Advertisement
Photo Details/zeeodisha/odisha1926891
photoDetails0hindi

Cardamom:ଗୁଜୁରାତିରେ ଭରି ରହିଛି ଅନେକ ଔଷଧୀୟ ଗୁଣ, ଅନେକ ରୋଗରୁ ଦେଇଥାଏ ଉପସମ, ପ୍ରତିଦିନ ଖାଆନ୍ତୁ ବାସ୍ ୨ଟି...

ଗୁଜୁରାତି ଏକ ଅତ୍ୟନ୍ତ ସୁଗନ୍ଧିତ ଏବଂ ସ୍ୱାଦିଷ୍ଟ ମସଲା ଜାତୀୟ ଦ୍ରବ୍ୟ, ଏହାର ଅନନ୍ୟ ବାସ୍ନା ଖାଦ୍ୟର ସ୍ୱାଦକୁ ବୃଦ୍ଧି କରାଇଥାଏ | ଏଥିରେ ପୋଟାସିୟମ୍ (potassium), କ୍ୟାଲସିୟମ୍, ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ମିଳିଥାଏ ଏବଂ ଏହା ଆଣ୍ଟି-ଅକ୍ସିଡାଣ୍ଟରେ ମଧ୍ୟ ଭରପୂର ଅଟେ ଯାହା ଅନେକ ରୋଗରୁ ରକ୍ଷା କରିଥାଏ। ଯଦି ଆପଣ ପ୍ର

1/5

ଗୁଜୁରାତି ଡାଇୟୁରେଟିକ୍ ଭାବରେ କାମ କରେ। ଏହା ପରିସ୍ରା ପ୍ରବାହକୁ ବୃଦ୍ଧି କରାଇଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା କିଡନୀ କାର୍ଯ୍ୟକୁ ବୃଦ୍ଧି କରାଇଥାଏ ଏବଂ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ।

2/5

ବୋଧହୁଏ ଆପଣ ଜାଣି ନଥିବେ କିନ୍ତୁ ଗୁଜୁରାତି ଆମ ପେଟ ପାଇଁ ବହୁତ ଲାଭଦାୟକ । ଏହାକୁ ଚୋବାଇବା ଦ୍ୱାରା ଏନଜାଇମ୍ ନିର୍ଗତ କରିବାରେ ସାହାଯ୍ୟ କରିଥାଏ, ଯାହା ଗ୍ୟାସ୍ ଏବଂ ପେଟ କଷ୍ଟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

3/5

ଗୁଜୁରାତି ସାଧାରଣତଃ ଏକ ପ୍ରାକୃତିକ ମାଉଥ ଫ୍ରେନ୍ସର ଭାବରେ ବ୍ୟବହୃତ ହୋଇଥାଏ। ଏହାକୁ ଚୋବାଇବା ଦ୍ୱାରା ପ୍ରାକୃତିକ ଭାବରେ ଆପଣଙ୍କ ପାଟିର ଗନ୍ଧକୁ ସତେଜ କରିବାରେ, ଗନ୍ଧ ଦୂର କରିବାରେ ଏବଂ ପାଟିର ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରିଥାଏ।

4/5

ଯେଉଁମାନେ ପ୍ରତିଦିନ ଗୁଜୁରାତି ଚୋବାନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଇଥାଏ। ବାସ୍ତବରେ ଏହା ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ ଏବଂ ମନୋବଳକୁ ଉନ୍ନତ କରିଥାଏ। ଏହା ମଧ୍ୟ ଚିନ୍ତା ଦୂର କରିଥାଏ।

5/5

ଗୁଜୁରାତି ନିୟମିତ ଖାଇବା ଦ୍ୱାରା ରକ୍ତଚାପ ସ୍ତର ଉପରେ ସକରାତ୍ମକ ପ୍ରଭାବ ପଡିଥାଏ, ଯାହା ହୃଦଘାତର ଆଶଙ୍କାକୁ ବହୁ ପରିମାଣରେ ହ୍ରାସ କରିଥାଏ।

ପ୍ରତ୍ୟାଖ୍ୟାନ: ପ୍ରିୟ ପାଠକ, ଆମର ଖବର ପଢ଼ିଥିବାରୁ ଧନ୍ୟବାଦ। ଏହି ଖବର କେବଳ ଆପଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲେଖାଯାଇଛି। ଏହାକୁ ଲେଖିବାରେ ଆମେ ଘରୋଇ ଉପଚାର ଏବଂ ସାଧାରଣ ତଥ୍ୟର ସାହାଯ୍ୟ ନେଇଛୁ।