Advertisement
photoDetails0hindi

Vastu tips for plant: ଘରେ ଏହି ଗଛ ଲଗାଇଲେ ପ୍ରସନ୍ନ ହୋଇଥାଆନ୍ତି ମାଆ ଲକ୍ଷ୍ମୀ, ହୋଇଥାଏ ଧନ ବର୍ଷା

Vastu tips for plant: ସବୁଜତା ବୃଦ୍ଧି କରିବା ସହ ଭଳ ପରିବେଶ ପାଇଁ ଗଛଟିଏ ଅତ୍ୟନ୍ତ ଆବଶ୍ୟକ । ବାସ୍ତୁ ଶାସ୍ତ୍ରୀରେ, କେତେକ ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ ।  ଏହି ଗଛ ଲଗାଇବା ଦ୍ବାରା ଘରେ ସକରାତ୍ମକ ଶକ୍ତି ପ୍ରସାରିତ ହେବା ସହ ଭଗବାନଙ୍କ ଆଶୀର୍ବାଦ ଲାଭ ହୋଇଥାଏ । ଏଇ ଯେପରି ଘରେ ତୁଳସୀ ଗଛ ଥିଲେ ମାଆ ଲକ୍ଷ୍ମୀ ଖୁସି ହୁଅନ୍ତି । ସେହିଭଳି ବେଲ ଗଛ ଲଗାଇବା ଦ୍ବାରା ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

1/5

ବେଲ ପତ୍ର ଶୁଣିବା ମାତ୍ରେ ଆପଣଙ୍କୁ ଭଗବାନ ଶିବଙ୍କ ନାମ ମନରେ ଆସିଥାଏ । ବହୁ ପ୍ରାଚୀନ କାଳରୁ ଶିବ ଲିଙ୍ଗ ଉପରେ ବେଲପତ୍ର ଚଢାଯିବା ନେଇ ପରମ୍ପରା ରହିଆସିଛି । ବେଲପତ୍ର ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ଅଟେ ।

2/5

ବେଲପତ୍ରରେ ମା ଲକ୍ଷ୍ମୀ ବାସ କରିଥାଆନ୍ତି, ତେଣୁ ଏହାକୁ ପୂଜା କରିବା ଦ୍ବାରା ଭଗବାନ ଶିବଙ୍କ ସହ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

3/5

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘରେ ବେଲ ଗଛ ଲଗାଇବା ଦ୍ବାରା ଆର୍ଥିକ ସମସ୍ୟା ହୋଇନଥାଏ । କୁହାଯାଏ ଯେ, ବେଲ ଗଛ ମୂଳରେ ଠିଆ ହୋଇ ଖାଦ୍ୟ, କ୍ଷୀର, ମିଠା ଇତ୍ୟାଦି ଦାନ କରିବା ଦ୍ବାରା ଘରେ ଦାରିଦ୍ର୍ୟତା ପ୍ରବେଶ କରିପାରିନଥାଏ ।

4/5

ବେଲ ଗଛ ଲଗାଇବା ଦ୍ବାରା ଭଗବାନ ଶିବଙ୍କ କୃପା ଲାଭ ହେବା ସହ ଅଟକି ଥିବା କାମ ପୂରା ହୋଇଥାଏ । ବେଲ ଗଛର ଚେରକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧି ଏହାକୁ ଘରର ଟଙ୍କା ସିନ୍ଧୁକରେ ରଖିଲେ ଅର୍ଥର ଅଭାବ ହୋଇନଥାଏ ।

5/5

ବିଶ୍ୱାସ ରହିଛି ଯେ, ଯଦି ଏହି ଗଛକୁ ପୂଜା କରିବା ଦ୍ବାରା ପିତୃ ପୁରୁଷମାନେ ସନ୍ତୁଷ୍ଟ ହେବା ସହ ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଉଭୟ ବେଲ ଗଛ ଓ ଅରଖ ଫୁଲ ଗଛକୁ ଏକାଠି ଲଗାଇବା ଦ୍ବାରା ଭଗବାନ ଶିବ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ଜ୍ଞାନ ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)