Advertisement
photoDetails0hindi

Monsoon Alert: କ’ଣ ଏହି ୟେଲୋ, ଅରେଞ୍ଜ ଓ ରୋଡ଼ ଆଲର୍ଟ? କେଉଁ ପରିସ୍ଥିତିରେ ବିଭାଗ ପକ୍ଷରୁ କରାଯାଇଥାଏ ଜାରି

Monsoon Alert: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟ ତଥା ଦେଶର ଅନେକ ସ୍ଥାନରେ ଜାରି ରହିଛି। ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ଜାମ୍ମୁ-କାଶ୍ମୀର, ମୁମ୍ବାଇ, ଆସାମ, ମେଘାଳୟ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ବର୍ଷା ସମୟରେ ପାଣିପାଗ ବିଭାଗ ପକ୍ଷରୁ କେତେକ ସ୍ଥାନରେ ୟୋଲୋ ଆଲର୍ଟ ଜାରି କରାଯାଇଛି ।

1/5

ଏଭଳି ପରିସ୍ଥିତିରେ, ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଠିଛି ଯେ, ଆଲର୍ଟ କ’ଣ?  ଓ ଏହା କେଉଁ ପରିସ୍ଥିତିରେ ଜାରି କରାଯାଇଥାଏ। ପ୍ରଥମେ ଜାଣି ରଖନ୍ତୁ ଯେ, ଭିନ୍ନ ଭିନ୍ନ ରଙ୍ଗର ଆଲର୍ଟର ଅର୍ଥ କ’ଣ?  ପ୍ରକାଶଥାଉ କି, ପାଣିପାଗ ବିଭାଗ ପାଗ ଅନୁଯାୟୀ ଜାରି କରୁଥିବା ତିନୋଟି ଆଲର୍ଟ ହେଲା- ରେଡ଼, ଅରେଞ୍ଜ ଓ ୟେଲୋ। ଏହା ବ୍ୟତୀତ ସବୁଜ ଆଲର୍ଟ ମଧ୍ୟ ରହିଥାଏ ।

2/5

ୟେଲୋ ଆଲର୍ଟ (Yellow alert) ପାଗ ସମ୍ବନ୍ଧୀୟ ପ୍ରଥମ ସତର୍କ ଘଣ୍ଟି ହୋଇଥାଏ । ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଥାଏ। ଏଭଳି ପରିସ୍ଥିତିରେ ପାଗ ଉପରେ ନଜର ରଖିବା ସହ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ୟେଲୋ ଆଲର୍ଟ ଜାରି କରିବାର ଉଦ୍ଦେଶ୍ୟ ଲୋକଙ୍କୁ ସଚେତନ କରାଇବା ହୋଇଥାଏ ।

3/5

ଯେତେବେଳେ ପାଗ ଟିକେ ଖରାପ ହୁଏ, ପାଣିପାଗ ବିଭାଗ ଦ୍ୱାରା ଅରେଞ୍ଜ ଆଲର୍ଟ (Orange alert) ଜାରି କରାଯାଇଥାଏ।  ଏହି ଆଲର୍ଟ ଜାରି କରିବାର ଉଦ୍ଦେଶ୍ୟ, କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ ଯଦି ଅତି ଆବଶ୍ୟକ ହୁଏ ତାହାଲେ ସାବଧାନତାର ସହ ଯାଆନ୍ତୁ ।

4/5

ପାଗ ବେଶି ଖରାପ ହେବା ସହ କ୍ଷୟକ୍ଷତିର ସମ୍ଭାବନା ଥିଲେ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ (Red alert) ଜାରି କରାଯାଇଥାଏ । ଏହା ଜାରି ହେବା ପରେ ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀ ପାଳନ କରିବା ଉଚିତ୍ । ଗୁରୁତର ପରିସ୍ଥିତିରେ ରେଡ଼ ଆଲର୍ଟ ଜାରି କରାଯାଇଥାଏ । ଏହର ଅର୍ଥ, ଧନ ଜୀବନ ନଷ୍ଟ ହୋଇପାରେ, ଏହାଛଡ଼ା ବନ୍ୟା, ଝଡ଼ ଓ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିଲେ ଏହି ୱାର୍ଣ୍ଣିଂ ଜାରି କରାଯାଇଥାଏ ।

5/5

ପାଗ ସ୍ୱଭାବିକ ହେଲେ ବିଭାଗ ସବୁଜ ଆଲର୍ଟ ଜାରି କରିଥାଏ । ଏହାର ଅର୍ଥ, ପାଗ ସଂପୂର୍ଣ୍ଣ ଠିକ୍ ଅଛି । କିନ୍ତୁ ଏହି ଆଲର୍ଟ ଅଧିକାଂଶ ସମୟରେ ବ୍ୟବହୃତ ହୋଇନଥାଏ ।