Advertisement
photoDetails0hindi

Kedarnath Yatra: କେଦାରନାଥ ଯାଉଥିବା ଭକ୍ତଙ୍କ ପାଇଁ ଖୁସିଖବର, ଘଣ୍ଟା ଘଣ୍ଟାର ରାସ୍ତା ଏବେ ପୂରାହେବ ମିନିଟ୍ ରେ

Kedarnath Yatra News In Odia: ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଧାମ କେବେ ଖୋଲିବ, ସେନେଇ ତାରିଖ ଘୋଷଣା ହୋଇସାରିଛି । ଗତ ବର୍ଷର ମହାଶିବରାତ୍ରି ଅବସରରେ ଉଖୀମଠରେ ପରମ୍ପରାଗତ ପୂଜାର୍ଚ୍ଚନା ହେବା ପରେ ପଞ୍ଚାଙ୍ଗ ଗଣନା ହେବା ସହିତ କେଦାରନାଥ ମନ୍ଦିରର ଦ୍ୱାର କେବେ ଖୋଲାଯିବ ସେନେଇ ମୁହୂର୍ତ୍ତ ନିର୍ଘଣ୍ଟ ହୋଇଛି । ଆସନ୍ତା ଏପ୍ରିଲ ମାସ ୨୫ ତାରିଖ ଦିନ କେଦାରନାଥ ପୀଠ ଖୋଲିବ । ସକାଳ ୬ଟା ବାଜି ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଛି ।

1/5

କେଦାରନାଥ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ଶୀଘ୍ର ଆପଣ ହେଲିକପ୍ଟର ଯୋଗେ କେଦାରନାଥ ଯାତ୍ରା କରିବାକୁ ସମର୍ଥ ହେବେ। IRCTC ଶୀଘ୍ର ଏହାର ବୁକିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । 

2/5

ମିଡିଆ ରିପୋର୍ଟ ଅନୁଯାୟୀ, ତେବେ କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଏପ୍ରିଲ ୨୫ ରୁ ଆରମ୍ଭ ହେବାକୁ ଯାଉଛି। ଅର୍ଥାତ୍ ଏହି ଦିନଠାରୁ ଭକ୍ତମାନଙ୍କ ପାଇଁ ହେଲିକପ୍ଟର ସେବା ଆରମ୍ଭ ହେବ। ଯାତ୍ରୀମାନେ ଏହାକୁ IRCTC ର ଅଫିସିଆଲ୍ ୱେବସାଇଟରୁ ବୁକ୍ କରିପାରିବେ ।

3/5

ଖବର ଅନୁଯାୟୀ, ହେଲିକପ୍ଟର ସେବାର ପରୀକ୍ଷା ପ୍ରକ୍ରିୟା ମାର୍ଚ୍ଚ ୩୧ ଶୁକ୍ରବାର ସୁଦ୍ଧା ଶେଷ ହୋଇଛି । ଏହା ପରେ ପରଦିନ ଏପ୍ରିଲ ୧ରୁ ହେଲିକପ୍ଟର ପାଇଁ ବୁକିଂ ଆରମ୍ଭ ହେବ। 

4/5

ଗତ ମାସରେ ଫେବୃଆରୀ ମାସରେ କେଦାରନାଥ ପରିଦର୍ଶନ କରିବାକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ହେଲିକପ୍ଟର ସେବା ଆରମ୍ଭ କରିବାକୁ ଡିଜିସିଏ ଏକ ସର୍କୁଲାର ଜାରି କରିଥିଲା। ଏହା ସହିତ ସର୍କୁଲାର ଜାରି କରିବାବେଳେ ଡିଜିସିଏ ଦ୍ୱାରା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ମଧ୍ୟ ଦିଆଯାଇଛି।

5/5

ଯାତ୍ରୀମାନଙ୍କ ପାଇଁ ହେଲିକପ୍ଟର ସେବା ଆରମ୍ଭ କରିବା ପାଇଁ IRCTC ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ ସହିତ ୫ ବର୍ଷ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର କରିଛି।