World Cup 2023: ଭାରତ ମାଟିରେ ଚାଲିଛି ବିଶ୍ୱକପ୍ ବିଶ୍ୱଯୁଦ୍ଧ । ସେପଟେ ବିଶ୍ୱକପ-୨୦୨୩ ରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଜାରି ରହିଛି । ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଭାରତ ନିଜର ପଏଣ୍ଚ ସ୍ଥାନକୁ ବଜାୟ ରଖିଛି । ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଆଇସିସି ଇଭେଣ୍ଟରେ ମାତ ଦେଇଛି ଟିମ୍ ଇଣ୍ଡିଆ । ଏହା ସହିତ ୨୦୧୯ ବିଶ୍ବକପର ବଦଲା ନେଇ ସାରିଛି ଭାରତ । ହେଲେ ଆୟୋଜକ ଭାରତ ମାଟିରେ ଏବେ ଯାଏଁ ସବୁଠାରୁ ଅଧିକ ଛକା ବର୍ଷା କରିଛି କିଏ ଆସନ୍ତୁ ସେ ବିଷୟରେ ଜାଣିବା...
ୱାର୍ଲ୍ଡ କପ୍ ୨୦୨୩ରେ ଏବେ ଯାଏଁ ଚାରି ବ୍ୟାଟ୍ସ ମ୍ୟାନ୍ ୧୦ ବା ତା ଠାରୁ ଅଧିକ ଛକା ମାରିସାରିଛନ୍ତି। ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ସବୁଠୁ ଆଗରେ ରହିଛନ୍ତି।
ୱାର୍ଲ୍ଡ କପ୍ ୨୦୨୩ ମହାକୁମ୍ଭରେ ରୋହିତ ଶର୍ମା ଏବେ ସୁଦ୍ଧା ୧୭ ଟି ଛକା ମାରିସାରିଲେଣି। କେବଳ ଏହି ଟୁର୍ଣ୍ଣାମେଣ୍ଟରେ ଛକା ମାରିବା କଥା ଯଦି କହିବା ତେବେ ରୋହିତ ଶର୍ମା ସବୁଠୁ ଟପ୍ ରେ ରହିଛନ୍ତି।
ଏହି ତାଲିକାରେ ଦ୍ୱିତୀୟରେ ଅଛନ୍ତି କୁଶଲ ମେଣ୍ଡିସ୍ । ଶ୍ରୀଲଙ୍କାର ଏହି ଦମଦାର ବ୍ୟାଟ୍ସମ୍ୟାନ୍ ଏବେ ସୁଦ୍ଧା ୧୪ଟି ଛକା ମାରି ସାରିଛନ୍ତି।
ଏହି ତାଲିକାରେ ତୃତୀୟରେ ଅଛନ୍ତି ନ୍ୟୁଜିଲାଣ୍ଡର ମିଡିଲ ଅର୍ଡର ବ୍ୟାଟ୍ସ ମ୍ୟାନ Daryl Mitchell. ମିଚେଲ ୱାର୍ଲ୍ଡକପ୍ ୨୦୨୩ ରେ ୧୧ ଟି ଛକା ମାରିସାରିଛନ୍ତି।
ଚତୁର୍ଥରେ ରହିଛନ୍ତି ଅଷ୍ଟ୍ରେଲିଆ ଟିମ୍ ର ସଲାମୀ ବ୍ୟାଟ୍ସ ମ୍ୟାନ୍ ଡେଭିଡ ୱାର୍ଣ୍ଣର । ୱାର୍ଣ୍ଣର ଏହି ଟୁର୍ଣ୍ଣାମେଣ୍ଟରେ ଏବେସୁଦ୍ଧା ୧୦ ଟି ଛକା ମାରିଛନ୍ତି।
ସେହିପରି ତାଲିକାର ୫ମରେ ବି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ରହିଛନ୍ତି । ୯ ଟି ଛକା ମାରି ସବୁଠୁ ଅଧିକ ଛକା ମାରିବା ବର୍ଗରେ ନିଜକୁ ସାମିଲ କରିଛନ୍ତି ମିଚେଲ ମାର୍ସ।
ट्रेन्डिंग फोटोज़