Advertisement
Photo Details/zeeodisha/odisha1652476
photoDetails0hindi

IPL Umpire Salaries: ଆଇପିଏଲରେ ମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟର, ଜାଣନ୍ତୁ କେତେ?

IPL Umpire Salaries: ୨୦୦୮ ମସିହାରେ ପ୍ରଥମେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହୋଇଥିଲା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ହେଉଛି ଏକ ଟ୍ୱେଣ୍ଟି- 20 କ୍ରିକେଟ୍ ଲିଗ୍ ଯାହା ଭାରତରେ କ୍ରିକେଟ୍ ବୋର୍ଡ଼ ଦ୍ବାରା ପରିଚାଳିତ ହୋଇଥାଏ । ପ୍ରତିବର୍ଷ ଏପ୍ରିଲ୍ ଓ ମେ ମାସରେ ଏହା ଅନୁଷ୍ଠିତ ହୋଇଥାଏ ।

1/5

ଆଇପିଏଲ ମ୍ୟାଚରେ ଖେଳାଳିଙ୍କ ସହିତ ଅମ୍ପାୟରଙ୍କୁ ନେଇ ମଧ୍ଯ ଚର୍ଚ୍ଚା ହୋଇଥାଏ । ଚଳିତ ଆଇପିଏଲ ସିଜନରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ତେବେ ବହୁ ଲୋକେ ଏହା ଜାଣିବା ନେଇ ଆଗ୍ରହୀ ଥାଆନ୍ତି ଯେ, ମ୍ୟାଚ୍ ପରିଚାଳିତ କରୁଥିବା ଏହି ଅମ୍ପାୟାର ମାନେ କେତେ ଦରମା ପାଇଥାଆନ୍ତି ।

2/5

ଏହା ପ୍ରାୟ ସମସ୍ତଙ୍କୁ ଜଣାଥିବ ଯେ, ଆଇପିଏଲରେ ଖେଳାଳୀମାନେ ଜବରଦସ୍ତ କମାଇ କରିଥାଆନ୍ତି । କିନ୍ତୁ ଏହି କମାଇ ମାମଲାରେ  ଅମ୍ପାୟାରମାନେ ମଧ୍ୟ ପଛରେ ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅମ୍ପାୟାରଙ୍କୁ କ୍ୟାଟୋଗୋରୀ ହିସାବରେ ଟଙ୍କା ଦିଆଯାଇଥାଏ ।

3/5

ଆଇସିସି ଅନୁଯାୟୀ, ସେମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ବର୍ଗ ତଥା ଆଇସିସିର ଇଲାଇଟ୍ ପ୍ୟାନେଲର ଅମ୍ପାୟାରମାନଙ୍କୁ ପ୍ରତ୍ୟେକ ମ୍ୟାଚ୍ ପାଇଁ ୧.୯୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ସେହିପରି ଦ୍ୱିତୀୟ ବର୍ଗ ଅମ୍ପାୟାରଙ୍କୁ ପ୍ରତି ମ୍ୟାଚ୍ ଲାଗି ୫୯ ହଜାର ଟଙ୍କା ଦିଆଯାଇଥାଏ ।

4/5

ପ୍ରକାଶ ଥାଉ କି, ଗୋଟିଏ ଅମ୍ପାୟାର ଗୋଟିଏ ଆଇପିଏଲ ସିଜନରେ ମାତ୍ର ୨୦ଟି ମ୍ୟାଚରେ ଅମ୍ପାୟାରିଂ କରିଥାଆନ୍ତି । ତେବେ ଏହି ହିସାବରେ ଜଣେ ଅମ୍ପାୟାର ଗୋଟିଏ ସିଜନରେ ପାଖାପାଖି ୪୦ ଲକ୍ଷ ଟଙ୍କା ରୋଜଗାର କରନ୍ତି ।

5/5

ଏହା ବ୍ୟତୀତ ଅମ୍ପାୟାର ମାନେ ପିନ୍ଧୁଥିବା ଡ୍ରେସରେ ଲାଗିଥିବା କମ୍ପାନୀ ମାନେ ମଧ୍ଯ ଏହାର ବ୍ରାଣ୍ତିଂ ଲାଗି ଅମ୍ପାୟାରଙ୍କୁ ଟଙ୍କା ଦେଇଥାଆନ୍ତି।