Advertisement
Photo Details/zeeodisha/odisha1810385
photoDetails0hindi

Ollywood News: ପ୍ରଥମ ଦିନରେ ହାଉସଫୁଲ ନୂଆ ସିନେମା 'ମହର୍ଷି'

ଓଡ଼ିଆ ମାଟିର ବୀର ପୁରୁଷ ଜୟୀ ରାଜଗୁରଙ୍କ ଜୀବନୀ ଉପରେ ଆଧାରିତ ସିନେମା ରିଲିଜ୍ ହେବା ସହ ପ୍ରଥମ ଦିନରେ ହାଉସଫୁଲ୍ ହୋଇଛି

1/6

Ollywood News: ଓଡ଼ିଆ ପୁଅ ତଥା ବୀର ପୁରୁଷ ଜୟୀ ରାଜଗୁରଙ୍କ ସଂଘର୍ଷ ଓ ଜୀବନୀ କାହାଣୀ ଉପରେ ଆଧାରିତ ନୂଆ ଓଡ଼ିଆ ସିନେମା 'ମହର୍ଷି' ରିଲିଜ୍ ହେବା ସହ ସମଗ୍ର ରାଜ୍ୟର ହଲ୍ ଗୁଡିକରେ ହାଉସଫୁଲରେ ଆଗେଇ ଚାଲିଛି

2/6

ସିନେମା ରିଲିଜ୍ ହେବା ପୂର୍ବରୁ ବୀରପୁତ୍ର ଜୟୀ ରାଜଗୁରଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ସିନେମାର ମୁଖ୍ୟ ଅଭିନେତା ତଥା ନାୟକ ଚନ୍ଦନ କରଙ୍କ ସମେତ ସିନେମାର ଟିମ୍

3/6

କଟକ ସହରର ବୃନ୍ଦାବନ ସିନେମା ହଲରେ 'ମହର୍ଷି' ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି । ନିଜ ପ୍ରଶଂସକଙ୍କ ସହ ସିନେମା ଦେଖିବାକୁ ଅଭିନେତା ଚନ୍ଦନ ପହଞ୍ଚିଥିଲେ ସିନେମା ହଲରେ

4/6

ପ୍ରିୟ ଅଭିନେତାଙ୍କୁ ପାଖରେ ପାଇ ପ୍ରଶଂସକମାନେ ଭିଡ଼ ଲଗାଇବା ସହିତ ଫଟୋ ମଧ୍ୟ ଉଠାଇଥିଲେ

5/6

'ମହର୍ଷି'ରେ ମୁଖ୍ୟ ଭୁମିକାରେ ଚନ୍ଦନ ଖୁବ ନିଖୁଣ ଅଭିନୟ କରିଥିବା ପ୍ରଶଂସକମାନେ ମତ ଦେଇଛନ୍ତି

6/6

'ମହର୍ଷି' ଏକ ମୌଳିକ କାହାଣୀ ହୋଇଥିବାରୁ ସମଗ୍ର ରାଜ୍ୟରେ ଥିବା ପ୍ରତିଟି ହଲରେ ଆଜି ସିନେପ୍ରେମୀଙ୍କ ଭିଡ଼ ଲାଗିଥିଲା । ଆଗକୁ ମଧ୍ୟ ଏହିପରି ସିନେମା ରିଲିଜ୍ ହେଉ ବୋଲି ପ୍ରଶଂସକମାନେ ମତ ଦେଇଛନ୍ତି