Advertisement
photoDetails0hindi

PM Kisan ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି କି? ଆଜି କରି ନିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ

PM Kisan Samman Nidhi Yojana: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ହେଲେ ତୁରନ୍ତ ଇ-କେୱାଇସି ଓ ଲ୍ୟାଣ୍ଡ ଭେରିଫିକେସନ୍ କରିନେବା ଉଚିତ୍।

 

1/5

PM Kisan: ଆପଣ ଯଦି ପିଏମ କିଷାନ ସାମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। କୃଷକ ଭାଇମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା।

 

2/5

ଏହି ଯୋଜନା ମାଧ୍ୟମରେ ୬,୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାଏ। ଏହି ରାଶି କୃଷକଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଲେଖାଁଏ ତିନି କିସ୍ତିରେ ପଠାଯାଇଥାଏ।

 

3/5

ଏଥି ସହିତ, ଅନେକ କୃଷକ ପଞ୍ଜୀକରଣ କରିବା ପରେ ମଧ୍ୟ ଏହି ଯୋଜନାର ଲାଭ ପାଇବାକୁ ସକ୍ଷମ ନୁହଁନ୍ତି, ଏହା ପଛରେ ଅନେକ କାରଣ ଅଛି। ଯଦି ଆପଣ ଏପର୍ଯ୍ୟନ୍ତ ଇ- KYC ଓ ଲ୍ୟାଣ୍ଡ ଭେରିଫିକେସନ୍ କରିନାହାଁନ୍ତି, ତେବେ ତୁରନ୍ତ ଏହି କାର୍ଯ୍ୟ କରି ନିଅନ୍ତୁ।

 

4/5

ଯେପର୍ଯ୍ୟନ୍ତ ଆପଣ ଏହି କାର୍ଯ୍ୟଗୁଡିକ ସଂପୂର୍ଣ୍ଣ ନକରନ୍ତି, କିସ୍ତି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ ନାହିଁ। PM Kisan Nidhi ର ଅଫିସିଆଲ୍ ସାଇଟ୍ pmkisan.gov.in, ଆପ୍ କିମ୍ବା ଜନସେବା କେନ୍ଦ୍ର ପରିଦର୍ଶନ କରି ଆପଣ ଏହି କାର୍ଯ୍ୟ ସମାପ୍ତ କରିପାରିବେ।

 

5/5

କୃଷକ ଭାଇ ମାନେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ୫୫୨୬୧, ୧୮୦୦୧୧୫୫୨୬ କିମ୍ବା ୦୧୧-୨୩୩୮୧୦୯୨ ରେ ଯୋଗାଯୋଗ କରିପାରିବେ। ଏହା ସମେତ pmkisan ict@gov.in କୁ ମଧ୍ୟ ଇମେଲ୍ ପଠାଇ ପାରିବେ।