Advertisement
Photo Details/zeeodisha/odisha1593535
photoDetails0hindi

Bird Forest Resorts: ମାଆଙ୍କ ସ୍ମୃତିରେ ସ୍ବିଜରଲ୍ୟାଣ୍ତରୁ ଫେରି ଡା଼ଲ ହ୍ରଦରେ ତିଆରି କଲେ ବାର୍ଡ଼ ଫରେଷ୍ଟ ରିସୋର୍ଟ

Bird Forest Resorts: ଜମ୍ମୁ କାଶ୍ମୀରର ଶ୍ରୀନଗର ଡ଼ାଲ ହ୍ରଦରେ ପ୍ରବଳ ଶୀତରେ ସ୍ଥାନାନ୍ତରିତ ପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଜଣେ ବ୍ୟକ୍ତି ବାର୍ଡ଼ ଫରେଷ୍ଟ ରିସୋର୍ଟ ନିର୍ମାଣ କରିଛନ୍ତି । ମହମ୍ମଦ ୟାସିନ୍ ନାମକ ଜଣେ ବ୍ୟକ୍ତି ସ୍ବିଜରଲ୍ୟାଣ୍ତରେ ଆରମଦାୟକ ଜୀବନ ପରିତ୍ୟାଗ କରି ତାଙ୍କ ମାଆଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସେ ଶ୍ରୀନଗର ଫେରିଥିଲେ । ଆଉ ସେହିଠାରେ ସେ ଡ଼ାଲ ହ୍ରଦରେ ପକ୍ଷୀମାନଙ୍କ ପାଇଁ ବାର୍ଡ଼ ଫରେଷ୍ଟ ରିସୋର୍ଟ ତିଆରି କରିଥିଲେ । 

1/5

ମହମ୍ମଦ ୟାସିନ୍ କହିଛନ୍ତି ଯେ, ଏହା ପଛରେ ମୋ ମାଆ ପ୍ରେରଣା ରହିଛି । କାରଣ ସେ ସବୁଦିନ ଏଠି ଆସି ପକ୍ଷୀଙ୍କୁ ଖାଇବାକୁ ଦେଉଥିଲେ। ପରେ ଏହି ବାର୍ଡ଼ ଫରେଷ୍ଟ ରିସର୍ଟ ତିଆରି କରିବା ଲାଗି ମୁଁ ଏଠାକୁ ଆସିଲି । ତାଙ୍କ ସ୍ବପ୍ନ ପୂରଣ ହୋଇଛି । ସବୁଠୁ ବଡ଼ କଥା ମତେ ପକ୍ଷୀଙ୍କ ସହ ଭଲ ପାଇବା ହୋଇଯାଇଛି । ମାଆଙ୍କ କାମକୁ ଆଗକୁ ବଢାଇ ମୁଁ ଖୁସି ଅଛି । ସେ ଏବେ ଆମ ସାଥିରେ ନାହାନ୍ତି ସତ କିନ୍ତୁ ମୁଁ ମୋର ବିଶ୍ବାସ ଅଛି କି ତାଙ୍କ ଆତ୍ମା ଆମକୁ ଦେଖୁଛି ।

2/5

ମହମ୍ମଦ ୟାସିନ୍ କହିଛନ୍ତି ଯେ, ଋଷିଆ ଓ ୟୁକ୍ରେନରେ ଯୁଦ୍ଧ ଚାଲିଥିବା ବେଳେ ମୁଁ ୟୁକ୍ରେନ ଯାଇଥିଲି । ସେହିଠାରେ ମୁଁ ଅନୁଭବ କରିଥିଲି ଯେ ସବୁ ଦେଶ ତାଙ୍କୁ ମୁକ୍ତ ହସ୍ତରେ ସ୍ବାଗତ କରାଯାଇଥାଏ । ସେଠାରେ ଆମେ ମଧ୍ଯ ପ୍ରବାସୀ ପକ୍ଷୀଙ୍କ ପରି ଥିଲୁ । ସେହିପରି ପକ୍ଷୀ ମାନେ ମଧ୍ଯ ଦୂର ଦୂରାନ୍ତରୁ ଆସିଥାଆନ୍ତି ତେଣୁ ତାଙ୍କୁ ମଧ୍ଯ ସେହିପରି ସ୍ବାଗତ କରିବା ଦରକାର ।

3/5

ବହୁ ସଂଖ୍ୟକ ସ୍ଥାନୀୟ ପକ୍ଷୀ ୟାସିନ୍ ଦ୍ବାରା ନିର୍ମାଣ କରାଯାଇଥିବା ଏହି ଫରେଷ୍ଟ ରିସୋର୍ଟରେ ବସବାସ କରନ୍ତି । ସାଧାରଣତଃ ମୋରୋନ୍, ମଲାଡ଼, କୁଙ୍ଗିଫିସର ଓ ସାଇବେରିଆନ ମଲାଡ଼ ଆଦି କେତେକ ପ୍ରଜାତି ଏହି ଜଙ୍ଗଲରେ ସହଜରେ ଦେଖାଯାଆନ୍ତି ।

4/5

ୟାସିନଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କ ପିତା ଅବଦୁଲ ରହିମ ଗର୍ବ କରନ୍ତି । ସେ କହିଥିଲେ ଏହି କାର୍ଯ୍ୟକୁ ମୋର ପତ୍ନୀ ଆରମ୍ଭ କରିଥିଲେ, ଏହାକୁ ଆଗକୁ ବଢାଇବା ପାଇଁ ମୋ ପୁଅ ସ୍ବିଜରଲ୍ୟାଣ୍ତରୁ ଫେରିଛି । ସକାଳ ସକାଳ ପକ୍ଷୀମାନେ ଏଠାକୁ ଆସୁଥିଲେ ମୋ ପତ୍ନୀ ତାଙ୍କୁ ପ୍ରତ୍ୟେକ ଦିନ ଖାଇବାକୁ ଦେଉଥିଲେ । ସେ କହୁଥିଲେ ଯେ ଭଗବାନଙ୍କ ଆର୍ଶୀବାଦ ପାଇବା ପାଇଁ ପକ୍ଷୀଙ୍କୁ ଖାଇବାକୁ ଦେବା ଆବଶ୍ୟକ ।

5/5

ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଓ ଜଙ୍ଗଲର ଲୋକପ୍ରିୟତା ଦେଖି ରହିମ ଏହାର ରକ୍ଷଣାବେକ୍ଷଣାରେ ସରକାରଙ୍କ ସାହାୟତା ଲୋଡ଼ିଛନ୍ତି । ସେ କହିଛନ୍ତି ଯେ, ଆମକୁ ସରକାରଙ୍କଠାରୁ ଆର୍ଥିକ ସହାୟତା ଦରକାର ନାହିଁ । କିନ୍ତୁ ପକ୍ଷୀଙ୍କ ରକ୍ଷଣାବେକ୍ଷଣା ପାଇଁ କୌଣସି ଉପାୟ ବାହାର କରାଯାଉ । ଏହି ପକ୍ଷୀ ଜଙ୍ଗଲର କାହାଣୀ ସୋସିଆଲ ମିଡ଼ିଆରେ ବେଶ ଲୋକପ୍ରିୟ ହେବାରେ ଲାଗିଛି ।