଙ୍କାର ଋଣ ଥିଲା ।

4/6

୨୦୧୯ ବର୍ଷର ଆଫିଡେଭିଟ୍ ଅନୁଯାୟୀ, ବରୁଣ ଗାନ୍ଧୀ (Varun Gandhi) ଙ୍କ ପାଖରେ ଏକ କାର ଅଛି, ଯାହା ସେ ୨୦୦୭ ମସିହାରେ କିଣିଥିଲେ । ଏହାର ମୂଲ୍ୟ ୩୪.୩୦ ଲକ୍ଷ ଟଙ୍କା ଥିଲା । ଏଥି ସହିତ ରାହୁଲ ଗାନ୍ଧୀଙ୍କ ନିଜସ୍ୱ କାର ନାହିଁ । ବରୁଣ ଗାନ୍ଧୀଙ୍କ ୩୨.୫୫ କୋଟି ଟଙ୍କା ମୂଲ୍ୟର ଏକ ବ୍ୟବସାୟିକ କୋଠା ଥିବାବେଳେ ତାଙ୍କ ପତ୍ନୀ ୟାମିନୀଙ୍କ ପାଖରେ ୧ କୋଟି ଟଙ୍କା ମୂଲ୍ୟର ଏକ ଆବାସିକ କୋଠା ରହିଛି । ଏଥି ସହିତ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ୫.୮ କୋଟି ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ଓ ୧୦.୮ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । 

ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ମିଳିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ

5/6

ବରୁଣ ଗାନ୍ଧୀ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୧ କୋଟି ଟଙ୍କା ରହିଛି । ଏଥି ସହିତ ରାହୁଲ ଗାନ୍ଧୀଙ୍କ ବିଭିନ୍ନ ବ୍ୟାଙ୍କରେ ୧୭.୯୩ ଲକ୍ଷ ଟଙ୍କା ଜମା ରହିଛି । ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ପାଖରେ ୯୮.୫୭ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଥିବାବେଳେ ତାଙ୍କ ପତ୍ନୀ ୟାମିନୀଙ୍କ ମୂଲ୍ୟ ୫.୫ ଲକ୍ଷ ଟଙ୍କା ରହିଛି । 

6/6

ଏଥି ସହିତ ରାହୁଲ ଗାନ୍ଧୀଙ୍କ ପାଖରେ ମୋଟ ୩୩୩.୩ ଗ୍ରାମ ସୁନା ରହିଛି ଓ ୨୦୧୯ ବର୍ଷର ଆଫିଡେଭିଟ୍ ଅନୁଯାୟୀ ଏହାର ମୂଲ୍ୟ ୨.୯୧ ଲକ୍ଷ ଟଙ୍କା ଥିଲା ।