Advertisement
photoDetails0hindi

Actresses Failed Marriage: ଅଭିନୟରେ ପାସ ବୈବାହିକ ଜୀବନରେ ଫେଲ, ପାର୍ଟନରଙ୍କୁ ଛାଡି ଏକାକି ରହୁଛନ୍ତି ଏହି ସବୁ ଅଭିନେତ୍ରୀ

Actresses Failed Marriage: ବଲିଉଡରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି । ଯେଉଁମାନଙ୍କ ବୈବାହିକ ଜୀବନ ସମ୍ପର୍ଣ୍ଣ ଅସଫଳ ହୋଇଛି । ବର୍ତ୍ତମାନ ସେମାନେ ତାଙ୍କ ପାର୍ଟନରକୁ ଛାଡି ଏକାକୀ ରହୁଛନ୍ତି ।

1/5

ରୀନା ରଏ: ବଲିଉଡ ଅଭିନେତ୍ରୀ ରୀନା ରଏ । ତାଙ୍କ ପ୍ରେମ କାହାଣୀ ପୁରା ହୋଇପାରିଲା ନାହିଁ । ସେ ପାକିସ୍ତାନର କ୍ରିକେଟର ମୋହସିନ୍ ଖାନ୍ (Mohsin Khan)ଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ସେ ଅଲଗା ହୋଇଗଲେ । ଛାଡପତ୍ର ପରେ ନିଜ ଝିଅକୁ ପାଇବା ପାଇଁ ଦିର୍ଘ ବର୍ଷ ଧରି ଆଇନର ଲଢେଇ ଲଢିଥିଲେ । ପରେ ସେ ପାକିସ୍ତାନରୁ ନିଜ ଝିଅକୁ ଆଣିଥିଲେ । ଏବେ ନିଜ ଝିଅ ସହ ଏକାକୀ ରହୁଛନ୍ତି ଅଭିନେତ୍ରୀ,

 

2/5

ମହୀମା ଚୈଧୁରୀ: ବଲିଉଡ ସୁନ୍ଦରୀ ମହିମା ଚୌଧୁରୀ, ସେ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଉଭୟ ଏ  ବିବାହରେ ଖୁସି ନ ଥିଲେ । ପରେ ଅଲଗା ହୋଇଯାଇଥିଲେ । ମହିମାଙ୍କର ଗୋଟିଏ ଝିଅ ରହିଛି । ସେବେଠାରୁ ସେ ଏକାକୀ ରହୁଛନ୍ତି । ଆଉ ଦ୍ବିତୀୟ ବିବାହ ମଧ୍ୟ କରିନାହାଁନ୍ତି ।

 

3/5

କରିସ୍ମା କପୁର: କରିସ୍ମା କପୁର ବଚ୍ଚନ ପରିବାରର ବୋହୂ ହୋଇଥାଆନ୍ତେ । କିନ୍ତୁ ତାଙ୍କ ସ୍ବପ୍ନ ଅଧୁରା ରହିଗଲା  । ସେ ୨୦୦୩, ସେପ୍ଟେମ୍ବର ୨୯ରେ ବ୍ୟବସାୟୀ ସଞ୍ଚୟ କପୁରଙ୍କୁ ବିବାହ କରିଥିଲେ । ବିବାହ ପରେ ସବୁକିଛି ଓଲଟପାଲଟ ହୋଇଗଲା ।  

4/5

ସଙ୍ଗୀତା ବିଜଲାନି: ସଲମାନ ଖାନଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ସଙ୍ଗୀତା ବିଜଲାନି କ୍ରିକେଟର ମହମ୍ମଦ ଅଜହରୁଦ୍ଦିନ (cricketer Mohammad Azharuddi) ଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୪ ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଦୁହିଁଙ୍କ ସମ୍ପର୍କ ଭାଙ୍ଗିଗଲା । କିନ୍ତୁ ସଙ୍ଗୀତା ଏବେବି ଏକାକୀ ଜୀବନ ବିତାଉଛନ୍ତି ।

5/5

କୋନକନା ସେନ୍ ଶର୍ମା(Konkana Sen Sharma): କୋନକୋନା ସେନ୍ ଶର୍ମା, ଅଭିନେତା ରଣଭୀର ଶୋରେଙ୍କୁ ବିବାହ କରିଥିଲେ, କିନ୍ତୁ କୁହାଯାଏ ଯେ ବିବାହ ପରେ ମଧ୍ୟ ରଣଭୀରଙ୍କ ଅନ୍ୟ କାହା ସହ ସମ୍ପର୍କ ରଖିଥିଲେ,ଯେଉଁ କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏବଂ ପରପ୍ପର ଠାରୁ ଉଭୟେ ଛାଡପତ୍ର ନେଇଥିଲେ ।