Advertisement
photoDetails0hindi

Israel Defense System: ଇସ୍ରାଏଲ ପାଖରେ ରହିଛି ଅଭେଦ୍ୟ ସୁରକ୍ଷା କବଚ; ଜାଣନ୍ତୁ କିପରି କରିଥାଏ କାମ

Israel Air Defense System: ଗତ ୧୩ ତାରିଖ ରାତିରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା ଇରାନ। ଏହି ଆକ୍ରମଣରେ ଡ୍ରୋନ୍, କ୍ରୁଜ୍ ମିସାଇଲ ଏବଂ ରକେଟ୍ ବ୍ୟବହାର କରାଯାଇଥିଲା। ଯେତେବେଳେ ଇରାନ ଇସ୍ରାଏଲ ଆଡକୁ ୩ ଶହରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ହେଲେ ଇରାନ ଦ୍ୱାରା ନିକ୍ଷେପ କରାଯାଇଥିବା ଅସ୍ତ୍ରଶସ୍ତ୍ରର ୯୯ ପ୍ରତିଶତ ଇସ୍ରାଏଲ ଏହାର ବାୟୁ ସୀମା ବାହାରେ ନିଷ୍କ୍ରିୟ କରି ଦେଇଥିଲା। ଏହା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ କାହିଁକି ଡ୍ରୋନ୍ କିମ୍ବା କ୍ଷେପଣାସ୍ତ୍ର ସହାୟତାରେ ଇସ୍ରାଏଲ୍ ଉପରେ ଆକ୍ରମଣ କରାଯାଇ ପାରିବ ନାହିଁ? ଶତ୍ରୁ ପକ୍ଷର ଆକ୍ରମଣକୁ ରୋକିବା ପାଇଁ ଇସ୍ରାଏଲ ଦ୍ୱାରା ବ୍ୟବହାର କରାଯାଉଥିବା ବାୟୁ ପ୍ରତିରୋଧକ ପ୍ରଣାଳୀ ସମ୍ପର୍କରେ ଜାଣନ୍ତୁ।

1/5

ବାୟୁ ମାର୍ଗରେ ଶତ୍ରୁ ପକ୍ଷରୁ ହେବାକୁ ରହିଥିବା ଆକ୍ରମଣକୁ ରୋକିବା ପାଇଁ ଇସ୍ରାଏଲ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଇସ୍ରାଏଲ ୩ ପ୍ରକାରର ମିସାଇଲ୍ ଇଣ୍ଟରସେପ୍ଟର (Missile Interceptor Israel) ବ୍ୟବହାର କରିଥାଏ। ପ୍ରଥମ ହେଉଛି ଆଇରନ୍ ଡୋମ୍ ସିଷ୍ଟମ୍, ଦ୍ୱିତୀୟ ହେଉଛି ଡେଭିଡ୍ ସ୍ଲିଙ୍ଗ ଏବଂ ତୃତୀୟ ହେଉଛି ଏରୋ- ୨ ଏବଂ ଏରୋ-୩। ଇସ୍ରାଏଲ୍ ଦ୍ୱାରା ବ୍ୟବହାର କରାଯାଉଥିବା ଏହି ବାୟୁ ପ୍ରତିରୋଧକ ପ୍ରଣାଳୀ (Israel Air Defense System) କିପରି କାମ କରିଥାଏ ସେ ସମ୍ପର୍କରେ ଜାଣନ୍ତୁ।

2/5

ଆଇରନ୍ ଡୋମ୍ ସିଷ୍ଟମ୍ (Iron Dome System): ଗତ ୨୦୧୧ ବର୍ଷରୁ ଆଇରନ୍ ଡୋମ୍ ସିଷ୍ଟମ୍ ବ୍ୟବହାର କରିଆସୁଛି। ଯାହା ଭୂପୃଷ୍ଠରୁ ଆକାଶ ମାର୍ଗରେ ନିକ୍ଷେପ କରାଯାଉଥିବା ବାୟୁ ପ୍ରତିରୋଧକ ପ୍ରଣାଳୀ (Air Defense System)। ଅର୍ଥାତ  ଗ୍ରାଉଣ୍ଡ-ଟୁ-ଏୟାର ଆଟାକ୍ ସିଷ୍ଟମ୍ (Ground to Air Attack System)। ଏହି ସିଷ୍ଟମ୍ ଆକାଶ ମାର୍ଗରେ ଆସୁଥିବା ରକେଟ୍, ଗୋଳା ବାରୁଦ, ଯୁଦ୍ଧ ବିମାନ, ହେଲିକ୍ୟାପ୍ଟର ଆଦିକୁ ଚିହ୍ନଟ କରିବା ପାଇଁ ରାଡାର ବ୍ୟବହାର କରିଥାଏ ଏବଂ ହେବାକୁ ୟାଉଥିବା ଆକ୍ରମଣକୁ ବାୟୁରେ ନଷ୍ଟ କରିଦିଏ। ଏହାର ଇଣ୍ଟରସେପ୍ଟର (Iron Dome Interceptor) ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର କିମ୍ବା ରକେଟ ଚିହ୍ନଟ କରିବା ଏହା କଣ୍ଟ୍ରୋଲ ରୁମ କମ୍ପ୍ୟୁଟର ପାଖକୁ ନିର୍ଦ୍ଦେଶ ପଠାଇଥାଏ। ଏହା ପରେ କଣ୍ଟ୍ରୋଲ ରୁମ ଟାରୁ ଶତ୍ରୁ ପକ୍ଷର ରକେଟ, ମିସାଇଲ କିମ୍ବା ଡ୍ରୋନ୍ ଭଳି ଉପକରଣକୁ ଉଡୁଥିବା ଅବସ୍ଥାରେ ଉଡ଼ାଇ ଦେଇଥାଏ। 

3/5

ଡେଭିଡ ସ୍ଲିଙ୍ଗ (David Sling): ଆଇରନ୍ ଡୋମ୍ ଭଳି ଡେଭିଡ ସ୍ଲିଙ୍ଗ ହେଉଛି ଅନ୍ୟତମ ବାୟୁ ପ୍ରତିରୋଧକ ପ୍ରଣାଳୀ। ଯାହାକୁ ଗତ ୨୦୧୭ ବର୍ଷରୁ ବ୍ୟବହାର କରିଆସୁଛି ଇସ୍ରାଏଲ। ଏହି ବାୟୁ ପ୍ରତିରୋଧକ ପ୍ରଣାଳୀ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ଚିହ୍ନଟ କରିବାର କ୍ଷମତା ରଖିଛି। ସେହିପରି ୨୫ ମାଇଲ ଠାରୁ ୧୮୬ ମାଇଲ ମଧ୍ୟରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ରକେଟ୍ ନଷ୍ଟ କରିବାର ସାମର୍ଥ୍ୟ ରଖିଛି  ଡେଭିଡ ସ୍ଲିଙ୍ଗ।  ଏହି ବାୟୁ ପ୍ରତିରୋଧକ ପ୍ରଣାଳୀ  ଜେଲଜାଲ -୨, ଫତେହ -୧୧୦ ଏବଂ ଏମ-୬୦୦ ଭଳି ଭାରୀ କ୍ଷେପଣାସ୍ତ୍ରକୁ ଅଟକାଇପାରେ। ଗତ ବର୍ଷ  ପାଲେଷ୍ଟାଇନ ଗାଜା ଅଞ୍ଚଳରୁ ନିକ୍ଷେପ କରାଯାଇଥିବା ରକେଟ ନିଷ୍କ୍ରିୟ କରି ଦେଇଥିଲେ ଡେଭିଡ ସ୍ଲିଙ୍ଗ। 

 

4/5

ଆରୋ-୨ (Arrow ୨): ଗତ ୧୯୯୧ ମସିହାରେ ହୋଇଥିବା ଗଲ୍ଫ  ଯୁଦ୍ଧ ସମୟରେ ଇରାକ ଇସ୍ରାଏଲ ରାଜଧାନୀ ତେଲ ଆଭିବ ଏବଂ ଦେଶର ପ୍ରମୁଖ ବନ୍ଦର ନଗରୀ  ହାଇଫା ଠାରେ ୪୨  ସ୍କଡ ମିସାଇଲ ନିକ୍ଷେପ କରିଥିଲା। ଏହି ଘଟଣା ଘଟିବାର ଏକ ଦଶନ୍ଧି ପରେ ଆରୋ-୨ ବାୟୁ ପ୍ରତିରୋଧକ ପ୍ରଣାଳୀ ବିକଶିତ ହୋଇଥିଲା। ଗତ ୨୦୦୦ ମସିହାରେ ଆରୋ-୨  କାର୍ଯ୍ୟକ୍ଷମ ହୋଇଥିଲା। ଯାହାର ଉଦ୍ଦେଶ୍ୟ ହେଉଛି ସ୍କଡ  ପରି ଦୂର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନଷ୍ଟ କରିବା। ଆରୋ-୨ କ୍ଷେପଣାସ୍ତ୍ରର ଓଜନ ହେଉଛି ପ୍ରାୟ ୧୩୦୦ କିଲୋଗ୍ରାମ। ଯାହା ଇସ୍ରାଏଲ ବାୟୁମଣ୍ଡଳ ଠାରୁ ୨୦୦ କିଲୋମିଟର ଦୂରରେ ରହିଥିବା କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରେ। ଏହି ବାୟୁ ପ୍ରତିରୋଧକ ପ୍ରଣାଳୀରେ ବ୍ୟବହୃତ ହେଉଥିବା ପ୍ରତ୍ୟେକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ମୂଲ୍ୟ ହେଉଛି ୩ ମିଲିୟନ୍ ଡଲାର। ଗତ ବର୍ଷ ଅକ୍ଟୋବର ମାସରେ ୟେମନ ଠାରେ ସକ୍ରିୟ ରହିଥିବା ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ଦ୍ୱାରା ସ୍ଥଳରୁ ସ୍ଥଳକୁ ଲକ୍ଷ୍ୟଭେଦ କରି ପାରୁଥିବା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଆରୋ-୨ ବ୍ୟବହାର କରିଥିଲା।

5/5

ଆରୋ-୩ (Arrow 3): ଆରୋ-୨ ଭଳି ଆରୋ-୩ ହେଉଛି ବାୟୁ ପ୍ରତିରୋଧକ ପ୍ରଣାଳୀ। ଯିଏ ଯାହା ବହୁ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଟାର୍ଗେଟ୍ କରିତାଏ। ଇସ୍ରାଏଲ୍ ସରକାର ଏହାର ଲକ୍ଷ୍ୟଭେଦ କ୍ଷମତା ଗତି ଏବଂ ସଠିକତା ବିଷୟରେ କଦାପିସୂଚନା ଦେଇନାହାଁନ୍ତି। ହେଲେ ଦାବି କରାଯାଏ ଯେ ଆରୋ-୨ ଅପେକ୍ଷା ଆରୋ-୩ ଦ୍ରୁତ ବେଗରେ ଗତି କରିଥାଏ। ଏହା ଆକାଶରେ ଉଡ଼ିବା ସମୟରେ କୌଣସି କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରେ। ଇସ୍ରାଏଲ୍ ଏହାକୁ ଗତ ୨୦୧୭ ବର୍ଷରୁ ବ୍ୟବହାର କରିଆସୁଛି। ଗତ ବର୍ଷ ନଭେମ୍ବର ମାସରେ  ୟେମନ ଠାରେ ସକ୍ରିୟ ରହିଥିବା ଇରାନ ସମର୍ଥିତ ହୁଥି ବିଦ୍ରୋହୀ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରି ଦେଇଥିଲା ଆରୋ-୩। କୌଣସି ଲକ୍ଷ୍ୟ ଉପରେ ଆକ୍ରମଣ କରିବା ପାଇଁ ଆରୋ-୩ ଦ୍ରୁତ ବେଗରେ ଗତି କରୁଥିବା  ହାଇପରସୋନିକ୍ ମିସାଇଳ ବ୍ୟବହାର କରିଥାଏ।