Advertisement
Photo Details/zeeodisha/odisha1638559
photoDetails0hindi

Old Pension Scheme: ଦେଶର ଏହି ୫ଟି ରାଜ୍ୟରେ ପୁଣି ଥରେ ଲାଗୁ ହେଲା ପୁରୁଣା ପେନସନ୍ ଯୋଜନା

Old Pension Scheme: ବର୍ତ୍ତମାନ ସମୟରେ ଦେଶରେ ପୁରୁଣା ପେନସନ ଯୋଜନା (Old Pension Scheme) ଓ ନୂତନ ପେନସନ ଯୋଜନା (National Pension System) କୁ ନେଇ ବିତର୍କ ଚାଲିଛି । ଅନେକ ରାଜ୍ୟରେ ପୁରୁଣା ପେନସନ ସ୍କିମ (OPS) କୁ ପୁନଃ ଲାଗୁ କରିବାକୁ ଦାବି ଜୋରସୋରରେ ଉଠିବାରେ ଲାଗିଛି । ତେବେ ଏହି ଦାବି ଦୀର୍ଘ ଦିନ ଧରି ରହିଆସିଛି ।

 

1/8

 କିଛି ଦିନ ପୂର୍ବରୁ କେନ୍ଦ୍ରର ମୋଦି ସରକାର (Modi Govt) କେତେକ ମନୋନୀତ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ପୁରୁଣା ପେନସନ୍ ସ୍କିମର ସୁବିଧା ଦେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସମସ୍ତ କେନ୍ଦ୍ର କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ପାଇଁ ଦାବି କରାଯାଉଛି । ଏହି  କ୍ରମାଗତ ଦାବି ମଧ୍ୟରେ ଦେଶର ୫ଟି ରାଜ୍ୟରେ ପୁଣି ଥରେ ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ରାଜ୍ୟଗୁଡ଼ିକରେ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ଅନ୍ତର୍ଭୁକ୍ତ ରହିଛି । ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ଏକ ନମ୍ବର ସ୍ଥାନରେ ରହିଛି । ଏଥି ସହିତ ନିକଟ ଅତୀତରେ ହିମାଚଳ ପ୍ରଦେଶ ସରକାର ପୁରୁଣା ପେନସନ ଯୋଜନାକୁ ଏପ୍ରିଲ ୧ରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଆମେ ଆପଣଙ୍କୁ ସେହି ସମସ୍ତ ରାଜ୍ୟ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ହୋଇଛି । ତେବେ ଆସନ୍ତୁ ଜାଣିବା...

 

୧. ରାଜସ୍ଥାନ

2/8
୧. ରାଜସ୍ଥାନ

ରାଜସ୍ଥାନରେ ଅଶୋକ ଗେହଲୋଟଙ୍କ ନେତୃତ୍ୱରେ କଂଗ୍ରେସ ସରକାର ପୁରୁଣା ପେନସନ ବ୍ୟବସ୍ଥା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । OPS ପୁନଃ ଲାଗୁ କରିବା ପାଇଁ ଏହା ପ୍ରଥମ ରାଜ୍ୟ ହୋଇଛି । ରାଜ୍ୟ ବଜେଟ୍ ୨୦୨୩-୨୪ର ଉପସ୍ଥାପନା ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନୂତନ ପେନସନ୍ ଯୋଜନା ପରିବର୍ତ୍ତେ ସମସ୍ତ ସେବା ତଥା ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ସ୍କିମ୍ (OPS) ର ଲାଭ ଦେବାକୁ ଘୋଷଣା କରିଥିଲେ ।

୨. ଛତିଶଗଡ଼

3/8
୨. ଛତିଶଗଡ଼

ବଜେଟ୍ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ୍ କର୍ମଚାରୀମାନଙ୍କୁ ନୂତନ ତଥା ପୁରୁଣା ପେନ୍ସନ୍ ଯୋଜନା ବାଛିବା ପାଇଁ ବିକଳ୍ପ ଦେଇଛି । କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ ରାଷ୍ଟ୍ରୀୟ ପେନସନ୍ ସିଷ୍ଟମ୍ (NPS) ରେ ରାଜ୍ୟ ଦେଇଥିବା ଅବଦାନ ଓ ଏଥିରେ ଅର୍ଜନ କରିଥିବା ଲାଭାଂଶକୁ ଜମା କରିବା ପରେ କର୍ମଚାରୀମାନେ OPS କୁ ଫେରିପାରିବେ ।

୩. ଝାଡ଼ଖଣ୍ଡ

4/8
୩. ଝାଡ଼ଖଣ୍ଡ

୧ ସେପ୍ଟେମ୍ବର ୨୦୨୨ରେ ଝାଡ଼ଖଣ୍ଡ କ୍ୟାବିନେଟ୍ ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବା ପାଇଁ ଅନୁମୋଦନ ଦେଇଥିଲା । ରାଜ୍ୟରେ ଓପିଏସ୍ ଲାଗୁ କରିବା ହେମନ୍ତ ସୋରେନ୍ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ଅନ୍ୟତମ ।

୪. ପଞ୍ଜାବ

5/8
୪. ପଞ୍ଜାବ

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନ ନଭେମ୍ବର ୨୦୨୨ରେ ରାଜ୍ୟରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ବିଷୟରେ କହିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ୧.୭୫ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ପୁରୁଣା ପେନସନ ଯୋଜନାର ଲାଭ ପାଇବାକୁ ଯାଉଛନ୍ତି ।

୫. ହିମାଚଳ ପ୍ରଦେଶ

6/8
୫. ହିମାଚଳ ପ୍ରଦେଶ

ପୁରୁଣା ପେନ୍‌ସନ୍‌ ଯୋଜନା କାର୍ଯ୍ୟକାରୀ କରିବା ହେଉଛି ସର୍ବଶେଷ ରାଜ୍ୟ । ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ଓପିଏସ୍ ଲାଗୁ କରିବାକୁ ଅନୁମୋଦନ ଦେଇଛନ୍ତି ।

7/8

ପୁରୁଣା ପେନସନ୍ (Old Pension Scheme) ବ୍ୟବସ୍ଥାର ଲାଭ ବିଷୟରେ କହିବାକୁ ଗଲେ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ଶେଷ ଡ୍ରୋନ୍ ସ୍ୟାଲେରୀର ଆଧାରରେ ପ୍ରସ୍ତୁତ ହୋଇଥାଏ । ପୁରୁଣା ପେନସନ୍ ସ୍କିମ୍ ଅନୁଯାୟୀ କର୍ମଚାରୀମାନେ ସ୍ଥିର ପେନସନ ପାଆନ୍ତି । ଏହା ଅଧୀନରେ କର୍ମଚାରୀ ପେନସନ୍‌ ଭାବରେ ପ୍ରାପ୍ତ ଶେଷ ବେତନର ୫୦ ପ୍ରତିଶତ ରାଶିର ପାଇବାକୁ ହକଦାର ହୋଇଥାଏ । ତେବେ ପେନସନ ରାଶି ଜାତୀୟ ପେନସନ ସିଷ୍ଟମ୍ (National Pension System) ଅଧୀନରେ ଅଂଶଦାୟୀ ରହିଛି, ଯାହା ୨୦୦୪ ପରଠାରୁ କାର୍ଯ୍ୟକାରୀ ହୋଇଆସୁଛି ।

ଅଧିକ ପଢ଼ନ୍ତୁ-୧୫ ଦିନ ପରେ ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ରୁହନ୍ତୁ ସତର୍କ, ରହିଛି କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-ଲକ୍ଷ୍ନୌର ପରାଜୟର ସବୁଠାରୁ ବଡ଼ ଅପରାଧୀ ଏହି ଖେଳାଳି, ଅଧିନାୟକ କେଏଲ ରାହୁଲ କେବେବି କରିବେନି କ୍ଷମା!

8/8

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।