Advertisement
Photo Details/zeeodisha/odisha2000775
photoDetails0hindi

ଜୁନିଅର ମେହମୁଦଙ୍କ ସଂଘର୍ଷ ଓ ସଫଳତାର କାହାଣୀ, ୯ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ

ଆପଣଙ୍କ ପ୍ରିୟ ଅଭିନେତା ଜୁନିଅର ମେହମୁଦ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ମଧ୍ୟରେ ୭ ଟି ବିଭିନ୍ନ ଭାଷାରେ ୨୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଜୁନିଅର ମେହମୁଦ ମାତ୍ର ୯ ବର୍ଷ ବୟସରେ ଶିଶୁ କଳାକାର ଭାବରେ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବରେ ମେହବୁଦ ଅଭିନୟ କରିଥିବା ପ୍ରଥମ ଚଳଚ୍ଚିତ୍ରଟି ୧୯୬୬ ମସିହାରେ ରିଲିଜ୍ ହୋଇଥିଲା । ଯା

1/6

୧୯୭୧ ମସିହାରେ ରାଜେଶ ଖାନ୍ନା ଏବଂ ଶର୍ମିଲା ଟାଗୋରଙ୍କ ଅଭିନୀତ ଚଳଚ୍ଚିତ୍ର 'ଛୋଟି ବହୂ'ରେ ଜୁନିଅର ମେହମୁଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ମେହମୁଦ ନିକୁ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ । ବିଶେଷ କରି ହାସ୍ୟ ଅଭିନେତା ଭାବରେ ସେ ଏହି ସିନେମାରେ ଲୋକଙ୍କ ହୃଦୟ ଜିତିଥିଲେ ।

2/6

୧୯୬୮ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର 'ବ୍ରହ୍ମଚାରି'ରେ ଶମି କପୁର ଏବଂ ମମତାଜଙ୍କ ସହିତ ଅଭିନୟ କରିଥିଲେ ଜୁନିଅର । ସିନେମାରେ ଅମିତ ନାମରେ ତାଙ୍କୁ ସମସ୍ତେ ଜାଣିଥିଲେ । ଶିଶୁ କଳାକାର ଭାବରେ ଜୁନିଅର ମେହମୁଦ ଏହି ଚଳଚ୍ଚିତ୍ର ମାଧ୍ୟମରେ ହାସ୍ୟ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ ।

3/6

୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ହାଥୀ ମେରେ ସାଥି' ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଥିଲା ଅତ୍ୟନ୍ତ ଖାସ୍ । ଏହି ଚଳଚ୍ଚିତ୍ରରେ ରାଜେଶ ଖାନ୍ନା, ତନୁଜା, ସୁଜିତ କୁମାର ପ୍ରମୁଖ ପ୍ରସିଦ୍ଧ କଳାକାରଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଜୁନିଅର ମେହମୁଦ ଛୋଟେ ଭୂମିକାରେ ଅଭିନୟ କରି ଅନ୍ୟତମ ଚର୍ଚ୍ଚିତ କଳାକାର ଭାବରେ ନିଜକୁ ସାବ୍ୟସ୍ତ କରିପାରିଥିଲେ । ବକ୍ସ ଅଫିସରେ ମଧ୍ୟ 'ହାଥୀ ମେରେ ସାଥି' ବଡ ହିଟ୍ ହୋଇଥିବା ଦେଖିବାକୁ ମିଳିଥିଲା ।

 

4/6

୧୯୭୦ ମସିହାରେ ମ୍ୟୁଜିକାଲ ହିଟ୍ ତଥା ରୋମାଣ୍ଟିକ ଚଳଚ୍ଚିତ୍ର 'ଆନ୍ ମିଲୋ ସାଜନା'ରେ ରାଜେଶ ଖାନ୍ନା ଏବଂ ଆଶା ପାରେଖ ମୁଖ୍ୟ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ରରେ ବିନୋଦ ଖାନ୍ନା, ରାଜେନ୍ଦ୍ର ନାଥ ଏବଂ ନିରୁପା ରୟ ପ୍ରମୁଖ ଏକାଠି ହୋଇଥିଲେ । ଏହି ଚଳଚ୍ଚିତ୍ରରେ ଜୁନିଅର ମହମୁଦ 'ଚିକୁ'ର ଭୂମିକାରେ ଅଭିନୟ କରିଥିଲେ ।

5/6

ଜୁନିଅର ମେହମୁଦ ୧୯୬୭ ମସିହାରେ ଚଳଚ୍ଚିତ୍ର 'ନୁନନିହାଲ'ରେ' ବିଲୁ ' ଚରିତ୍ରରେ ଅଭିନୟ କରିଥିଲେ । ଉକ୍ତ ଚଳଚ୍ଚିତ୍ରରେ ସଞ୍ଜୀବ କୁମାର, ବଲରାଜ ସାହାଣୀ ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପରି ପ୍ରମୁଖ କଳାକାରମାନେ ଥିଲେ । ଏହି ସିନେମାରେ ଜୁନିଅର ମେହମୁଦ ସିନେପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲେ ।

6/6

କର୍କଟ ରୋଗ ସହିତ ସଂଗ୍ରାମ କରୁଥିବା ଭେଟେରାନ ଅଭିନେତା ଜୁନିଅର ମେହମୁଦଙ୍କର ୬୭ ବର୍ଷ ବୟସରେ ଆଜି ଭୋର ସମୟରେ ଦେହାନ୍ତ ହୋଇଛି । ପାଞ୍ଚ ଦଶନ୍ଧି ମଧ୍ୟରେ ସେ ତାଙ୍କ କ୍ୟାରିୟରରେ ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ଷ୍ଟେଜ୍ ୪ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବା କାରଣରୁ ଗତକାଲି ରାତିରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ମୁମ୍ବାଇ ସ୍ଥିତ ବାସଭବନରେ ଜୁନିୟରଙ୍କର ମୃତ୍ୟୁ ହୋଇଛି । ଜୁନିଅର ମେହମୁଦଙ୍କ ଅସଲ ନାମ ହେଉଛି ନାୟମ ସୟଦ ।