Advertisement
Photo Details/zeeodisha/odisha1900914
photoDetails0hindi

Anubhav Mohanty: ସୋସିଆଲ ମିଡିଆରେ ଅନୁଭବ ସେୟାର କଲେ ଏଭଳି ଫଟୋ, ଲେଖିଲେ...

Anubhav Mohanty: ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ (Varsha Priyadarshini)ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏବଂ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ (Anubhav & varsha Family Dispute) ଦିନକୁ ଦିନ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳୁଛି । ସେପ୍ଟେମ୍ବର ୨୫ ତାରିଖରେ ଏହି ଷ୍ଟାର କପଲ କଟକ ଏସଡିଜେଏମ୍ (Cuttack SDJM) କୋର୍ଟରେ ହାଜର ହୋଇଥିଲେ।। କୋର୍ଟରେ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟି ନଥିଲା।

1/5

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ନିକଟରେ ଅନୁଭବଙ୍କ ପକ୍ଷରୁ ହୋଇଥିବା ବିବାହ ବିଚ୍ଛେଦ ଆବେଦନ  ଯାଚିକାକୁ ଫ୍ୟାମିଲ କୋର୍ଟ  (Cuttack Family Court )ଖାରଜ କରିଥିଲେ। ସେପଟେ ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନକୁ ମଧ୍ୟ ଖାରଜ କରି ଦେଇଥିଲେ କୋର୍ଟ। 

 

2/5

 କଟକ ପରିବାର ଅଦାଲତ ଏହି ଷ୍ଟାର କପଲଙ୍କୁ ଏକ ବଡ଼ ଝଟକା ଦେଇଛି। ସେପଟେ, ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ । ବର୍ଷା ଓ ଅନୁଭବ ମହାନ୍ତି ଗୋଟିଏ ଜାଗାରେ ରହି ପାରିବେନି କି ଛାଡ଼ପତ୍ର ମଧ୍ୟ ଦେଇ ପାରିବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। 

3/5

ତେବେ, କୋର୍ଟଙ୍କ ଏହି ରାୟ ପରେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଟ୍ବିଟ୍ ଓ୍ବାର୍ । 

4/5

ସୂଚନାଯୋଗ୍ୟ ଅନୁସାରେ, ବର୍ଷା ଓ ଅନୁଭବ ୨୦୧୪ ମସିହାର ହିନ୍ଦୁ ରିତିନୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ସବୁ କିଛି ଠିକଠାକ୍ ଚାଲିଥିଲା। କିନ୍ତୁ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। 

5/5

୨୦୨୦ ମସିହାରେ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ପରେ ଏହି ମାମଲା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା।