Advertisement
photoDetails0hindi

Bollywood Actress: ଏହି ଟପ୍ ୫ ଅଭିନେତ୍ରୀ, ଯିଏ ବାପ-ପୁଅଙ୍କ ସହ କରିଛନ୍ତି ରୋମାନ୍ସ

Actress Romance with Father and Son: ବଲିଉଡରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ଉଭୟ ବାପ-ପୁଅଙ୍କ ସହ ରୋମାନ୍ସ କରିଛନ୍ତି । ରିୟଲ ଲାଇଫରେ ନୁହେଁ, ରିଲ୍ ଲାଇଫରେ । 

 

1/5

ମାଧୁରୀ ଦୀକ୍ଷିତ,୮୦ ଦଶକର ଜଣେ ଅଭିନେତ୍ରୀ । ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ଏବେବି ପାଗଳ । ଧକ-ଧକ୍ ଗାର୍ଲ ଭାବେ ପରିଚିତ ମାଧୁରୀ ଫିଲ୍ମ 'ଦୟାବାନ୍'  ବିନୋଦ ଖାନ୍ନାଙ୍କ ସହ କାମ କରିଛନ୍ତି। ତା’ପରେ ୧୯୯୭ ରେ,ସେ ଫିଲ୍ମ 'ମହୋବତ୍ 'ରେ ବିନୋଦ ଖାନ୍ନାଙ୍କ ପୁଅ ଅକ୍ଷୟ ଖାନ୍ନାଙ୍କ ସହ ରୋମାନ୍ସ କରିଛନ୍ତି । 

 

2/5

ଡିମ୍ପଲ୍ କାପାଡିଆ ବିନୋଦ ଖାନ୍ନାଙ୍କ ସହ 'ଖୋନ୍ କା କରଜ୍' ଏବଂ 'ଇନସାଫ୍' ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଉଭୟଙ୍କ କେମେଷ୍ଟ୍ରିଙ୍କୁ ଲୋକେ ବେଶ ପସନ୍ଦ କରୁଥିଲେ । ଏଥିସହ ଡିମ୍ପଲ୍ ଅକ୍ଷୟ ଖାନ୍ନାଙ୍କ ସହ ଫିଲ୍ମ 'ଦିଲ୍ ଚାହା ହାତେ'(Dil Chahta Hai)ରେ ରୋମାନ୍ସ କରିଥିଲେ।

3/5

ରାନୀ ମୁଖାର୍ଜୀ, ଅଭିଷେକ ବଚ୍ଚନଙ୍କ ସହ 'କବି ଅଲଭିଦା ନା କେହନା' ଏବଂ 'ବାସ୍ ଇଟନା ସା ଖ୍ବାବ'ଭଳି ଚଳଚ୍ଚିତ୍ରରେ ରୋମାନ୍ସ କରିଛନ୍ତି। ଏହା ସହିତ ରାନୀ ଫିଲ୍ମ 'ବ୍ଲାକ୍'ରେ ଅମିତାଭ ବଚ୍ଚନଙ୍କ ସହ ଫ୍ଲର୍ଟ ମଧ୍ୟ କରିଥିଲେ। 

4/5

ହେମା ମାଲିନୀ ଫିଲ୍ମ 'ସୌଦାଗର'ରେ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ଏହି ଫିଲ୍ମରେ ରାଜ କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହା ପରେ ହେମା ମାଳିନୀ ଫିଲ୍ମ 'ହାଥ କି ସଫାଇ'ରେ ରାନ୍ଧୀର କପୁରଙ୍କ ସହ କାମ କରିଥିଲେ।

5/5

 ଫିଲ୍ମ 'ନାକାବନ୍ଦୀ'ରେ ଶ୍ରୀଦେବୀ ଧର୍ମେନ୍ଦ୍ରଙ୍କ ସହ ରୋମାନ୍ସ କରିଛନ୍ତି। ତେବେ, ଏହି ଅଭିନେତ୍ରୀ ଜଣକ ୧୯୮୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ 'ଚାଲବାଜ୍'ରେ ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲଙ୍କ ସହ ମଧ୍ୟ ସ୍କ୍ରିନ ସେୟାର କରିଛନ୍ତି ।