Advertisement
photoDetails0hindi

Celebrity bodyguard salary: ଅନେକ ବଡ଼ ବଡ଼ କମ୍ପାନୀର ସିଇଓଙ୍କଠାରୁ ଅଧିକ ଦରମା ପାଆନ୍ତି ଶାହାରୁଖ, ସଲମାନ, ଦୀପିକାଙ୍କ ବଡି଼ଗାର୍ଡ! ଜାଣନ୍ତୁ କେତେ?

Celebrity bodyguard salary: ବଲିଉଡ଼ର କଳାକାରମାନେ ବିଭିନ୍ନ କାରଣରୁ ଅନେକ ସମୟରେ ଲାଇମ ଲାଇଟରେ ରହିଥାଆନ୍ତି । ତେବେ ଏହି ସେଲିବ୍ରେଟି ମାନେ ନିଜକୁ ସୁରକ୍ଷା ଦେବା ଲାଗି ଅଙ୍ଗରକ୍ଷୀ ରଖିଥାଆନ୍ତି । କିଛି ବି-ଟାଉନର ସେଲିବ୍ରେଟିଙ୍କ ଅଙ୍ଗରକ୍ଷୀ ମାନେ ଅନେକ ସମୟ ଧରି ସେମାନଙ୍କ ସହ ଛାୟି ପରି ରହିଥିବା ଦେଖିବାକୁ ମିଳିଥାଏ । ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ସେଲିବ୍ରେଟି ମାନଙ୍କୁ ଫ୍ୟାନ୍ସ ମାନେ ଘେରି ଯାଇଥାଆନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବଲିଉଡ଼ର ଏହି ସେଲିବ୍ରେଟି ମାନଙ୍କ ବଡ଼ଗାର୍ଡ ମାନେ ଭାରତର ନାମୀଦାମୀ ସିଇଓ ମାନଙ୍କଠାରୁ ମଧ୍ଯ ଅଧିକ ବେତନ ପାଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେଲିବ୍ରେଟିଙ୍କ ଏହି ବଡ଼ିଗାର୍ଡଙ୍କ ଦରମା ବିଷୟରେ ।

1/5

ବଡ଼ିଗାର୍ଡ଼ ରବି ସିଂ- ବଲିଉଡ଼ର କିଙ୍ଗ ଖାନଙ୍କୁ କିଏ ବା ନ ଜାଣେ । ଫିଲ୍ମ ଶୁଟିଂ ହଉ କି ଫିଲ୍ମର ପ୍ରମୋସନ ପାଇଁ ଶାହାରୁଖଙ୍କୁ ବିଭିନ୍ନ ସମୟରେ ଯାତ୍ରା କରିବାକୁ ପଡ଼ିଥାଏ । ତେବେ ଏହି ସମୟରେ ବାଦଶାହାଙ୍କ ବଡ଼ିଗାର୍ଡ ରବି ସିଂ(Ravi singh bodyguard) ସବୁବେଳେ ତାଙ୍କ ସାଙ୍ଗରେ ରହିଥାଆନ୍ତି । ରବି ସିଂ ଇଣ୍ତଷ୍ଟ୍ରିର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ବଡ଼ିଗାର୍ଡ ଅଟନ୍ତି । ସେ ବର୍ଷକୁ ପ୍ରାୟ ୨-୩ କୋଟି ଟଙ୍କା ରୋଜଗାର କରନ୍ତି ।

2/5

ବଡ଼ିଗାର୍ଡ଼ ଶେରା- ସଲମାନ ଖାନଙ୍କ ବଡ଼ିଗାର୍ଡ ଗୁରମିତ ସିଂହ ଓରଫ ଶେରାଙ୍କୁ(Shera bodyguard) କିଏ ବା ନ ଜାଣେ । ଶେରା ବର୍ଷକୁ ପ୍ରାୟ ୨ କୋଟି ଟଙ୍କା ରୋଜଗାର କରିଥାଆନ୍ତି । ମୁମ୍ବାଇରେ ଜଷ୍ଟିନ ବିବରଙ୍କ କନସର୍ଟ ଚାଲିଥିବା ବେଳେ ସେ ତାଙ୍କୁ ଏସ୍କର୍ଟ କରିଥିଲେ ।

3/5

ବଡ଼ିଗାର୍ଡ ଯୁବରାଜ ଘୋରପଡ଼େ- ଦେଶର ପ୍ରସିଦ୍ଧ ଖାନ ମାନଙ୍କ ମଧ୍ଯରେ ସୁପରଷ୍ଟାର ଅମୀର ଖାନଙ୍କ ନାମ ମଧ୍ଯ ଆସେ । ନିଜର ସରଳତା ଆଉ ଚତ୍ମକାର ଚଳଚ୍ଚିତ୍ର ପାଇଁ ସେ ବେଶ ପରିଚିତ । ଆମୀର ଖାନଙ୍କ ବଡ଼ିଗାର୍ଡ ଯୁବରାଜ(Bodyguard Yuvraj Ghorpade) ତାଙ୍କ ପାଖରେ ସବୁବେଳେ ରହିଥାଆନ୍ତି। ବଡ଼ି ବିଲ୍ଡଂ ପାଇଁ ଇଚ୍ଛା ରଖିଥିବା ଯୁବରାଜ ପରେ ଟପ୍ ଷ୍ଟାରଙ୍କ ବ୍ୟକ୍ତିଗତ ସୁରକ୍ଷାରେ ସାମିଲ ହୋଇଥିଲେ । ତେବେ ଯୁବରାଜଙ୍କୁ ପ୍ରତିବର୍ଷ ୧ରୁ ୨.୫ କୋଟି ଟଙ୍କା ମିଳିଥାଏ ।

4/5

ବଡ଼ିଗାର୍ଡ଼ ଶ୍ରେୟସେ ଥେଲେ - ଏତେ ଫିଟ୍ ରହିବା ସତ୍ତ୍ବେ ଖିଲାଡ଼ି କୁମାରଙ୍କୁ ମଧ୍ଯ ସୁରକ୍ଷାର ଆବଶ୍ୟକତା ରହିଛି , ଯାହା ତାଙ୍କ ବଡ଼ିଗାର୍ଡ ଶ୍ରେୟସେ ଥେଲେ(Shreysay Thele) ପ୍ରଦାନ କରିଥାଆନ୍ତି । ଶ୍ରେୟସେ ଅକ୍ଷୟ କୁମାରଙ୍କ ସମେତ ପୁଅ ଆରଭ ଉପରେ ମଧ୍ଯ ନଜର ରଖିଥାଆନ୍ତି । ତାଙ୍କୁ ପ୍ରତିବର୍ଷ ୧ରୁ ୨ କୋଟି ଟଙ୍କା ମିଳୁଥିବା ସୂଚନା ରହିଛି ।

5/5

ବଡ଼ିଗାର୍ଡ ଜଲାଲ - ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଡ଼ିଗାର୍ଡ ଜଲାଲ(bodyguard Jalal) ଯେକୌଣସି ସମୟରେ ତାଙ୍କୁ ସୁରକ୍ଷା ଦେବା ଲାଗି ରେଡ୍ଡି ଥାଆନ୍ତି । ରୋଚକ କଥା, ଦୀପିକାଙ୍କ ଅଙ୍ଗରକ୍ଷୀ ଭାବେ କାମ କରୁଥିବା ଜଲାଲଙ୍କୁ ଅଭିନେତ୍ରୀ ରାକ୍ଷୀ ଭାଇ ବା ପରିବାରର ସଦସ୍ୟ ଭଳି ଗ୍ରହଣ କରିଛନ୍ତି । ସୂତ୍ର ଅନୁଯାୟୀ, ଜଲାଲ ବାର୍ଷିକ ଆୟ ୯୦ ଲକ୍ଷରୁ ୧.୫ କୋଟି ମଧ୍ଯରେ ରହିଥାଏ ।