Advertisement
Photo Details/zeeodisha/odisha1786415
photoDetails0hindi

MS Dhoni Net Worth: ୧୦୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି ଏମଏସ ଧୋନି, ଏହି ସବୁ ସ୍ଥାନରେ ନିବେଶ କରିଛନ୍ତି ଟଙ୍କା

MS Dhoni Net Worth 2023: ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜୀବନରୁ ଅଗଣିତ ଲୋକ ପ୍ରେରଣା ନେଇଛନ୍ତି । ଏକ ଛୋଟ ସହରରେ ଥାଇ ମାହି ବଡ଼ ବଡ଼ ସ୍ୱପ୍ନ ଦେଖିବାକୁ ଭଲପାଉଥିଲେ ଓ ମହୀ ସେହି ସ୍ୱପ୍ନକୁ ପୂରା କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ବିଦାୟ ଦେଇଥିବା ସତ୍ତ୍ୱେ ସେ ଭାରତର ସବୁଠୁ ବଡ କ୍ରିକେଟ୍ ତାରକା ଅଟନ୍ତି ।

1/5

MS Dhoni Net Worth: ଖବର ଅନୁଯାୟୀ ଧୋନିଙ୍କ ମୋଟ ସମ୍ପତ୍ତି ୧୦୦୦ କୋଟିରୁ ଅଧିକ ଅଟେ । କ୍ରିକେଟ୍ ରୁ ରୋଜଗାର କରିବା ସହିତ ଧୋନି ଅନେକ ବ୍ୟବସାୟରୁ ମଧ୍ୟ ବହୁତ ରୋଜଗାର କରନ୍ତି । ସେ ଅନେକ ବଡ ଷ୍ଟାର୍ଟଅପ୍ କମ୍ପାନୀରେ ନିବେଶ ମଧ୍ୟ କରିଛନ୍ତି । ଏଥିରେ ପୋଷାକ, ହୋଟେଲ ଓ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ କମ୍ପାନୀ ଅନ୍ତର୍ଭୁକ୍ତ । ତେବେ ଆସନ୍ତୁ ଜାଣିବା ମହେନ୍ଦ୍ର ସିଂ ଧୋନି କେଉଁ କମ୍ପାନୀରେ ପୁଞ୍ଜି ନିବେଶ କରିଛନ୍ତି ଓ କେଉଁଠାରୁ ସେ କେତେ ରୋଜଗାର କରୁଛନ୍ତି ।

2/5

ରୀତି ନାମକ ଏକ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ କମ୍ପାନୀରେ ମହେନ୍ଦ୍ର ସିଂ ଧୋନିଙ୍କର ଅଂଶଧନ ଅଛି । ଏହି କମ୍ପାନୀ ଦୁନିଆର ସବୁଠୁ ବଡ କ୍ରୀଡ଼ାବିତଙ୍କ ମ୍ୟାନେଜମେଣ୍ଟ କରେ । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି ଫାଫ ଡୁପ୍ଲେସି, ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳିମାନେ ରିତୀ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟର ଗ୍ରାହକ ଅଟନ୍ତି ।

3/5

ଧୋନିଙ୍କ ଭାବମୂର୍ତ୍ତି ସମଗ୍ର ବିଶ୍ୱରେ ଜଣେ ଫିଟ୍ କ୍ରିକେଟର ହୋଇପାରିଛି । ଏହି କାରଣରୁ ସେ ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ଧୋନି ସ୍ପୋର୍ଟସଫିଟ ନାମକ ଏକ ଚେନ୍ ଆରମ୍ଭ କରିଥିଲେ । ସମଗ୍ର ଦେଶରେ ଏହାର ମୋଟ ୨୦୦ ରୁ ଅଧିକ ଫିଟନେସ୍ ଚେନ୍ ଖୋଲା ଅଛି ।

4/5

ଧୋନିଙ୍କ ସମସ୍ତ ପ୍ରଶଂସକ ଜାଣିଥିବେ ଯେ ସେ କ୍ରିକେଟ୍ ପୂର୍ବରୁ ଫୁଟବଲରେ ଗୋଲକିପିଂ କରୁଥିଲେ । କ୍ରିକେଟ୍ ବ୍ୟତୀତ ସେ ଅନ୍ୟ କ୍ରୀଡା ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏହି କାରଣରୁ ସେ ଏକ ହକି ଓ ଫୁଟବଲ ଦଳରେ ନିବେଶ କରିଛନ୍ତି । ସେ ଇଣ୍ଡିଆନ ସୁପର ଲିଗରେ ଫୁଟବଲ ଦଳର ଚେନ୍ନାଇଇନ୍ ଏଫସିର ମାଲିକ ଅଟନ୍ତି । କେବଳ ଏତିକି ନୁହେଁ ସେ ହକି ଦଳ ରାଞ୍ଚି ରେସର ସହ-ମାଲିକ ମଧ୍ୟ ଅଟନ୍ତି ।

5/5

୧୦ ରୁ ଅଧିକ ବ୍ୟବସାୟ ଓ ଷ୍ଟାର୍ଟଅପରେ ବିନିଯୋଗ କରିଥିବା ଧୋନିଙ୍କ ମୋଟ ନିଟ୍ ମୂଲ୍ୟ ପ୍ରାୟ ୧୦୩୦ କୋଟି ବୋଲି କୁହାଯାଉଛି । ଧୋନି ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ସଦସ୍ୟ ଅଟନ୍ତି । ସେ ଏହି ଫ୍ରାଞ୍ଚାଇଜରୁ ବାର୍ଷିକ ୧୨ କୋଟି ଟଙ୍କା ପାଇଥାନ୍ତି । ଏହା ବ୍ୟତୀତ ସେ ବିଜ୍ଞାପନରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି । ଧୋନି ଏକ ଟିଭି ବିଜ୍ଞାପନ ପାଇଁ ୩.୫ରୁ ୬ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି ।