Advertisement
Photo Details/zeeodisha/odisha1577186
photoDetails0hindi

Vastu Tips: ପର୍ସରେ ଟଙ୍କା ରହୁନି କି? କରନ୍ତୁ ଏହି ୬ଟି କାମ

Vastu Tips: ଆପଣ ରୋଜଗାର କରିବା ସତ୍ତ୍ବେ ମଧ୍ୟ ପର୍ସରେ ଆପଣଙ୍କର ଟଙ୍କା ରହୁନିକି । ବାସ୍ତୁରେ ବର୍ଣ୍ଣନା କରାଯାଇଥିବା କିଛି ଉପାୟ ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଧନବୃଦ୍ଧି ହୋଇଥାଏ। ତେବେ, ଧନଲାଭ ବା ଆପଣଙ୍କ ପର୍ସ କିଭଳି ଟଙ୍କାରେ ଭରପୁର ରହିବ। ସେନେଇ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ।

1/6

ବାସ୍ତୁ ଅନୁଯାୟୀ ସକାଳ ସମୟରେ ଘରର ଝରକା ଓ କବାଟ ନିଶ୍ଚୟ ଖୋଲା କରନ୍ତୁ। ଏହାଦ୍ୱାରା ଘରକୁ ସୂର୍ଯ୍ୟଙ୍କ ରଶ୍ମୀ ପ୍ରବେଶ କରିବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

2/6

ଶଙ୍ଖର ସମ୍ବନ୍ଧ ମା’ଲକ୍ଷ୍ମୀଙ୍କ ସହ ରହିଛି। ତେଣୁ ପୂଜା ସ୍ଥାନରେ ଶଙ୍ଖ ନିଶ୍ଚୟ ରଖନ୍ତୁ। ପ୍ରତିଦିନ ମା’ଲକ୍ଷ୍ମୀଙ୍କ ସହ ଶଙ୍ଖର ମଧ୍ୟ ପୂଜା କରନ୍ତୁ।

 

3/6

ଝାଡୁକୁ ସର୍ବଦା ଲୁଚାଇ କରି ରଖନ୍ତୁ। ଝାଡୁର ସମ୍ବନ୍ଧ ମା’ଲକ୍ଷ୍ମୀଙ୍କ ସହ ଜଡିତ। ତେଣୁ ଏହାକୁ ଏଣେତେଣେ ନରଖି କବାଟ କଣରେ ରଖନ୍ତୁ। ଏଥିରେ ଗୋଡ ଲଗାନ୍ତୁ ନାହିଁ।

4/6

ପ୍ରତିଦିନ ସ୍ନାନ ପରେ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ।

 

5/6

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଫିଟିକିରିକୁ ଏକ ପାତ୍ରରେ ଏପରି ଏକ ସ୍ଥାନରେ ରଖନ୍ତୁ, ଯେପରି ଏହା ଅନ୍ୟ କାହା ନଜରରେ ଆସୁନଥିବ। ପ୍ରତିଦିନ ଫିଟିକିରିର ଛୋଟ ଖଣ୍ଡ ପାଣିରେ ପକାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର କରିଥାଏ।

6/6

ଘରକୁ ଆଦୌ ଅପରିଷ୍କାର ରଖନ୍ତୁ ନାହିଁ। ଘରଦ୍ୱାର ପରିଷ୍କାର ରହିଲେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ। ପ୍ରତିଦିନ ମା’ଲକ୍ଷ୍ମୀଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ମା’ଙ୍କ ଆଶୀର୍ବାଦ ସର୍ବଦା ରହିଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)