Advertisement
Photo Details/zeeodisha/odisha1673222
photoDetails0hindi

Most Expensive web series: ଫିଲ୍ମ ନୁହେଁ ୱେବ ସିରିଜରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା, ଦେଖନ୍ତୁ ତାଲିକା...

Most Expensive web series: ସାଧାରଣତଃ ଫିଲ୍ମରେ ନିର୍ମାତା ମାନେ ବହୁ ଟଙ୍କା ବିନିଯୋଗ କରିଥାଆନ୍ତି । କିନ୍ତୁ ବର୍ତ୍ତମାନର OTT ଯୁଗରେ କିଛି ଏମିତି କିଛି ସିରିଜ୍ ଅଛି ଯେଉଁଥିରେ ନିର୍ମାତା ମାନେ ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି ତେବେ ଆସନ୍ତୁ ଜାଣିବା କେଉଁ ୫ ସିରିଜରେ ଖର୍ଚ୍ଚ ହୋଇଛି ପାଣି ପରି ଟଙ୍କା ।

1/5

ମିର୍ଜାପୁର (Mirzapur): ଏହି ପଲିଟିକାଲ, କ୍ରାଇମ ଡ୍ରାମା ସିରିଜ ଘରେ ଘରେ ପରିଚିତ । ବର୍ତ୍ତମାନ ସୁଦ୍ଧା ଏହାର ଦୁଇଟି ଭାଗ ରିଲିଜ୍ ହୋଇସାରିଥିବା ବେଳେ ଏହାର ପାର୍ଟ -୩ ରିଲିଜ ଅପେକ୍ଷାରେ ରହିଛି । ୬୦ କୋଟି ବଜେଟରେ ତିଆରି ଏହି ସିରିଜ୍ ପ୍ରାଇମ୍ ଭିଡିଓରେ ଉପଲବ୍ଧ ରହିଛି ।

2/5

ଫ୍ୟାମିଲି ମ୍ୟାନ୍ (Family Man): ମନୋଜ ବାଜପେୟୀଙ୍କ ଅଭିନୀତ ଫ୍ୟାମିଲି ମ୍ୟାନ ସିରିଜକୁ ନେଇ ଆଜି ବି ଚର୍ଚ୍ଚା ଲାଗିରହିଛି । ଏଥିରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ ଦର୍ଶକ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହାର ବଜେଟ ୫୦ କୋଟି ଅଟେ । ପ୍ରାଇମ୍ ଭିଡିଓରେ ଏହା ଉପଲବ୍ଧ ରହିଛି ।

3/5

ଏମ୍ପାୟର (Empire): ଏହି ସିରିଜ ହଟଷ୍ଟାରର ସବୁଠାରୁ ଲୋକପ୍ରିୟ ସିରିଜ୍ ଅଟେ । ୫୦ କୋଟି ବଜେଟରେ ନିର୍ମିତ ଏହି ସିରିଜକୁ ଲୋକେ ବେଶ ପସନ୍ଦ କରିଥିଲେ । ଏଥିରେ ଡିନୋ ମୋରିଆ ନେଗେଟିଭ ରୋଲରେ ନଜର ଆସିଥିଲେ ।  

4/5

ଇନସାଇଡ଼ ଏଜ (Inside Edge): ରୁଚା ଚଢା, ବିବେକ ଓବରୋଇ ଓ ଅଙ୍ଗଦ ବେଦୀ ଷ୍ଟାରର ଏହି ସିରିଜ କ୍ରିକେଟ୍ ଓ କ୍ରିକେଟ୍ ଦୁନିଆର ଅବାଞ୍ଛିତ ଅନ୍ଧକାର ସତ୍ୟକୁ ଦର୍ଶାଉଥିଲା । ୪୦ କୋଟି ବଜେଟରେ ନିର୍ମିତ ଏହି ସିରିଜ୍ ପ୍ରାଇମ୍ ଭିଡିଓରେ ଉପଲବ୍ଧ ରହିଛି ।

5/5

ମେଡ୍ ଇନ୍ ହେଭେନ (Made in Heaven): ଏହି ସିରିଜ୍ ସବୁଠାରୁ ମହଙ୍ଗା ସିରିଜ ଅଟେ । ଭାରତୀୟ ବିବାହ ଉପରେ ଆଧାରିତ ଏହି ସିରିଜ ୧୦୦ କୋଟି ବଜେଟରେ ନିର୍ମିତ । ଖୁବଶୀଘ୍ର ଏହାର ପାର୍ଟ-୨ ରିଲିଜ୍ ହେବାକୁ ଯାଉଛି।