Advertisement
Photo Details/zeeodisha/odisha2467320
photoDetails0hindi

Ratan Tata Death: 'ଆମ ସ୍ୱପ୍ନ ସାକାର ହୋଇପାରିଲା ନାହିଁ' ରତନଙ୍କ ମୃତ୍ୟୁ ପରେ ଜାମସେଦପୁରର ଆସିଲା ପ୍ରତିକ୍ରିୟା

Ratan Tata Death: ଝାଡଖଣ୍ଡର ଜାମସେଦପୁରରେ ବର୍ତ୍ତମାନ ନୀରବତା ରହିଥିବା ଦେଖିବାକୁ ମିଳିଛି । ଲୋକମାନେ ବିଶ୍ୱାସ କରି ପାରୁନାହାନ୍ତି ଯେ, ରତନ ଟାଟା ଆଉ ଜାମସେଦପୁରକୁ ଆସିବେ ନାହିଁ। ଆମେ ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ରତନ ଟାଟା ବୁଧବାର (ଅକ୍ଟୋବର ୯) ମୁମ୍ବାଇର କାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

1/9

ରତନ ଟାଟାଙ୍କ ମୃତ୍ୟୁ କାରଣରୁ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଜାମସେଦପୁରର ଜୁବୁଲି ପାର୍କରେ ସକାଳେ ବୁଲିବାକୁ ଆସିଥିବା ଲୋକମାନେ ରତନ ଟାଟାଙ୍କ ଦେହାନ୍ତରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

2/9

ଅନୀତା କୁମାରୀ କହିଛନ୍ତି, ରତନ ଟାଟାଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଏହି ଖବରକୁ ବିଶ୍ୱାସ କରି ହେଉନାହିଁ । ଭଗବାନ ତାଙ୍କୁ ପାଦରେ ସ୍ଥାନ ଦିଅନ୍ତୁ । ତାଙ୍କ ବିୟୋଗରେ ଜାମସେଦପୁର ବହୁତ ଦୁଃଖ ସହିଛି । କାରଣ, ସେ ଅନେକ ସମୟରେ ଜାମସେଦପୁରକୁ ଆସୁଥିଲେ । ପ୍ରତିବର୍ଷ ୩ ମାର୍ଚ୍ଚରେ ଏଠାକୁ ଆସୁଥିଲେ ଏବଂ ବର୍ତ୍ତମାନ ମାର୍ଚ୍ଚ ୩ ତାଙ୍କ ବିନା ଅସମ୍ପୂର୍ଣ୍ଣ ଅନୁଭବ ହେବ । ତାଙ୍କର ବ୍ୟକ୍ତିତ୍ୱ ବହୁତ ବଡ ଥିଲା । ଆମେ ଚାହୁଁଥିଲୁ ତାଙ୍କୁ ଭାରତ ରତ୍ନ ଦିଆଯାଉ କିନ୍ତୁ ସେହି ସ୍ୱପ୍ନ ସାକାର ହୋଇପାରିଲା ନାହିଁ।

3/9

ଅନିଲ ଅଗ୍ରୱାଲ କହିଛନ୍ତି ଯେ, ରାତିରେ ରତନ ଟାଟାଙ୍କ ମୃତ୍ୟୁ ଖବର ମିଳିଥିଲା। ଯାହା ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ । କେବଳ ଜାମସେଦପୁର ନୁହେଁ, ସମଗ୍ର ଦେଶ ଆଜି ଦୁଖିତ । ରତନ ଟାଟା ଜାମସେଦପୁରକୁ ବହୁତ ଭଲ ପାଉଥିଲେ। ସେ ପ୍ରତିବର୍ଷ ୩ ମାର୍ଚ୍ଚରେ ଜାମସେଦପୁରକୁ ଆସୁଥିଲେ । ମୋର ମନେ ଅଛି ଯେତେବେଳେ ସେ ଜାମସେଦପୁରକୁ ଆସୁଥିଲେ, ସେତେବେଳେ ସେ ସାଧାରଣ ଲୋକଙ୍କୁ ଭେଟୁଥିଲେ । ଲୋକମାନେ ତାଙ୍କୁ ଭେଟିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୩ କୁ ଅପେକ୍ଷା କରିଥାନ୍ତି । ଯେପର୍ଯ୍ୟନ୍ତ ସେ ସୁସ୍ଥ ଥିଲେ ସେପର୍ଯ୍ୟନ୍ତ ସେ ଏଠାକୁ ଆସୁଥିଲେ ।

4/9

ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଥିବା ରତନ ଟାଟା ମୋଟ ୨୬ ଥର ଜାମସେଦପୁର ଗସ୍ତ କରିଛନ୍ତି । ବୟସ ବଢିବା ସତ୍ୱେ ମଧ୍ୟ ସେ ଜାମସେଦପୁର ସହିତ ସମ୍ପର୍କ ଭାଙ୍ଗି ନାହାଁନ୍ତି। ସେ ପ୍ରତିବର୍ଷ ମାର୍ଚ୍ଚ ୩ ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚେଷ୍ଟା କରୁଥିଲେ । ଗତ ମାର୍ଚ୍ଚ ୩ ରେ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ରତନ ଟାଟା ଯୋଗ ଦେଇଥାନ୍ତେ କିନ୍ତୁ ଅସୁସ୍ଥତା କାରଣରୁ ସେ ଏଠାକୁ ଆସିପାରିନଥିଲେ।

5/9

ବାସ୍ତବରେ, ମାର୍ଚ୍ଚ ୩ ରେ ଜାମସେଦପୁର ସହରର ପ୍ରତିଷ୍ଠାତା ଜାମସେଦଜୀ ନୁସିରୱାନଜୀ ଟାଟା ଜନ୍ମଗ୍ରହଣ କରିଥିଲେ। ସେ ଜାମସେଦପୁରକୁ ବିକାଶ ମାନଚିତ୍ରରେ ରଖିଥିଲେ। ଏହି କାରଣରୁ ପ୍ରତିବର୍ଷ ତାଙ୍କ ଜନ୍ମ ବାର୍ଷିକୀରେ ସହର ଉତ୍ସବ ପାଳନ କରାଯାଏ ।

6/9

ଟାଟା ଗ୍ରୁପକୁ ଉଚ୍ଚ ଖୁବ ଉଚ୍ଚକୁ ନେବାରେ ରତନ ଟାଟା ସବୁଠାରୁ ବଡ ଭୂମିକା ଥିଲା । ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ଦେଶ ତାଙ୍କୁ ସବୁବେଳେ ମନେ ପକାଇବ । ରତନ ଟାଟା ଜଣେ ଉଦାର ବ୍ୟକ୍ତି ଥିଲେ ଏବଂ ଅସୁବିଧା ସମୟରେ ଦେଶକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ।

7/9

ଏହାପୂର୍ବରୁ ସୋମବାର ଦିନ ମଧ୍ୟ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା, ଯାହାର କିଛି ଘଣ୍ଟା ପରେ ରତନ ଟାଟାଙ୍କ X (ଟ୍ୱିଟର) ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରାଯାଇଥିଲା। ଉକ୍ତ ପୋଷ୍ଟରେ ଲେଖାଯାଇଥିଲା ଯେ, ମୋ ବିଷୟରେ ଚିନ୍ତା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ! ମୁଁ ସମ୍ପୂର୍ଣ୍ଣ ଭଲ ଅଛି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ବୟସ ସମ୍ବନ୍ଧୀୟ ରୋଗ ପାଇଁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନାକୁ ଆସିଛି । କିନ୍ତୁ ଏଥର ସେ ଡାକ୍ତରଖାନାରୁ ଆଉ ଫେରି ନାହାନ୍ତି । ଚିରଦିନ ପାଇଁ ଶେଷ ନିଦ୍ରାରେ ଶୋଇଗଲେ ରତନ ଟାଟା ।

8/9

ଡିସେମ୍ୱର ୨୮ ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ ରତନ ଟାଟା । ସେ ୧୯୯୧ ରୁ ୨୦୧୨ ପର୍ଯ୍ୟନ୍ତ ଟାଟା ଗ୍ରୁପ୍ ର ଚେୟାରମ୍ୟାନ୍ ଥିଲେ । ଏହି ସମୟ ମଧ୍ୟରେ ସେ ବ୍ୟବସାୟ କ୍ଷେତ୍ରରେ ଅନେକ ରେକର୍ଡ କରିଥିଲେ ଏବଂ ଦେଶର ସର୍ବ ପୁରାତନ ବ୍ୟବସାୟ ମଧ୍ୟରୁ ଟାଟା ଗ୍ରୁପ୍କୁ ଉଚ୍ଚ ସ୍ଥାନକୁ ନେଇଥିଲେ ।

9/9

ରତନ ଟାଟାଙ୍କ ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଗଲେ, ସେ କେବଳ ଜଣେ ବ୍ୟବସାୟୀ ନୁହଁନ୍ତି, ବରଂ ଜଣେ ସରଳ, ସମ୍ଭ୍ରାନ୍ତ ଏବଂ ଉଦାର ବ୍ୟକ୍ତି, ଆଦର୍ଶ ଏବଂ ଲୋକଙ୍କ ପାଇଁ ପ୍ରେରଣା ଉତ୍ସ ମଧ୍ୟ ଥିଲେ। ସେ ଅନେକ ଏନଜିଓ ଏବଂ ପଶୁ ଆଶ୍ରୟସ୍ଥଳୀକୁ ମଧ୍ୟ ଦାନ କରିଥିଲେ। ଏହା ବ୍ୟତୀତ, ୨୬/୧୧ ମୁମ୍ବାଇ  ଆକ୍ରମଣ ହେଉ କିମ୍ବା କରୋନା ମହାମାରୀ ସମସ୍ତ ବିପର୍ଯ୍ୟୟ ସମୟରେ ସେ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ।