Advertisement
Photo Details/zeeodisha/odisha1753163
photoDetails0hindi

Prakruti Mishra: ପ୍ରକୃତିଙ୍କ ଗ୍ଲାମରସ୍ ଲୁକ୍, ଦେଖନ୍ତୁ ଫଟୋ...

Prakruti Mishra: ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର (Ollywood Actress Prakruti Mishra) । ଶିଶୁ କଳାକାର ଭାବେ ଦିନେ ସେ ଅଭିନୟ ଆରମ୍ଭ କରିଥିଲେ। ଆଜି ସେ ଓଡି଼ଆ ସିନେମାର ଜଣେ ଆଗଧାଢିର ନାୟିକା । ଓଡ଼ିଆ ଫିଲ୍ମ ବା ଓଡ଼ିଆ ଆଲବମ ନୁହେଁ ହିନ୍ଦି ସିରିୟଲରେ ବି ନିଜର ଆକ୍ଟିଂର ଜଲୱା ଦେଖାଇଛନ୍ତି ପ୍ରକୃତି (Prakruti Mishra) ।

1/5

ନିକଟରେ, ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ନାଁରେ ପ୍ରକୃତି କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ । ଏନେଇ ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ବି ଦେଇଥିଲେ। 

2/5

ସେ ସଂଜୟଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ପ୍ରକୃତିଙ୍କ ଏଫଆଇଆର ଆଧାରରେ ମାମଲା ରୁଜୁ କରିଛି ମୁମ୍ବାଇ ଡିଏନ ନଗର ପୋଲିସ୍ । ପୂର୍ବରୁ ସଂଜୟ ନାୟକଙ୍କ ବିରୋଧରେ ଯୌନ ଶୋଷଣ ଉଦ୍ୟମ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ଜସ୍ମିନ ରଥ । 

3/5

ଆଉ ଜସ୍ମିନଙ୍କ ଅଭିଯୋଗକୁ ସମର୍ଥନ କରି ବୟାନ ଦେଇଥିଲେ ପ୍ରକୃତି । ଦୁଇ ଅଭିନେତ୍ରୀଙ୍କ ଅଭିଯୋଗ ପରେ ସଫେଇ ରଖି ପ୍ରକୃତିଙ୍କୁ ଟାର୍ଗେଟ କରିଥିଲେ ସଂଜୟ ନାୟକ । ଏବେ ସଂଜୟଙ୍କ ନାଁରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ପ୍ରକୃତି ମିଶ୍ର ।

 

4/5

ତେବେ ଏହା ପୂର୍ବରୁ ମଧ୍ୟ ପ୍ରକୃତି ବିବାଦ ଘେରକୁ ଆସିଥିଲେ। ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। 

5/5

ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍‌ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା।