Advertisement
photoDetails0hindi

Anant Ambani and Radhika Merchant: ଭଉଣୀର ପସନ୍ଦକୁ କାହିଁକି ଭଲପାଇ ବସିଥିଲେ ଅନନ୍ତ ଅମ୍ବାନୀ

Anant Ambani and Radhika Merchant Engaged: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଗୁରୁବାର ଅନନ୍ତ ଅମ୍ବାନୀ ରାଧିକା ମରଚାଣ୍ଟଙ୍କ ସହ ନିର୍ବନ୍ଧ କରିଛନ୍ତି। ଆଉ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ, ରାଧିକା କିଏ ଓ ଅନନ୍ତଙ୍କ ସହ କେମିତି ଦେଖାହୋଇଥିଲା। 

1/6

ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀଙ୍କ ଘରେ ଖୁସି ଏବେ କହିଲେ ନସେର। ବାସ୍ତବରେ, ମୁକେଶଙ୍କ ସାନପୁଅ ଅନନ୍ତ ଅମ୍ବାନୀ ରାଧିକାଙ୍କ ସହ ନିର୍ବନ୍ଧ ସରିଛି । ବର୍ତ୍ତମାନ ଏହି ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଉଭୟ ପରିବାରରେ ଖୁସିର ବାତାବରଣ ଖେଳିଯାଇଛି।

2/6

ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ମୁମ୍ବାଇରେ ନୁହେଁ ବରଂ ରାଜସ୍ଥାନର ଶ୍ରୀନଥଜୀ ମନ୍ଦିରରେ ପୁରୋହିତ ଏବଂ ପଣ୍ଡିତ ମାନଙ୍କ ଉପସ୍ଥିତିରେ ପୂରା ରୀତିନୀତି ଏବଂ ମନ୍ତ୍ରଜପରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଉଭୟ ପରିବାରରୁ କେବଳ ପରିବାର ସଦସ୍ୟ ଏବଂ କିଛି ଅତି ଘନିଷ୍ଠ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଥିଲେ।

 

3/6

ଅନନ୍ତ ଅମ୍ବାନୀ ନିଜ ନିର୍ବନ୍ଧରେ ଏକ ନୀଳ ରଙ୍ଗର ଶେରୱାନି ପିନ୍ଧିଥିଲେ ଏବଂ ରାଧିକା ଗୋଲାପୀ ରଙ୍ଗର ଫ୍ଲୋରା ଡିଜାଇନର ଏକ ପୋଷାକ ପିନ୍ଧିଥିଲେ । ସେ ସବୁଜ ଏବଂ ଧଳା ହୀରା ଅଳଙ୍କାର ସହିତ ତାଙ୍କ ଲୁକ୍କୁ ଆହୁରି ଗ୍ଲାମରିୟସ କରିଥିଲେ। 

4/6

ଏଠାରେ କହିରଖୁଛୁ ଯେ, ରାଧିକା ମରଚାଣ୍ଟଙ୍କ ପିତା ବିରେନ୍ ମରଚାଣ୍ଟ ଏବଂ ମୁକେଶ ଅମ୍ବାନୀ ବହୁତ ଘନିଷ୍ଠ ବନ୍ଧୁ। ବିରେନ୍ ଏନ୍କୋର ସ୍ୱାସ୍ଥ୍ୟସେବାର ସିଇଓ ଅଟନ୍ତି । ରାଧିକା ବିରେନ ଏବଂ ଶାଇଲା ମରଚାଣ୍ଟଙ୍କ ଏକମାତ୍ର ଝିଅ। ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ସମାପ୍ତ କରିଛନ୍ତି। ସେ ଅର୍ଥନୀତି ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ତେବେ ରାଧିକା ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପ ମଧ୍ୟ। ସେ ଗୁରୁ ଭାବନା ଠକ୍କରଙ୍ କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଛନ୍ତି।

5/6

ରାଧିକା ଏବଂ ଅନନ୍ତ ପିଲାଦିନର ବନ୍ଧୁ । ରାଧିକା କେବଳ ଅନନ୍ତଙ୍କ ନୁହେଁ, ନୀତା ଅମ୍ବାନୀ, ଇଶା ଏବଂ ଶ୍ଲୋକାଙ୍କ ସହ ମଧ୍ୟ ଅତି ନିକଟତର । ବିଶେଷକରି ଇଶା ଏବଂ ରାଧିକା ବହୁତ ଭଲ ବନ୍ଧୁ । 

 

6/6

ଇଶା ଅମ୍ବାନୀଙ୍କ ନିର୍ବନ୍ଧରେ ଶ୍ଲୋକାଙ୍କ ସହ ରାଧିକା ଏକ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହା ପରେ ସେ ଅଧିକ ଆଲୋଚନାକୁ ଆସିଥିଲେ । କିଛି ଦିନ ପୂର୍ବରୁ ସେ ତାଙ୍କ ଭବିଷ୍ୟତର ଶ୍ୱଶୁର ଅର୍ଥାତ୍ ମୁକେଶ ଅମ୍ବାନୀଙ୍କ ସହ ତିରୁପତି ବାଲାଜୀରେ ଦର୍ଶନ ପାଇଁ ପହଞ୍ଚିଥିଲେ।