Advertisement
photoDetails0hindi

Prakash Raj: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପ୍ରକାଶ ରାଜ? ଚଢନ୍ତି ଆମ୍ବାନୀଙ୍କ ଭଳି ଦାମୀ କାର୍

HBD Prakash Raj: ବଲିଉଡ଼ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ହେଉଛନ୍ତି ପ୍ରକାଶ ରାଜ(Prakash Raj) । ଆଜି ତାଙ୍କର ଜନ୍ମଦିନ (prakash raj birthday )।  ସେ ନିଜର ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରକାଶ ରାଜଙ୍କ ପ୍ରକୃତ ନାମ ପ୍ରକାଶ ରାୟ। ୧୯୯୪ ମସିହାରେ ସେ ତାମିଲ ଚଳଚ୍ଚିତ୍ର 'ଡ୍ୟୁଟ୍'(Dute)ରେ ଅଭିନୟ ଜଗତରେ ପାଦ ରଖିଥିଲେ। ପ୍ରକାଶ ଫିଲ୍ମରେ (films)ଅଭିନୟ କରିବା ପୂର୍ବରୁ ଥିଏଟର କଳାକାର ଭାବେ କାମ କରୁଥିଲେ। ବଲିଉଡ୍ ହେଉକି ସାଉଥ୍ ଫିଲ୍ମ ଅଭିନେତାଙ୍କୁ ପ୍ରାୟତଃ ଭିଲେନ୍ ଭୂମିକାରେ ପରଦାରେ ଦେଖିବାକୁ ମିଳେ । ତେବେ, ରୂପେଲି ପରଦାରେ ତାଙ୍କର ଏହି ନେଗେଟିଭ୍ ରୋଲକୁ ଫ୍ୟାନ୍ସ କାଫି ପସନ୍ଦ କରନ୍ତି । 

1/5

କହିବାକୁ ଗଲେ ପ୍ରକାଶ ରାଜଙ୍କ ଜୀବନ ଶୈଳୀ କୌଣସି ରୟାଲ ଲାଇଫ୍ ଠାରୁ କମ୍ ନୁହେଁ । ପ୍ରକାଶ ଲକଜୁରିୟସ୍ କାର୍ (prakash raj  car collection) ଚଢିବାକୁ ଅଧିକ ଭଲ ପାଆନ୍ତି।  ଅଭିନେତାଙ୍କ ପାଖରେ ଏକାଧିକ ଲକଜୁରିୟର୍ସ କାର୍ (prakash raj  car collection)ଅଛି । ତାଙ୍କର ଏକ ଟୟୋଟା ଇନୋଭା କାର ଅଛି, ଯାହାର ମୂଲ୍ୟ ୧୭ ଲକ୍ଷରୁ ଅଧିକ ହେବ । 

2/5

ଏହା ବ୍ୟତୀତ ଅଭିନେତାଙ୍କର ଏକ ବିମଡବ୍ଲୁ ୫୨୦ଡି (BMW 520D)ର ଏକ କାର ମଧ୍ୟ ରହିଛି । ଯାହାର ଦାମ୍ ୪୫ ଲକ୍ଷରୁ ଅଧିକ ହେବ । ଏହି ସହିତ ତାଙ୍କ ପାଖରେ ମର୍ସିଡିଜ୍ ବେଞ୍ଜର ମଧ୍ୟ ଆଉ ଏକ କାର୍ ରହିଛି ।  ଏହି କାରର ମୂଲ୍ୟ ପ୍ରାୟ ୬୩ ଲକ୍ଷ ଟଙ୍କା ହେବ ।  ଏହା ବ୍ୟତିତ ତାଙ୍କ ପାଖରେ ଆଇଏସୟୁଜେଡୟୁ ଭି(ISUZU V),ବୋଲେରୋ (Bolero) ଓ ଅଡି କ୍ୟୁଥ୍ରୀ (Audi Q3) ଭଳି ଦାମୀ କାର୍ ରହିଛି । ତେବେ, କହିବାକୁ ଗଲେ ପ୍ରକାଶ ରାଜଙ୍କ ମୋଟ ସମ୍ପତ୍ତିର(prakash raj net worth) ମୂଲ୍ୟ ୩୨ କୋଟିରୁ ଅଧିକ ହେବ । 

3/5

ଯଦି ଆମେ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା କରିବା ,ତେବେ ସେ ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀ ସାଉଥ ସିନେମାର ଜଣାଶୁଣା ଅଭିନେତ୍ରୀ ଲଲିତା କୁମାରୀ । ୧୯୯୪ ମସିହାରେ ସେ ତାଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀଙ୍କ ତିନୋଟି ସନ୍ତାନ ଥିଲେ । ୨ଟି ଝିଅ ଓ ଗୋଟିଏ ପୁଅ ଥିଲେ । 

4/5

କିନ୍ତୁ କୌଣସି କାରଣଙ୍କୁ ତାଙ୍କ ପୁଅକୁ ପାଞ୍ଚ ବର୍ଷ ବୟସ ହୋଇଥିବା ବେଳେ ତାର ମୃତ୍ୟୁ ହୋଇଥିଲା। ସେବେଠାରୁ ପ୍ରକାଶ ଓ ଲଲିତା ଅଲଗା ଅଲଗା ରହୁଥିଲେ। ପରେ ସମ୍ପର୍କରେ ଫାଟ ଦେଖାଦେଇଥିଲା। ​​ଏବଂ ୨୦୦୯ ମସିହାରେ ଦୁହେଁ ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ।

5/5

ଏହା ପରେ, ୨୦୧୦ ମସିହାରେ ଏକ ଫିଲ୍ମର ସୁଟିଂ ସେଟରେ ସେ ଅଭିନେତ୍ରୀ (Pony Verma) ପୋନି ବର୍ମାଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତା ଥିଲା ଏବଂ ତା’ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହା ପରେ ଦୁହେଁ ସେହି ବର୍ଷ ବିବାହ କରିଥିଲେ। ତେବେ,ଦ୍ବୀତିୟ ବିବାହ କରିବା ପୂର୍ବରୁ ପ୍ରକାଶ ରାଜ୍ ନିଜ ଦୁଇ ଝିଅଙ୍କ ଅନୁମତି ମଧ୍ୟ ନେଇଥିଲେ । ତେବେ, ପ୍ରକାଶଙ୍କ ଦ୍ୱିତୀୟ ପତ୍ନୀଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ଯାହାର ନାମ ବେଦାନ୍ତ ।