Advertisement
photoDetails0hindi

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ; ଜାଣନ୍ତୁ ତାଙ୍କର କେତୋଟି ରହିଛି କାର୍, କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା

Rahul Gandhi Total Assets: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ ୧୯୭୦ ମସିହାରେ ହୋଇଥିଲା । ତାଙ୍କ ମା' ସୋନିଆ ଗାନ୍ଧୀ (Sonia Gandhi) ଓ ପିତା ରାଜୀବ ଗାନ୍ଧୀ (Rajib Gandhi) । ରାହୁଲ ଗାନ୍ଧୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ନାତି । 

1/10

ନୂଆଦିଲ୍ଲୀ: Rahul Gandhi Total Assets: ବର୍ତ୍ତମାନ ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ରେ ବାହାରିଛନ୍ତି । ସେ କନ୍ୟାକୁମାରୀ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବେ । ଏହି ପଦଯାତ୍ରା ଦୀର୍ଘ ୧୫୦ ଦିନ ଧରି ଚାଲିବ । ବର୍ତ୍ତମାନ କଂଗ୍ରେସ (Congress) ର ଏହି ପଦଯାତ୍ରା କେରଳ ରାଜ୍ୟ ଦେଇ ଆଗକୁ ବଢ଼ୁଛି । ସେପଟେ ଏହି ପଦଯାତ୍ରା ସମୟରେ ଭାରତୀୟ ଜନତା ପାର୍ଟି (BJP) କେତେବେଳେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ ଓ ଜୋତାର ଦାମକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ କେତେବେଳେ ତାଙ୍କ ଯାତ୍ରାରେ ଶିଶୁମାନେ ସାମିଲ ହେବାକୁ ନେଇ ନୋଟିସ ଜାରି କରାଯାଇଛି । ଏହି ସମୟରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ରାହୁଲ ଗାନ୍ଧୀ କେତେ ସମ୍ପତ୍ତିର ଅଧିକାରୀ ଓ ତାଙ୍କ ପାଖରେ କେତୋଟି କାର ଅଛି ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି । ଆସନ୍ତୁ ଏସବୁ ବିଷୟରେ ବିସ୍ତାରିତ ଭାବେ ଜାଣିବା...

 

2/10

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ ୧୯୭୦ ମସିହାରେ ହୋଇଥିଲା । ତାଙ୍କ ମା' ସୋନିଆ ଗାନ୍ଧୀ (Sonia Gandhi) ଓ ପିତା ରାଜୀବ ଗାନ୍ଧୀ (Rajib Gandhi) । ରାହୁଲ ଗାନ୍ଧୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ନାତି । 

ଶିକ୍ଷାଗତ ଯୋଗ୍ୟତା

3/10
ଶିକ୍ଷାଗତ ଯୋଗ୍ୟତା

ରାହୁଲ ଗାନ୍ଧୀ ୧୯୮୯ ରେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ସ୍ନାତକୋତ୍ତରର ପ୍ରଥମ ବର୍ଷରେ ଆଡମିଶନ ହେବା ପରେ ରାହୁଲ ଗାନ୍ଧୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଆଡମିଶନ ହୋଇଥିଲେ । ବାପା ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଦୃଷ୍ଟିରୁ ଫ୍ଲୋରିଡାର ରୋଲିନ୍ସ କଲେଜକୁ ସ୍ଥାନାନ୍ତର ହୋଇଥିଲେ । ଏଠାରେ ରାହୁଲ ତାଙ୍କ ନାମ ଓ ପରିଚୟ ଲୁଚାଇ ଶିକ୍ଷା ଗ୍ରହଣ କରିଥିଲେ । କେବଳ କଲେଜ ପ୍ରଶାସନ ଓ ସୁରକ୍ଷା ଏଜେନ୍ସି ଏହା ବିଷୟରେ ଜାଣିଥିଲେ । ଏଠାରେ ସେ ରାହୁଲ ବିଶିଂଙ୍କ ନାମରେ ଅଧ୍ୟୟନ କରିଥିଲେ । ପରେ ୧୯୯୫ରେ ରାହୁଲ ଗାନ୍ଧୀ କେମ୍ବ୍ରିଜ୍ର ଟ୍ରିନିଟି କଲେଜରୁ ଏମ ଫିଲ୍ ଡିଗ୍ରୀ ହାସଲ କରିଥିଲେ ।

4/10

ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାହୁଲ ଗାନ୍ଧୀ ଜାପାନର ମାର୍ଶଲ ଆର୍ଟ 'ଆଇକିଡୋ' ରେ ତାଲିମ ନେଇଛନ୍ତି । ଆଇକିଡୋରେ ଏହିପରି ମାର୍ଶଲ ଆର୍ଟରେ ଜଣେ ବ୍ୟକ୍ତିଙ୍କୁ କୌଣସି ଅସ୍ତ୍ର ବିନା ପ୍ରତିପକ୍ଷକୁ ପରାସ୍ତ କରିବାର କଳା ଶିକ୍ଷା ଦିଆଯାଏ । ୫୦ ବର୍ଷ ବୟସ ଅତିକ୍ରମ କରିଥିବା ରାହୁଲ ଗାନ୍ଧୀ ସେଥିପାଇଁ ବହୁତ ଫିଟ୍ ଦେଖାଯାଆନ୍ତି । ସେ ପ୍ରତିଦିନ ସକାଳେ ସାଇକେଲ ଚଳାନ୍ତି । ଏହା ବ୍ୟତୀତ ସେ ପହଁରିବା ଓ ରରରରଡାଇଭିଂକୁ ମଧ୍ୟ ପସନ୍ଦ କରନ୍ତି । ରାହୁଲ ପ୍ରତିଦିନ କିଛି ସମୟ ଜିମରେ ବିତାଇ ଅଭ୍ୟାସ କରନ୍ତି ।

ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି

5/10
ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି

୨୦୧୯ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟରେ କୁହାଯାଇଛି ଯେ ତାଙ୍କ ପାଖରେ ମୋଟ ୧୫ କୋଟି ୮୮ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଏହା ବ୍ୟତୀତ ତାଙ୍କ ଉପରେ ୭୨ ଲକ୍ଷ ଟଙ୍କାର ଋଣ ବୋଝ ରହିଛି । ଏହି ଆଫିଡେଭିଟ୍ ଅନୁଯାୟୀ ଆଜି ଆମେ ଆପଣଙ୍କୁ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ଯାଉଛୁ ।

ଅଧିକ ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କୁ ଏହି ଡିଲ୍ ବଦଳରେ ବିଜେପି ଠାରୁ ମିଳିଛି ମୁଖ୍ୟମନ୍ତ୍ରୀ ଗାଦି!

ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କ ସହ ସାକ୍ଷାତ ପରେ ପ୍ରଶାନ୍ତ କିଶୋର କଲେ ବଡ଼ ଘୋଷଣା!

ଅଧିକ ପଢ଼ନ୍ତୁ:-ବିୟର ପିଉଥିବା ଲୋକମାନେ ସାବଧାନ! ସ୍ୱାସ୍ଥ୍ୟକୁ ପହଞ୍ଚାଇଥାଏ ଏହି ୮ଟି କ୍ଷତି

ରାହୁଲ ଗାନ୍ଧୀଙ୍କ ପାଖରେ ରହିଛି ୧୫ କୋଟିରୁ ଅଧିକ ସମ୍ପତ୍ତି

6/10
ରାହୁଲ ଗାନ୍ଧୀଙ୍କ ପାଖରେ ରହିଛି ୧୫ କୋଟିରୁ ଅଧିକ ସମ୍ପତ୍ତି

୨୦୧୯ ଆଫିଡେଭିଟ୍ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ପାଖରେ ୧୫ କୋଟି ୮୮ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ୨୦୧୪ରେ ତାଙ୍କର ସମ୍ପତ୍ତି ୯.୪ କୋଟି ଥିଲା ।

7/10

ରାହୁଲଙ୍କ ଉପରେ ମଧ୍ୟ ୭୨ ଲକ୍ଷ ଟଙ୍କାର ଋଣ ବୋଝ ଅଛି । ଏହା ବ୍ୟତୀତ ତାଙ୍କର ନିଜସ୍ୱ କାର ମଧ୍ୟ ନାହିଁ । ରାହୁଲ ଗାନ୍ଧୀଙ୍କ ଚଳନ ସମ୍ପତ୍ତି ହେଉଛି ୫ କୋଟି ୮୦ ଲକ୍ଷ ୫୮ ହଜାର ୭୯୯ ଟଙ୍କା ଓ ଅସ୍ଥାବର ସମ୍ପତ୍ତି ହେଉଛି ୧୦ କୋଟି ୮ ଲକ୍ଷ ୧୮ ହଜାର ୨୮୪ ଟଙ୍କା ।

8/10

ତାଙ୍କ ପାଖରେ ୪୦ ହଜାର ନଗଦ ଅଛି । ଏହା ସହିତ ବିଭିନ୍ନ ବ୍ୟାଙ୍କରେ ୧୭ ଲକ୍ଷ ୯୩ ​​ହଜାର ଟଙ୍କା ଜମା ରହିଛି । ସେ ବଣ୍ଡରେ ୫ କୋଟି ୧୯ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି, ମ୍ୟୁଚୁଆଲ୍ ଫଣ୍ଡରେ ମଧ୍ୟ ନିବେଶ କରିଛନ୍ତି ।

9/10

ଦିଲ୍ଲୀର ସୁଲତାନପୁର ଗ୍ରାମରେ ଚାଷ ଜମି ରାହୁଲ ଗାନ୍ଧୀଙ୍କର ଭାଗରେ ରହିଛି । ତାଙ୍କ ପାଖରେ ୩୩୩.୩ ଗ୍ରାମ ସୁନା ଅଛି । ୨୦୧୭-୧୮ରେ ତାଙ୍କର ମୋଟ ଆୟ ଥିଲା ୧ କୋଟି ୧୧ ଲକ୍ଷ ୮୫ ହଜାର ୫୭୦ ଟଙ୍କା ।

ରାହୁଲ ଗାନ୍ଧୀଙ୍କ ଆୟର ଉତ୍ସ

10/10
ରାହୁଲ ଗାନ୍ଧୀଙ୍କ ଆୟର ଉତ୍ସ

ସାଂସଦ ଭାବରେ ଦରମା 

ରୟାଲଟି ଆୟ

ଭଡ଼ା ଆୟ

ବଣ୍ଡରୁ ସୁଧ

ମ୍ୟୁଚୁଆଲ୍ ଫଣ୍ଡରୁ ଡିଭିଡେଣ୍ଡ ଓ ପୁଞ୍ଜି ଲାଭ